ଟ୍ରେଡ ଓ୍ବାରରୁ ଫାଇଦା ନେବାକୁ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୨୧-୧୧: ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଟ୍ରେଡ ଓ୍ବାର (ବାଣିଜ୍ୟ ଯୁଦ୍ଧ)ର ଫାଇଦା ନେବାକୁ ଭାରତ ଏବେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଥିବା କୁହାଯାଉଛି। ଟେସ୍‌ଲା ଇଙ୍କ୍‌ ସମେତ ଗ୍ଲାକ୍ସୋସ୍ମିଥ୍‌ଲାଇନ ପିଏଲ୍‌ସି ଭଳି ପ୍ରାୟ ୩୨୪ କମ୍ପାନୀଙ୍କୁ ଘରୋଇ ବଜାରରେ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନା ପାଇଁ ଜମି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ଲାଗି ଏବେ ଯୋଜନା ହେଉଥିବା ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସରକାର ତାଙ୍କ ପ୍ରସ୍ତାବରେ କହିଛନ୍ତି ଯେ, ଶକ୍ତି, ଜଳଯୋଗାଣ, ରାସ୍ତା ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଶିଳ୍ପ ପ୍ରୋତ୍ସାହନ, ଆନ୍ତଃ ବାଣିଜ୍ୟ ଏବଂ ଭାରତରେ ନିବେଶ ବିଭାଗ ପକ୍ଷରୁ ଏଥିସଂକ୍ରାନ୍ତ ଏକ ଡ୍ରାଫ୍ଟପେପର ପ୍ରସ୍ତୁତ ହୋଇଛି। ତାଲିକାରେ ଥିବା ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ଏଲି ଲିଲି ଆଣ୍ଡ କୋ, ଦକ୍ଷିଣ କୋରିଆର ହନହ୍ବା କେମିକାଲ କର୍ପୋରେଶନ ଏବଂ ତାଇଓ୍ବାନର ହୋନ ହୈ ପ୍ରିସାଇଜନ ଇଣ୍ଡଷ୍ଟ୍ରି କୋଅପରେଶନ ଭଳି କମ୍ପାନୀ ରହିଛନ୍ତି।
ଭିଏତ୍‌ନାମ,ମାଲେସିଆ ଭଳି ଦେଶ ବାଣିଜ୍ୟ ଯୁଦ୍ଧରୁ ଲାଭବାନ ହୋଇଛନ୍ତି। ଅପରପକ୍ଷରେ ଭାରତରେ ଜମି ଅଧିଗ୍ରହଣ ଏବଂ ଶ୍ରମ ଆଇନ କ୍ଷେତ୍ରରେ ବିଭିନ୍ନ ଜଟିଳତା ଥିବା ଯୋଗୁ ନିବେଶକମାନେ ଭାରତ ଆସିବାକୁ ଇଚ୍ଛା ପ୍ରକଟ କରୁନାହାନ୍ତି। ଭାରତ ପରିବର୍ତ୍ତେ ଚାଇନାରେ ଶିଳ୍ପ ସ୍ଥାପନକୁ ସେମାନେ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି। ସରକାର ରଖିଥିବା ପ୍ରସ୍ତାବରେ ବ୍ୟବସ୍ଥାରେ ଅସୁବିଧା ଦୂରହେବ ବୋଲି ଆଶା କରାଯାଉଛି। ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ଗଢି ତୋଳିବା ଲାଗି ଏବେ ସରକାର ଅଗ୍ରସର ହେଉଛନ୍ତି। ଏଭଳି ସ୍ଥିତି ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏଣୁ ଅଭିବୃଦ୍ଧିକୁ ଏକ ଠିକ୍‌ ଦିଗ ପ୍ରଦାନ ଦିଗରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇପାରନ୍ତି ବୋଲି ବଜାର ବିଶେଷଜ୍ଞମାନେ ଆଶାପ୍ରକଟ କରିଛନ୍ତି। ଏହି ଯୋଜନା ମୁତାବକ ରେଡି ଟୁ ମୁଭ ଶିଳ୍ପ କ୍ଲଷ୍ଟର ସ୍ଥାପନ ନେଇ ଲ୍ୟାଣ୍ଡ ବ୍ୟାଙ୍କ ସ୍ଥାପନ, ନିବେଶ ଏବଂ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ସୁବିଧା ସୁଯୋଗ ଯୋଗାଣ, ଆଣ୍ଟି ଡମ୍ପିଙ୍ଗ୍‌ ଟିକସ ହ୍ରାସ ଭଳି ସୁବିଧା ଯୋଗାଣ ନେଇ ପ୍ରସ୍ତାବ ରଖାଯାଇଛି।
ଏହାବାଦ୍‌ ପ୍ଲଗ ଇନ୍‌ ଏବଂ ହାଇବ୍ରିଡ ଯାନ, ଇନ୍ଧନ ଦକ୍ଷତା ଏବଂ କାର୍ବନ ଟାକ୍ସେଶନ କ୍ଷେତ୍ରରେ ପ୍ରୋତ୍ସାହନ ପଦକ୍ଷେପକୁ ମଧ୍ୟ ସାମିଲ କରାଯାଇଛି। ଇଲେକ୍‌ଟ୍ରୋନିକ୍ସ ଏବଂ ଟେଲିକମ୍‌ କ୍ଷେତ୍ର ଲାଗି ସହଜରେ ନିଯୁକ୍ତି, ମାନୁଫାକ୍‌ଚରିଂ ଭିତ୍ତିକ ପ୍ରୋତ୍ସାହନ ସୁବିଧା, ନିବେଶ ଏବଂ ଭାଲ୍ୟୁ ସଂଯୋଗ ଭିତ୍ତିକ ଯୋଜନାକୁ ମଧ୍ୟ ରୂପରେଖ ପ୍ରଦାନ ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଯୋଜନା ଧାର୍ଯ୍ୟ ହୋଇଛି। ୨୦୧୭ରେ ଆସିଥିବା ବିଶ୍ୱ ବ୍ୟାଙ୍କର ଇଜ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୩୭ ସ୍ଥାନ ଉପରକୁ ଉଠିଛି। ମାତ୍ର ଶିଳ୍ପ ଲାଗି ଜମି ପାଇବା ବିଭିନ୍ନ ସମସ୍ୟା ଏବେ ମଧ୍ୟ ଭାରତରେ ରହିଛି। ଅନେକ ବଡ ବଡ କମ୍ପାନୀ ଅନେକ ବର୍ଷ ଜମି ପାଇଁ ଅପେକ୍ଷା କରିବା ସହ ଶେଷରେ ଭାରତ ଛାଡୁଛନ୍ତି। ଏଭଳି ବିଭିନ୍ନ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ବିଚାର କରୁଛି। ଶୀଘ୍ର ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଆସିଯିବା ନେଇ ଆଶା କରାଯାଉଛି।
ଏହା ଉପରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଉତ୍ତର ଇମେଲ ଯୋଗେ ଲୋଡାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ। ଏସିଆର ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ପରିଚିତ ଭାରତ ଜୁନ ତ୍ରୈମାସରେ ୫% ଜିଡିପି ଅଭିବୃଦ୍ଧି ହାସଲ କରିଛି। ଏହାବାଦ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଏବେ ମନ୍ଥର ସ୍ଥିତିରେ ରହିଥିବା ଡାଟାରୁ ସାମ୍ନାକୁ ଆସିଛି। ବିଦେଶୀ ନିବେଶ ଆଗମନ ଏବଂ ରପ୍ତାନି ବୃଦ୍ଧି ହେଲେ ଏହା ଆର୍ଥତ୍କ କାର୍ଯ୍ୟକଳାପକୁ ବଢାଇବା ଦିଗରେ ସହାୟକ ହେଉଥିବାରୁ ଏହାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଅନ୍ୟ ଏସୀୟ ଦେଶଗୁଡିକ ତୁଳନାରେ ଭାରତକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରି ଗଢି ତୋଳିବା ଦିଗରେ ଏହା ସହାୟକ ହେବ ବୋଲି ସରକାର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri