ଟୋକନ ମିଳୁନି, ଚାଷୀ ବିକି ପାରୁନି ଧାନ

ଉମରକୋଟ, ୧୧।୨ (ଡି.ଏନ୍‌.ଏ.)- ଅନଲାଇନ ଧାନ କିଣା ବ୍ୟବସ୍ଥାରେ ଫସିଲେ ଚାଷୀ । ପୂର୍ବରୁ ରେଜିଷ୍ଟ୍ରେଶନ କରିବା ଅନୁସାରେ ମଣ୍ଡିରେ ଯେତେ ପରିମାଣରେ ଧାନ କିଣିବା କଥା ସେହି ପରିମାଣରେ ଧାନ ବିକ୍ରି କରୁଥିଲେ। ନୂଆ ବ୍ୟବସ୍ଥା ଅନୁଯାୟୀ ଲ୍ୟାମ୍ପସ ଅନଲାଇନରେ ଚାଷୀଙ୍କୁ ପଞ୍ଜିକୃତ କଲେ ମୋବାଇଲରେ ମେସେଜ ଆସିବା ପରେ ଚାଷୀ ମଣ୍ଡିରେ ଧାନବିକ୍ରି କରିବେ। କିନ୍ତୁ ଏ ପର୍ଯ୍ୟନ୍ତ ବହୁ ଚାଷୀଙ୍କ ମୋବାଇଲକୁ ମେସେଜ ଆସି ନାହିଁ । ଫଳରେ ଅମଳ ହୋଇଥିବା ଧାନକୁ ବିକ୍ରି କରି ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଚାଷୀ । ବାରମ୍ବାର ଲ୍ୟାମ୍ପକୁ ଯାଇ ଚାଷୀ ହତାଶ ହୋଇ ଫେରୁଛନ୍ତି। ଟୋକନ ପାଇଁ କହିଲେ ମେସେଜ ଆସିନି କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ମଣ୍ଡି ସମାପ୍ତ ହେବା ପାଇଁ ତାରିଖ ସ୍ଥିର ହୋଇ ନଥିଲେ ମଧ୍ୟ ଆଉ ଅଳ୍ପଦିନ ମଧ୍ୟରେ ମଣ୍ଡି ବନ୍ଦ ହୋଇଯିବ । ଚାଷୀଙ୍କୁ ଏହି ଚିନ୍ତା ଘାରିଥିଲାବେଳେ ଏପଟ ବର୍ତ୍ତମାନ ଚାଲିଥିବା ଅଦିନିଆ ବର୍ଷା ଯୋଗୁ ଧାନଖଲାରେ ପଡିରହିଥିବା ଧାନସବୁ ନଷ୍ଟ ହେବାରେ ଲାଗିଛି । ଫଳରେ ଚାଷୀ ଧାନ ଅମଳ ପରେ ବିକ୍ରି କରି ନପାରି କ୍ଷତି ସହୁଛନ୍ତି । ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳ ଲଛିନ୍ଦ୍ର ଭତ୍ରା, ରବି ସମରଥ ଭଳି ଅନେକ ଧାନ ଚାଷୀ ଏ ସମ୍ପର୍କରେ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ୧୬୩୦ ଚାଷୀଙ୍କ ସିଫ୍ଟିଂ କରାଯାଇଥିଲା । ୧୦୦୦ରୁ ଅଧିକା ଚାଷୀ ଧାନ ବିକ୍ରୟ କରିସାରିଲେଣି ଟୋକନ ଆସିଲେ ବଳକା ଚାଷୀଙ୍କ ଧାନ କ୍ରୟ କରାଯିବ । ଲ୍ୟାମ୍ପ ପକ୍ଷରୁ ସମସ୍ତ ସିଫ୍ଟି ହୋଇଥିବା ଚାଷୀଙ୍କ ଧାନ କ୍ରୟ କରିବାକୁ ପ୍ରୟାସ କରାଯାଉଛି ବୋଲି ଲ୍ୟାମ୍ପ ଏମଡି ଅସିତ ରାୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…

ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri