Posted inଫୁରସତ

ଟ୍ୟାକ୍ସ ଏମିତି ବି: କଖାରୁ କିଣିଲେ ଟ୍ୟାକ୍ସ, ଟଏଲଟ୍‌ ଫ୍ଲଶ୍‌ କଲେ ଟ୍ୟାକ୍ସ

ପୃଥିବୀର ବିଭିନ୍ନ ଦେଶର ଲୋକ ନିଜର ଆୟ ମୁତାବକ ଟ୍ୟାକ୍ସ ବା କର ଦେଇଥାଆନ୍ତି। କାରଣ ଟ୍ୟାକ୍ସ ଦେଶର ବିକାଶ ପାଇଁ ନିହାତି ଜରୁରୀ। ତେବେ ଯଦି ଛୋଟ ମୋଟ କଥାରେ ଟ୍ୟାକ୍ସ ପକାଯାଏ, ତେବେ କେମିତି ଲାଗିବ? ଆମେ ସେମିତି କିଛି ଅଜବ ଟ୍ୟାକ୍ସ ସମ୍ପର୍କରେ ଜଣାଇବାକୁ ଯାଉଛୁ…

କଖାରୁ କିଣିଲେ ଟ୍ୟାକ୍ସ- ପରିବା ଦୋକାନରୁ ଆପଣ ଅନେକଥର କଖାରୁ କିଣିଥିବେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଆମେରିକାର ନ୍ୟୁଜର୍ସିରେ କଖାରୁ କିଣିଲେ ଦେବାକୁ ପଡିବ ଟ୍ୟାକ୍ସ। କଖାରୁକୁ ଯଦି ଆପଣ କାଟି ବିଭିନ୍ନ ଆକାର ଦେଇ ସେଥିରେ ଲାଇଟ୍‌ ଲଗାଇ ସଜାଇବା ପାଇଁ କିଣିଛନ୍ତି ତେବେ ସେଲ୍ସ ଟ୍ୟାକ୍ସ ପଡିବ। କିନ୍ତୁ ରୋଷେଇ କରି ଖାଇବା ପାଇଁ କିଣିଥିଲେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।

ଟାଟୁ କଲେ ଟ୍ୟାକ୍ସ- ଟାଟୁ କରିବା ଆଜିକାଲି ଯବୁପିଢିଙ୍କର ଫ୍ୟାଶନ ପାଲଟିଗଲାଣି। ତେବେ ଟାଟୁ କରାଇବା ଉପରେ ଯଦି ଟ୍ୟାକ୍ସ ପକାଯାଏ କେମିତି ଲାଗିବ। ଆମେରିକାର ଅରକାନସାସ୍‌ରେ ଟାଟୁ କଲେ ଟ୍ୟାକ୍ସ ଦେବାକୁ ହୁଏ। ସେ ପୁଣି ୬% ସେଲ୍ସ ଟ୍ୟାକ୍ସ।

ଟଏଲଟ୍‌ ଫ୍ଲଶ୍‌ କଲେ ଟ୍ୟାକ୍ସ- ଟଏଲେଟ୍‌ ବ୍ୟବହାର କଲାମାନେ ସମସ୍ତେ ଫ୍ଲଶ୍‌ ନିଶ୍ଚିତ ଭାବେ କରନ୍ତି। ଜାଣନ୍ତି ଏମିତି ଏକ ସ୍ଥାନ ଅଛି, ଯେଉଁଠି ଫ୍ଲଶ୍‌ କଲେ ବି ଟ୍ୟାକ୍ସ ଦେବାକୁ ହୁଏ। ସେହି ସ୍ଥାନଟି ହେଉଛି ଆମେରିକାର ମେରୀଲାଣ୍ଡ। ଏଠାକାର ସରକାର ଟଏଲେଟ୍‌ ଫ୍ଲଶ ବ୍ୟବହାର ପାଇଁ ଲୋକଙ୍କଠାରୁ ପ୍ରତି ମାସ ପ୍ରାୟ ୩୫୫ ଟଙ୍କା ଟ୍ୟାକ୍ସ ଆଦାୟ କରିଥାଏ। ଯଦିଓ ଏହି ଟଙ୍କାରେ ନାଳନର୍ଦ୍ଦମା ସଫା କରାଯାଇଥାଏ।

ବରଫ ଖଣ୍ଡ ପାଇଁ ଟ୍ୟାକ୍ସ- ଆମେରିକାର ଆରିଜୋନାରେ ବରଫ ଖଣ୍ଡ ବା ଆଇସ୍‌ ବ୍ଲକ୍‌ କିଣିଲେ ଟ୍ୟାକ୍ସ ଦେବାକୁ ପଡିଥାଏ। କିନ୍ତୁ ଆଇସ୍‌ କ୍ୟୁବ୍‌ କିଣିଲେ ଟ୍ୟାକ୍ସ ଦେବାକୁ ପଡ଼େନା।

ତାସ୍‌ ପତା କିଣାବିକାରେ ଟ୍ୟାକ୍ସ- ଆମେରିକାର ଅଲବାମାରେ ତାସ୍‌ କିଣା ଓ ବିକା ଉଭୟରେ ଟ୍ୟାକ୍ସ ଦେବାକୁ ପଡିଥାଏ। କିଣୁଥିବା ବ୍ୟକ୍ତି ପ୍ରତି ତାସ୍‌ ପ୍ୟାକେଟ୍‌ରେ ୧୦% ଓ ବିକୁଥିବା ବ୍ୟକ୍ତି ୭୧ଟଙ୍କା ଫିସ୍‌ ସହ ୨୧୩ ଟଙ୍କା ବାର୍ଷିକ ଲାଇସେନ୍ସ ପାଇଁ ଦେବାକୁ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri