ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟଚାଲାଣ, ଟ୍ରକ ଜବତ

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଥାନା ଚଢିଆପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗତ ଗୁରୁବାର ରାତିରେ ଦୁର୍ଘଟଣାରେ ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର ଶୁକ୍ରବାର ସ୍ଥାନୀୟ ପୋଲିସ ୩ ଜଣ ଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ଚଢିଆପଲ୍ଲୀ ଗ୍ରାମର ଟୁକୁ ପାଢ଼ୀ, ଜଗା ପାଣିଗ୍ରାହୀ ଓ ଧନୁ ଦାସ। ଏ ନେଇ ନଂ. ୧୧୧/୧୯ରେ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଫିସର ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଜଗନ୍ନାଥପ୍ରସାଦ ଥାନାଧିକାରୀ ଯୁବରାଜ ସ୍ବାଇଁ ଘଟଣାର ତଦନ୍ତ ଚଳାଇଥିଲେ।
ଯେ, ଚଢ଼ିଆପଲ୍ଲୀର ରାମ ଗୌଡ଼ ଓ ଟୁକୁ ଦୁଇବନ୍ଧୁ। ଟୁକୁ ଦୁଇଟି ମିନି ଟ୍ରକର ମାଲିକ ଥିଲେ। ବ୍ୟବସାୟ ମାନ୍ଦା ଯୋଗୁ ରାମ ତାଙ୍କ ପୁତୁରା କାହ୍ନୁଙ୍କ ସହ ଯୋଗାଯୋଗ କରାଇଥିଲେ। ପରେ କାହ୍ନୁ ଟୁକୁଙ୍କୁ ୯ ଲକ୍ଷ ଟଙ୍କା ଦେଇ ପ୍ରତ୍ୟେକ ମାସରେ କିସ୍ତି ଶୁଝିବା ନେଇ ଉଭୟଙ୍କ ମଧ୍ୟରେ କଥା ହୋଇଥିଲା। ଶୁଝିଲା ପରେ ଗାଡି ମାଲିକାନା କାଗଜ ପତ୍ରକୁ କାହ୍ନୁ ନଁାରେ ହସ୍ତାନ୍ତର ହେବା ନେଇ କଥା ହୋଇଥିଲା। କିସ୍ତି ଶେଷ ହେବା ସମୟ ପାଖେଇ ଆସିବା ବେଳେ ଗାଡି ମାଲିକ ନଁା ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏ ନେଇ କାହ୍ନୁ ରାମଙ୍କୁ ସହାୟତା ମାଗିଥିଲେ। ପରେ ରାମ ଓ ଟୁକୁ ମଧ୍ୟରେ ଝଗଡା ହୋଇ କଥା ଥାନାରେ ପହଞ୍ଚତ୍ଥିଲା। ଅଭିଯୋଗ ପ୍ରକାରେ ଥାନାଧିକାରୀ ଏକ କେସ୍‌ ରୁଜୁ କରି କୋର୍ଟକୁ ପଠାଇଥିଲେ। କିଛି ମାସ ପରେ କୋର୍ଟ କାହ୍ନୁଙ୍କ ପକ୍ଷରେ ଶୁଣାଣି କରିଥିଲା। ଏଥିରେ ଟୁକୁ ରାଗିଯାଇ ରାମଙ୍କୁ ମାରିବାକୁ ଯୋଜନା କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଟୁକୁ ଏବଂ ତାଙ୍କ ଦୁଇ ସହଯୋଗୀ ରାମ ଘର ସାମ୍ନାରେ ବୋମା ରଖି ଗାଳି ଗୁଲଜ କରିଥିଲେ। ଏ ନେଇ ରାମ ଥାନାକୁ ଏତଲା ଦେବାକୁ ଯିବାବେଳେ ଟୁକୁ ନିଜ ଟ୍ରକରେ ପଛପଟୁ ଧକ୍କା ଦେଇ ଭୁବନେଶ୍ୱର ଚାଲିଯାଇଥିଲେ। ଶୁକ୍ରବାର କରସିଂ ଗଁାରୁ ଜଗା, ଧନୁ ଏବଂ ରଙ୍ଗଣୀପାଟଣାରୁ ଟୁକୁଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri