ଟ୍ରାଫିକ ଜାମ୍‌ରେ ଫସିଲେ: ସ୍କୁଲ ଯାଇ ନ ପାରି ଫାଣ୍ଡିରେ ବସିଲେ ଛାତ୍ରୀଛାତ୍ର

ଯୋଡ଼ା, ୩।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା, ଯୋଡ଼ା, ଭଦ୍ରାସାହି, ବଡ଼ବିଲ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ପ୍ରଶାସନର ଅବହେଳା ଯୋଗୁ ଏହି ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉକ୍ତ ରାସ୍ତାରେ ଯିବାଆସିବା କରୁଥିବା ଯାତ୍ରୀଙ୍କଠାରୁ ଆରମ୍ଭକରି ରୋଗୀ, ସ୍କୁଲ ଛାତ୍ରୀଛାତ୍ର ଓ ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ଶୁକ୍ରବାର ଏହି ଟ୍ରାଫିକ ସମସ୍ୟା ଲାଗି ରହିଥିଲା। ୫୨୦ ନଂ. ଜାତୀୟ ରାଜପଥର ଭଦ୍ରାସାହିଠାରୁ ଯୋଡ଼ା ମଧ୍ୟରେ ଏହି ଭୟଙ୍କର ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଥିଲା । ଦୀର୍ଘ ୩ ଘଣ୍ଟାଧରି ଏକ ସ୍କୁଲ ବସ୍‌ ଅଟକି ରହିବା ଫଳରେ ଭଦ୍ରାସାହିସ୍ଥିତ ନିଜ ନିଜ ଘରକୁ ଛାତ୍ରୀଛାତ୍ରମାନେ ଯାଇପାରି ନ ଥିଲେ। ଫଳରେ ଭୋକରେ ଆଉଟପାଉଟ ହୋଇ ସେମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଶନିବାର ସକାଳେ ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବିଲେଇପଦାଠାରେ ଏତେ ମାତ୍ରାରେ ଟ୍ରାଫିକ ଜାମ୍‌ ସୃଷ୍ଟି ହୋଇଥିଲା ଯେ, ବିଲେଇପଦାରୁ ଯୋଡ଼ା ଡିଏଭି ସ୍କୁଲକୁ ଯାଉଥିବା ଏକ ବସ୍‌ ଜାମ୍‌ରେ ଫସି ରହିବାରୁ ଛାତ୍ରୀଛାତ୍ରମାନେ ସ୍କୁଲରେ ପହଞ୍ଚିପାରି ନ ଥିଲେ। କୌଣସି ଉପାୟ ନ ପାଇ କେତେଜଣ ଅଭିଭାବକ ଛାତ୍ରୀଛାତ୍ରଙ୍କୁ ନେଇ ରାସ୍ତାକଡ଼ରେ ଥିବା ବିଲେଇପଦା ଫାଣ୍ଡିରେ ବସାଇବା ସହ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳ, ଯୋଡ଼ା, ବାମେବାରୀ, ରୁଗୁଡ଼ି, ବିଲେଇପଦା, ବଡ଼ବିଲ ପ୍ରଭୃତି ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ ସହିତ ବାରମ୍ବାର ବୈଠକ କରୁଥିଲେ ହେଁ ଏହାର ସମାଧାନ ହୋଇପାରୁ ନାହିଁ । ସମାଧାନ କେବଳ ପୋଲିସ କରିପାରିବ, କିନ୍ତୁ ପୋଲିସର ଅବହେଳା ଯୋଗୁ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଜାମ୍‌ରେ ଫସିଥିବା ବସ୍‌ଯାତ୍ରୀ ଶ୍ରୀକାନ୍ତ ପାଢ଼ୀ, ଦାସରଥି ମହାରଣା, ରାଜକିଶୋର ପୃଷ୍ଟି, ସନ୍ଦୀପ ଜେନା, ବିପିନ ପାତ୍ର ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri