Posted inଖେଳ

ଟେଷ୍ଟ ଦଳକୁ ପୃଥ୍ବୀଙ୍କ ପ୍ରତ୍ୟାବର୍ତ୍ତନ

ହାମିଲଟନ, ୪।୨ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ମଙ୍ଗଳବାର ଭ୍ରମଣକାରୀ ଭାରତୀୟ ଦଳ ଘୋଷଣା କରାଯାଇଛି। ଯୁବ ଓପନର୍‌ ପୃଥ୍ବୀ ଶ’ ପାଖାପାଖି ଦେଢ଼ ବର୍ଷର ବ୍ୟବଧାନ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦ ବର୍ଷୀୟ ପୃଥ୍ବୀ ଶେଷଥର ପାଇଁ ୨୦୧୮ ଅକ୍ଟୋବରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ମାଂସପେଶୀ ଟାଣି ହୋଇଯିବାରୁ ରୋହିତ୍‌ ଶର୍ମାଙ୍କୁ ଘୋଷିତ ୧୬ ଜଣିଆ ଟେଷ୍ଟ ଦଳରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ସେ ଦିନିକିଆ ଦଳରୁ ବାଦ୍‌ ପଡ଼ିଥିଲେ। ଟେଷ୍ଟ ସିରିଜ ଫେବୃୟାରୀ ୨୧ରୁ ଆରମ୍ଭ ହେବ। ସେହିଭଳି ଦିନିକିଆ ସିରିଜ ଲାଗି ରୋହିତ୍‌ଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ସାମିଲ କରାଯାଇଛି।
ସୀମିତ ଓଭର ଦଳର ଉପଅଧିନାୟକ ରୋହିତ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ଟି୨୦ ମ୍ୟାଚ୍‌ ଖେଳୁଥିବାବେଳେ ମାଂସପେଶୀ ଟାଣି ହୋଇଯାଇଥିଲା। ଫଳରେ ସେ ବ୍ୟାଟିଂ ଅଧାରୁ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ‘ସୋମବାର ରୋହିତ୍‌ଙ୍କ ଏମ୍‌ଆର୍‌ଆଇ ସ୍କାନ କରାଯାଇଛି। ସେ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ୍‌ ପଡ଼ି ସାରିଛନ୍ତି। ଏବେ ତାଙ୍କୁ ନ୍ୟାଶନାଲ କ୍ରିକେଟ୍‌ ଏକାଡେମୀରେ ରହିବାକୁ ପଡ଼ିବ’ ବୋଲି ବିସିସିଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ୨୦୧୮ ଅକ୍ଟୋବରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିବା ପୃଥ୍ବୀଙ୍କୁ ପୂର୍ବରୁ ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଲାଗି ଦଳରେ ସ୍ଥାନ ମିଳିଥିଲା। ଡୋପିଂ ମାମଲାରେ ୮ ମାସ ବାସନ୍ଦ ହେବାପରେ ଶ’ ନିକଟରେ ଘରୋଇ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରି ବରୋଦା ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ବର୍ତ୍ତମାନ ସେ ଭାରତ-ଏ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ସେଠାରେ ଏକ ଟୁର୍‌ ମ୍ୟାଚ୍‌ରେ ୧୫୦ ରନର ଶତକୀୟ ଇନିଂସ ଖେଳିଥିଲେ।
ସାଥୀ ଖେଳାଳି ଶୁବମନ ଗିଲ୍‌ ଆଶାନୁଯାୟୀ ଟେଷ୍ଟ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ-ଏ ବିପକ୍ଷ ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଗିଲ୍‌ ଦ୍ୱିଶତକ ହାସଲ କରିଥିଲେ। ସେହିଭଳି କିଓ୍ବି ବିପକ୍ଷରେ ଦଳରେ ଥାଇ ଗୋଟିଏ ମଧ୍ୟ ଟି୨୦ ମ୍ୟାଚ୍‌ ଖେଳି ନ ଥିବା କୁଲଦୀପ ଯାଦବଙ୍କୁ କିନ୍ତୁ ନିରାଶ ହେବାକୁ ପଡ଼ିଛି। ଦୁଇ ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ବଜାୟ ରଖିବା ଫଳରେ କୁଲଦୀପଙ୍କୁ ଘୋଷିତ ଟେଷ୍ଟ ଦଳରୁ ବାଦ୍‌ ଦିଆଯାଇଛି। କୁଲଦୀପ ଶେଷଥର ପାଇଁ ଗତବର୍ଷ ଜାନୁୟାରୀରେ ଏକ ଟେଷ୍ଟ ମ୍ୟାଚ୍‌ (ଅଷ୍ଟ୍ରେଲିଆ ବିପକ୍ଷରେ) ଖେଳିଥିଲେ। ସେହିଭଳି ସୀମିତ ଓଭରରେ ପ୍ରଭାବୀ ବୋଲିଂ ଲାଗି ନବଦୀପ ସଇନିଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଛି। ସିନିୟର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଫିଟ୍‌ନେସ ଉପରେ ଖେଳିବା ନିର୍ଭର କରେ। ରଣଜୀ ମ୍ୟାଚ୍‌ ଖେଳୁଥିବାବେଳେ ଇଶାନ୍ତ ଆଘାତପ୍ରାପ୍ତ ହୋଇଥିଲେ।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହ, ରିଷଭ ପନ୍ତ (ଉଭୟ ଉଇକେଟ୍‌କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସଇନି, ଇଶାନ୍ତ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri