ଟ୍ରି-ମ୍ୟାନ ପ୍ରଭାସଙ୍କ ଘରେ ଅଷ୍ଟ୍ରେଲୀୟ ଛାତ୍ରୀଛାତ୍ର

କଟକ ଅଫିସ,୧୪ା୧:ପ୍ରେମରେ ବନ୍ଧା ହୋଇଛି ସମଗ୍ର ବିଶ୍ୱ। ଖୁବ୍‌ କମ୍‌ ଲୋକ ଥାଆନ୍ତି, ଯେଉଁମାନେ ପ୍ରକୃତି ପ୍ରେମରେ ବାନ୍ଧି ହୋଇ ରୁହନ୍ତି। ଫୁଲନଖରା ସାଶୋଳ ଗ୍ରାମର ପ୍ରଭାସ ମଙ୍ଗରାଜ(୪୮)। ସକାଳୁ ଉଠିଲେ ଗଛକୁ ଧରି ବସନ୍ତି। ଗଛ ପ୍ରତି ତାଙ୍କର ରହିଛି ଅପୂର୍ବ ଆବିଳତା। ଏବେ ସୁଦ୍ଧା ୮୦ହଜାରରୁ ଅଧିକ ଗଛ ସେ ଲଗାଇ ସାରିଲେଣି। ଏଣୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଟ୍ରି-ମ୍ୟାନ ଭାବେ ପରିଚୟ ମିଳିଛି। ଗତ ରବିବାର ଅଷ୍ଟ୍ରେଲିଆର ସ୍କଲାର ଛାତ୍ରୀଛାତ୍ର ପ୍ରଭାସଙ୍କ ଘରକୁ ଆସି ଜୈବିକ ପଦ୍ଧତିରେ ଚାଷ କିପରି ହୁଏ ସେ ବିଷୟରେ ପଚାରି ବୁଝିଥିଲେ।

୮ମ ଶ୍ରେଣୀ ପଢୁଥିବାବେଳେ ଗଛ ଲଗାଇବା ଆରମ୍ଭ କରିଥିଲେ ପ୍ରଭାସ। ପ୍ରଥମେ ଗଁା ସ୍କୁଲ, ମନ୍ଦିର ନିକଟରେ କିଛି ଗଛ ଲଗାଇଥିଲେ। ଏହି ଇଚ୍ଛା ଏବେ ଅଭ୍ୟାସ ପାଲଟିଯାଇଛି। ରାଜ୍ୟ ସାରା ବୁଲିବୁଲି ସେ ଗଛ ଲଗାଉଛନ୍ତି। କଟକ ସମେତ ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ ଅଞ୍ଚଳରେ ସେ ଗଛ ଲଗାଇଛନ୍ତି। ଅଷ୍ଟ୍ରେଲିଆର ‘ଏଭରେଷ୍ଟ’ ପ୍ରକଳ୍ପର ୧୪ଜଣ ସ୍କଲାର ଛାତ୍ରୀଛାତ୍ର ପ୍ରଭାସଙ୍କ ଘରେ ରବିବାର ସକାଳେ ପହଞ୍ଚିଥିଲେ। ଗ୍ରାମାଞ୍ଚଳରେ ଚାଷୀମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଜୈବିକ ପଦ୍ଧତିରେ କିପରି ଅଧିକ ଅମଳ କରିହେବ ସେ ସମ୍ପର୍କରେ ଦୀର୍ଘ ଘଣ୍ଟାର ଆଲୋଚନା ହୋଇଥିଲା ବୋଲି ପ୍ରଭାସ କହିଛନ୍ତି।
ପ୍ରଭାସଙ୍କ ସମ୍ପର୍କରେ ଅଷ୍ଟ୍ରେଲୀୟ ଛାତ୍ରୀଛାତ୍ରମାନେ ବହୁ ଆଗରୁ ଅବଗତ ଥିଲେ। ବୃକ୍ଷଲତା ବିଷୟରେ ପ୍ରଭାସଙ୍କର ବିଶେଷ ଜ୍ଞାନ ରହିଥିବା ଖବରପାଇ ସେମାନେ କିଛି ଦିନ ପୂର୍ବେ ଯୋଗାଯୋଗ କରିଥିଲେ। ଅଷ୍ଟ୍ରେଲିଆର ‘ଏଭରେଷ୍ଟ’ ପ୍ରକଳ୍ପର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ପ୍ରଭାସ କଥାବାର୍ତ୍ତା ହୁଅନ୍ତି। ଅଷ୍ଟ୍ରେଲୀୟ ସ୍କଲାରମାନେ ଅଧିକ ମାତ୍ରାରେ ଜୈବିକ ପଦ୍ଧତି ଚାଷ ପ୍ରଣାଳୀ ଜାଣିବାକୁ ଚାହୁଁଥିଲେ ବୋଲି ପ୍ରଭାସ କହିଛନ୍ତି। ରାସାୟନିକ ସାର ବ୍ୟବହାର ନ କରି କିପରି ଭଲ ଚାଷ କରିହେବ ତାହା ଜାଣିବାକୁ ସେମାନେ ଅଧିକ ଆଗ୍ରହୀ ଥିଲେ। ଏହାଛଡ଼ା ପାଣିର ସ୍ତର କମିବା ପରେ ଚାଷ କାର୍ଯ୍ୟରେ କ’ଣ ପ୍ରଭାବ ପଡ଼ିବ ସେ ବିଷୟରେ ମଧ୍ୟ ସେମାନେ ପ୍ରଶ୍ନ ପଚାରିଥିଲେ। ଆଗାମୀ ଦିନରେ ‘ଏଭରେଷ୍ଟ’ ପ୍ରକଳ୍ପର ଅନ୍ୟ ସ୍କଲାର ଛାତ୍ରୀଛାତ୍ର ମଧ୍ୟ ଆସିବା ନିମନ୍ତେ ଯୋଜନା ରହିଛି ବୋଲି ପ୍ରଭାସ କହିଛନ୍ତି। ତେବେ ପରିବାରର ସମସ୍ତେ ସାମରିକ ବାହିନୀରେ କାର୍ଯ୍ୟ କରୁଥିଲାବେଳେ ଆପଣ ଗଛ ପାଇଁ ଏପରି ଭଲ ପାଇବା କିପରି ହେଲା ବୋଲି ପଚାରିବାରୁ ସେ କହିଥିଲେ, ବାପା ସ୍ବର୍ଗତଃ ରାମଚନ୍ଦ୍ର ମଙ୍ଗରାଜ ଦୁଇଟି ଯୁଦ୍ଧରେ ଭାରତୀୟ ଆର୍ମିରେ ସାମିଲ ହୋଇଥିଲେ। ମା’ ମେନକା ସୁନ୍ଦରୀ ମଙ୍ଗରାଜ ଜଣେ ଗୃହିଣୀ। ଦୁଇ ଭାଇ ରମେଶ ଓ ପରେଶ ଫ୍ଲାଇଙ୍ଗ ଅଫିସର ଭାବେ ଇଣ୍ଡିଆନ ଏୟାରଫୋର୍ସରେ କାର୍ଯ୍ୟ କରନ୍ତି। ହେଲେ ପ୍ରକୃତି ପ୍ରତି ସମସ୍ତଙ୍କର ଅଳ୍ପବହୁତ ଭଲପାଇବା ଥିଲା, ଯାହାର ପ୍ରଭାବ ମୋ ଉପରେ ଅଧିକ ପଡ଼ିଛି। ପିଲାଟି ବେଳୁ ପକେଟ୍‌ ଖର୍ଚ୍ଚକୁ ବ୍ୟବହାର କରି ଗଁା ପିଲାଙ୍କୁ ମେଳ କରେ। ସେମାନଙ୍କୁ ଧରି ନିଜ ଗଁା ସମେତ ଆଖପାଖ ଗଁାରେ ଗଛ ଲଗାଏ। ସାମୂଦ୍ରିକ ଝଡ଼ ଫନୀ ସମୟରେ ପ୍ରାୟ ୫ହଜାର ଗଛକୁ ପୁନର୍ଜୀବିତ କରିବା ପାଇଁ ସେ ଉଦ୍ୟମ କରିଥିଲେ ବୋଲି ପ୍ରଭାସ କହିଥିଲେ। ଫନୀରେ କିଛି ଗଛ କେବଳ ଭାଙ୍ଗି ଯାଇଥିଲେ ମଧ୍ୟ ମୂଳରୁ ଉପୁଡ଼ି ନ ଥିଲା। ହେଲେ ଏହାକୁ କାଟି ରାସ୍ତାରୁ ହଟାଇବାକୁ ଚେଷ୍ଟା କରାଯାଉଥିଲା। ଏଠାରେ ଆମେ ପହଞ୍ଚି ଅନେକ ଗଛକୁ ରକ୍ଷା କରିଥିଲୁ ବୋଲି ପ୍ରଭାସ କହିଛନ୍ତି। ପ୍ରଭାସଙ୍କର ‘ଗ୍ରୀନ ୱାରିୟର’ ନାମରେ ଏକ ଟିମ୍‌ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri