ଟ୍ରେନ୍‌ରେ ‘ହାଉସଫୁଲ-୪’ ପ୍ରମୋଶନ

ଭୁବନେଶ୍ୱର, ୧୭।୧୦(ବ୍ୟୁରେ।): ଭାରତୀୟ ରେଳପଥ ପକ୍ଷରୁ ଆରମ୍ଭ ହେଲା ଚଳଚ୍ଚିତ୍ର ପ୍ରୋତ୍ସାହନ କାର୍ଯ୍ୟକ୍ରମ। ଆସନ୍ତା ୨୫ ଡିସେମ୍ବରରେ ଆସିବାକୁ ଥିବା ବଲିଉଡ଼ ଚଳଚ୍ଚିତ୍ର ‘ହାଉସଫୁଲ-୪’ର ପ୍ରମୋଶନ ପାଇଁ ୮ କୋଚ୍‌ ବିଶିଷ୍ଟ ସ୍ବତନ୍ତ୍ର ଟ୍ରେନ୍‌ ପ୍ରସ୍ତୁତ କରାଯାଇଛି। ଟ୍ରେନର ବାହାର ପାର୍ଶ୍ୱରେ ଫିଲ୍ମର ପୋଷ୍ଟର ଚିତ୍ରିତ କରାଯାଇଛି। ‘ପ୍ରମୋଶନ ଅନ୍‌ ହ୍ବିଲ୍ସ’ ନାମରେ ପଶ୍ଚିମ ରେଳପଥ ଏହି ଅଭିଯାନ ଆରମ୍ଭ କରିଛି। ବୁଧବାର ଏହି ଚଳଚ୍ଚିତ୍ରର କଳାକାର ଓ କେତେଜଣ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଟ୍ରେନ୍‌ରେ ଯାତ୍ରା କରିଥିଲେ। ପ୍ରଥମ ଦିନରେ ଟ୍ରେନଟି ମୁମ୍ବାଇ ସେଣ୍ଟ୍ରାଲରୁ ଦିଲ୍ଲୀକୁ ଯାତ୍ରା କରିଥିଲା।
କଳା, ସଂସ୍କୃତି, ଚଳଚ୍ଚିତ୍ର, ଟିଭି ସିରିୟଲ ଓ ଖେଳକୁଦର ପ୍ରମୋଶନ ଲାଗି ଭାରତୀୟ ରେଳପଥ ନିଷ୍ପତ୍ତି ନେଇଛି। ବୁଧବାର ‘ହାଉସଫୁଲ-୪’ରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଟ୍ରେନଟି ବଡ଼ ସହର ସୁରଟ, ଭଦୋଦରା, କୋଟା ଦେଇ ଯାତ୍ରା କରିବ। ଏହାସହ ଟ୍ରେନ୍‌ରେ ଫିଲ୍ମ ପ୍ରମୋଶନ ପାଇଁ ରେଳପଥ ଆଉକିଛି ବଡ଼ ପ୍ରଯୋଜନା ସଂସ୍ଥା ସହ ଯୋଗାଯୋଗ କରିଛି। ପ୍ରମୋଶନ କ୍ଷେତ୍ରରେ ଏହା ଏକ ନିଆରା ମାଧ୍ୟମ। ଏହାଦ୍ୱାରା ଉଭୟ ରେଳପଥ ଓ ପ୍ରଯୋଜନା ସଂସ୍ଥା ଲାଭବାନ ହେବେ। ରେଳରେ ପ୍ରମୋଶନ କରିବା ଦ୍ୱାରା ଏହି ବାର୍ତ୍ତା ଏକ ବୃହତ୍‌ ସମୁଦାୟ ନିକଟରେ ପହଞ୍ଚତ୍ପାରିବ। ଏହି ଅଭିଯାନରୁ କେମିତି ଅଧିକ ଲାଭ ମିଳିବ ସେଥିପାଇଁ ଆଇଆର୍‌ସିଟିସି ଜୋରଦାର ପ୍ରୟାସ ଚଲାଇଛି ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri