ଟ୍ରେନ୍‌ରୁ ୫ଶହ ପାରା ଜବତ, ୨ ଗିରଫ

ବଲାଙ୍ଗୀର ଅଫିସ, ୩୧ା୮: ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୭ଟି ପେଟିରେ ଆସୁଥିବା ୫ଶହ ପାରାକୁ ବଲାଙ୍ଗୀର ଆରପିଏଫ୍‌(ରେଳ ସୁରକ୍ଷା ବଳ) ସ୍ଥାନୀୟ ରେଳଷ୍ଟେଶନ୍‌ରୁ ଶୁକ୍ରବାର ଜବତ କରିଛି। ପାରା ଚାଲାଣ କରୁଥିବା ବାପପୁଅଙ୍କୁ ଗିରଫ କରିଛି ା ଗିରଫ ୨ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲା ତମ୍ବାଛୋଡା ଗ୍ରାମର ନନ୍ଦୀକିଶୋର ଦୁର୍ଗା (୭୦) ଓ ତାଙ୍କ ପୁଅ ଧନୀରାମ ଦୁର୍ଗା (୪୦) ା ଉଭୟେ ଟିଟିଲାଗଡ଼ରେ ଏକ ଘର ଭଡ଼ା ନେଇ ରହୁଥିଲେ ା ସେମାନେ ଗତ କିଛି ବର୍ଷ ହେଲା ପାରା କିଣାବିକା କରୁଥିଲେ ା ଦଶହରା ସମୟରେ କଳାହାଣ୍ଡିର ପ୍ରସିଦ୍ଧ ମାଣିକେଶ୍ୱରୀ ଯାତ୍ରାରେ ଏହି ପାରା ବିକ୍ରି କରିବା ଉଦ୍ଦେଶ୍ୟରେ ସେମାନେ ଆଣୁଥିଲେ ବୋଲି ସ୍ବୀକାର କରିଛନ୍ତି ା ପଶ୍ଚିମବଙ୍ଗର ଉଲବେରିଆ ହାଟରୁ ଏହି ପାରା ସବୁ କିଣି ଟିଟିଲାଗଡ଼କୁ ଆଣୁଥିବା ଦୁର୍ଗା କହିଛନ୍ତି ା କୌଣସି ବନ୍ୟ ଜୀବଜନ୍ତୁ ଓ ପକ୍ଷୀଙ୍କୁ ଚାଲାଣ କରିବା ବେଆଇନ୍‌ ହୋଇଥିବାରୁ ସେମାନଙ୍କୁ ବଲାଙ୍ଗୀର ଆରପିଏଫ୍‌ ଗିରଫ କରିବା ସହ ପାରା ଜବତ୍‌ କରିଥିଲା ା ଜବତ୍‌ ୫ ଶହ ପାରା ଓ ଗିରଫ ବାପପୁଅଙ୍କୁ ଆରପିଏଫ୍‌ ବଲାଙ୍ଗୀର ବନବିଭାଗକୁ ହସ୍ତାନ୍ତର କରିଛି ା ଏନେଇ ସେକ୍‌ସନ୍‌ ୫୧ ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍‌ଶନ୍‌ ଆକ୍ଟ-୧୯୭୨ ଅନୁସାରେ ମାମଲା ରୁଜୁ କରାଯିବ ବୋଲି ଡିଏଫ୍‌ଓ ସମୀର ଶତପଥୀ କହିଛନ୍ତି ା ଅଭିଯୁକ୍ତଦ୍ୱୟ ଏତେ ସଂଖ୍ୟକ ପାରା କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ବଳି ଉଦ୍ଦେଶ୍ୟରେ ନିଆଯାଉଥିଲା କି ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ା ପ୍ରସିଦ୍ଧ ମାଣିକେଶ୍ୱରୀ ଯାତ୍ରାରେ ପାରାମାନଙ୍କୁ ଉଡାଇବାର ପରମ୍ପରା ରହିଛି ଓ ଏଣୁ ଏହାକୁ ବିକ୍ରି ଉଦ୍ଦେଶ୍ୟରେ ସେ ଆଣୁ ଥିଲେ ବୋଲି ଦୁର୍ଗା ସୂଚନା ଦେଇଛନ୍ତି ା ଶନିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri