ଟ୍ରେନ୍‌, ଷ୍ଟେଶନରେ ବଢୁଛି ଚୋରି, ଲୁଟ୍‌: ୪୪ ମୋବାଇଲ୍‌ ଜବତ, ୫ ଗିରଫ

ଜଟଣୀ,୨୦ା୬(ଡି.ଏନ.ଏ.): ଟ୍ରେନ୍‌ରୁ ଯାତ୍ରୀଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରିବା ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଓ ଆର୍‌ପିଏଫ୍‌ ଗିରଫ କରିଛନ୍ତି। ଏଥିରେ ୨ ଅଭିଯୁକ୍ତ ରହିଥିବା ବେଳେ ଚୋରି ମୋବାଇଲ୍‌ ରଖିଥିବା ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ୪୪ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍‌ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବ୍ରହ୍ମପୁର ବୈଦ୍ୟନାଥ ଥାନା ଅନ୍ତର୍ଗତ ଗେଟବଜାର ଗୋଲାପାଲି ଷ୍ଟ୍ରିଟ୍‌ର କୈଳାସ ବେହେରା ଓରଫ ପପୁ ଓ ହିଞ୍ଜିଳିକାଟୁ ଥାନା ନୂଆସାହି ସଁାପୁର ଗ୍ରାମର ସନ୍ଦୀପ ସାହୁ ଓରଫ ଜଗା। ସେହିପରି ଏମାନଙ୍କଠାରୁ ଚୋରି ମୋବାଇଲ ରଖିଥିବା ୩ ଅଭିଯୁକ୍ତ ହେଲେ କଟକ ଜିଲା ସଦର ଥାନା ଗୋପାଳପୁର ଗ୍ରାମର ଲିପକ ଲେଙ୍କା, ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ବାଳିବନ୍ଧ ସାହିର କୈଳାସ ସେଠୀ ଓ ଗୋଳନ୍ଥରା ଗ୍ରାମର ବେଲ ଜେନା। ଚଳିତ ମାସ ୧୭ ତାରିଖ ରାତି ୨ଟାରେ ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ଆସାମ ବେଗିନାଡ଼ି ଥାନା ଅଞ୍ଚଳର ମାନବ ଜ୍ୟୋତିଙ୍କୁ ମାଡ଼ ମାରି ଲୁଟେରାମାନେ ତାଙ୍କଠାରୁ ବ୍ୟାଗ୍‌ ଛଡାଇ ନେଇଥିଲେ। ଏହି ବ୍ୟାଗ୍‌ରେ ଦୁଇଟି ମୋବାଇଲ ଓ ଅନ୍ୟ କାଗଜପତ୍ର ରହିଥିଲା। ଲୁଟେରାଙ୍କ ମାଡରେ ମାନବ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ସେ ଏ ନେଇ ଖୋର୍ଦ୍ଧାରୋଡ ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ। ଆର୍‌ପିଏଫ୍‌ର କ୍ରାଇମ୍‌ ଫ୍ରିଭେନ୍‌ଶନ୍‌ ଓ ଡିଟେକ୍ସନ୍‌ ସ୍କ୍ବାଡର ଜବାନ ଓ ରେଲୱେ ପୋଲିସ(ଜିଆର୍‌ପି) ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ଦୁଇ ଅଭଯୁକ୍ତଙ୍କୁ ଗିରଫ କରିଥିଲେ। ପଚରାଉଚୁରା ପରେ ସେମାନଙ୍କ ବୟାନକୁ ଆଧାର କରି ମୋବାଇଲ୍‌ ଦେଇଥିବା କେତେକ ଦୋକାନ ଓ ଘର ଉପରେ ଚଢ଼ାଉ କରି ଏହାକୁ ରଖିଥିବା ୩ ଜଣଙ୍କୁ ଧରିଥିଲେ। ଲୁଟ୍‌ ଓ ଚୋରି ପରେ ମୋବାଇଲଗୁଡ଼ିକୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଟ୍ରକ୍‌ ଡ୍ରାଇଭରମାନଙ୍କୁ ଅଭିଯୁକ୍ତମାନେ ବିକ୍ରୟ କରୁଥିବା ନେଇ ଖୋର୍ଦ୍ଧାରୋଡ ଜିଆର୍‌ପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri