Posted inଜାତୀୟ

ଟ୍ରାକ୍‌କୁ ଫେରୁଛି ରାଜଧାନୀ

ନୂଆଦିଲ୍ଲୀ,୨୯ା୨: ପାଞ୍ଚଦିନ ପରେ ଦିଲ୍ଲୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସାମ୍ପ୍ରଦାୟିକ ଦଙ୍ଗାରେ ୪୩ ଜଣଙ୍କ ଜୀବନ ଚାଲିଯିବା ଉତ୍ତାରୁ କେତେକ ଅଞ୍ଚଳରେ ଧୀରେ ଧୀରେ ଶାନ୍ତି ଫେରୁଥିବା ପରିଲକ୍ଷିତ ହୋଇଛି। ସମୟ ଗଡ଼ିଚାଲିବା ସହ ଟ୍ରାକ୍‌କୁ ଫେରୁଛି ଜାତୀୟ ରାଜଧାନୀ। ଲୋକେ ନିଜ ନିଜ କର୍ମକ୍ଷେତ୍ରକୁ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ରାସ୍ତାଘାଟରେ ଦେଖିବାକୁ ମିଳୁଛି ଧ୍ୱଂସର ବିଭୀଷିକା। ଦଙ୍ଗାକାରୀମାନେ କେଉଁଠି ଘର, ସ୍କୁଲ ଓ ଯାନବାହାନ ଆଦି ପୋଡ଼ି ଦେଇଥିବାବେଳେ ଆଉ କେଉଁ ସ୍ଥାନରେ ଦଙ୍ଗାରେ ବ୍ୟବହାର ପାଇଁ ରଖାଯାଇଥିବା ଟେକାପଥର, ପେଟ୍ରୋଲ ବୋମା ଓ ଅନ୍ୟ ମାରଣାସ୍ତ୍ର ଦେଖିବାକୁ ମିଳିଛି। ସିସିଟିଭି ଓ ଡ୍ରୋନ୍‌ କ୍ୟାମେରାରୁ ସଂଗୃହୀତ ଦୃଶ୍ୟର ଫୁଟେଜକୁ ଛାନଭିନ କରାଯାଉଛି। ଦଙ୍ଗା ପୀଡ଼ିତମାନେ କାନ୍ଦି କାନ୍ଦି ନିଜ ନିଜ ଦୁଃଖର କାହାଣୀ ବଖାଣୁଥିବାବେଳେ ବିଗତ ୬୦ ଘଣ୍ଟା ମଧ୍ୟରେ କେଉଁଠି ବି ହିଂସା ଘଟି ନ ଥିବା ଦାବି କରିଛି ଦିଲ୍ଲୀ ପୋଲିସ। ବର୍ତ୍ତମାନ ଦିଲ୍ଲୀକୁ ପୂର୍ବ ଭଳି ଶାନ୍ତ କରିବା ଓ ଦଙ୍ଗା ପ୍ରଭାବିତ ଲୋକଙ୍କ ପୁନର୍ବାସ ଓ ଥଇଥାନ ପୋଲିସ ପ୍ରଶାସନ ପାଇଁ ପାଲଟିଛି ସବୁଠୁ ବଡ଼ ଚ୍ୟାଲେଞ୍ଜ।
ରାଜଧାନୀ ଦିଲ୍ଲୀରେ ଏପରି ଦଙ୍ଗା ୩ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳି ନ ଥିଲା। ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ସଂଘର୍ଷ, ହିଂସା ଓ ଜଳାପୋଡ଼ାରେ କେତେ କ୍ଷୟକ୍ଷତି ହୋଇଛି ତା’ ଉପରୁ କ୍ରମଶଃ ଧୂଆଁର ବାଦଲ ଉଠୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ମସ୍‌ଜିଦଗୁଡ଼ିକର ଇମାମ ଓ ମୌଲବୀମାନଙ୍କୁ ଭେଟୁଛନ୍ତି। ଶୁକ୍ରବାର ମସ୍‌ଜିଦଗୁଡ଼ିକରେ ପ୍ରାର୍ଥନା ଅବସରରେ କଡ଼ା ନଜର ରଖାଯାଇଛି। ସେମାନେ ଖୁବ୍‌ଶୀଘ୍ର ଶାନ୍ତି ଫେରାଇ ଆଣିବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଇତିମଧ୍ୟରେ ପ୍ରାୟ ୧୫୦ ମାମଲା ରୁଜୁ କରାଯାଇଥିବାବେଳେ ୬୩୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି କିମ୍ବା ଅଟକ ରଖାଯାଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ଏସ୍‌.ଏନ୍‌. ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଦିଆଯାଉଛି। ଅବସର ନେବାକୁ ଯାଉଥିବା ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀବାସ୍ତବ ପୋଲିସ କମିଶନର ସହ ସ୍ବତନ୍ତ୍ର ସିପି ଭାବେ ଅତିରିକ୍ତ ଦାୟିତ୍ୱ ବହନ କରିବାକୁ ଯାଉଛନ୍ତି। କେତେକ ସ୍ଥାନରେ ଦୋକାନ ବଜାର ଖୋଲିଥିବାବେଳେ ରାସ୍ତାରେ ଅଟୋ ଓ ରିକ୍ସା ଗଡ଼ିଛି। ମସ୍‌ଜିଦଗୁଡ଼ିକ ପକ୍ଷରୁ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବନା ଲାଗି ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ଲାଗି ଉତ୍ତର-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଓ ଶାହଦରା ଅଞ୍ଚଳରେ ୭ ହଜାର ଅର୍ଦ୍ଧସାମରିକ ବଳ ଯବାନଙ୍କୁ ମୁତୟନ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତ ପୂର୍ବରୁ ଗୁରୁବାର ରାତିରେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ।
ସେହିପରି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ସେ ମୌଜପୁର, ଜାଫରାବାଦ ଓ ଗୋକୁଲପୁରୀ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ୩ ସ୍ଥାନ ସହ ଚାନ୍ଦବାଗ, ଖୁଜେରି ଓ ଭଜନପୁରା ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ସରକାର ଦଙ୍ଗା ପ୍ରଭାବିତ ଲୋକଙ୍କ ରହିବା ଖାଇବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ୯ଟି ଆଶ୍ରୟସ୍ଥଳୀ ଓ ସ୍ଥାନୀୟ କମ୍ୟୁନିଟି ସେଣ୍ଟର ଖୋଲାଯାଇଛି। ଯେଉଁମାନଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ଭାଙ୍ଗିରୁଜି କିମ୍ବା ପୋଡ଼ିଯାଇଛି, ସେମାନେ ଏହି ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇପାରିବେ। ଅନେକ ସ୍ଥାନରେ ଲୋକଙ୍କ ପାଇଁ ଖାଦ୍ୟ ବଣ୍ଟନ ଚାଲିଛି ବୋଲି କେଜ୍‌ରିଓ୍ବାଲ ସୂଚନା ଦେଇଛନ୍ତି। ସେପଟେ ଦଙ୍ଗା ଅଞ୍ଚଳ ପରିଦର୍ଶନ ପାଇଁ କଂଗ୍ରେସ ପକ୍ଷରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି। ଏଥିରେ ବରିଷ୍ଠ ନେତା ମୁକୁଲ ଓ୍ବାସ୍‌ନିକ, ତାରିକ୍‌ ଅନ୍‌ଓ୍ବର, ସୁସ୍ମିତା ଦେବ, ଶକ୍ତିସିଂ ଗୋହିଲ ଓ କୁମାରୀ ସେଲ୍‌ଜା ସାମିଲ ଅଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଘୃଣା ମନ୍ତବ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ହାଇକୋର୍ଟ ଏନେଇ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ଓ ଦିଲ୍ଲୀର ଏଏପି ସରକାରଙ୍କୁ ଜବାବ ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ୱତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ୱତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri