ଟେନିସର ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦୀ ନୁହେଁ: ନାଡାଲ

ମାଡ୍ରିଡ,୨୭।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ଟେନିସ ସମେତ ପ୍ରାୟ ସବୁ କ୍ରୀଡ଼ା ଆୟୋଜନ ଠପ୍‌ ହୋଇଛି। ପୁଣି ଥରେ ବିଶ୍ୱରେ କ୍ରୀଡ଼ା ଆୟୋଜନ କେବେ ଆରମ୍ଭ ହେବ ତାହା ମଧ୍ୟ କହିବା କଷ୍ଟକର। ତେବେ ସ୍ପେନ୍‌ ଟେନିସ ତାରକା ଏ ନେଇ ଆଦୌ ଆଶାବାଦୀ ନାହାନ୍ତି ବୋଲି କହିଛନ୍ତି। ପୁଣି ଥରେ ପେସାଦାର ଟେନିସ ପୂରା ଦମ୍‌ରେ ଆରମ୍ଭ ହେବା ନେଇ ଆଦୌ ଅଶାବାଦୀ ନୁହେଁ ବୋଲି ସେ କହିଛନ୍ତି। ସ୍ପାନିଶ୍‌ ଫେଡେରେଶନ ଅଫ୍‌ ଟେନିସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି।
ଟେନିସ ଖେଳିବା ବେଳେ ଜଣକୁ ପ୍ରତି ସପ୍ତାହରେ ଭ୍ରମଣ କରିବାକୁ ହୁଏ, ହୋଟେଲରେ ରହିବାକୁ ହୁଏ ଓ ଭିନ୍ନ ଭିନ୍ନ ଦେଶକୁ ମଧ୍ୟ ଯିବାକୁ ପଡିଥାଏ। ବିନା ଦର୍ଶକରେ ଖେଳିଲେ ମଧ୍ୟ ଗୋଟିଏ ଇଭେଣ୍ଟ ଆୟୋଜନ କରିବାକୁ ହେଲେ ବହୁ ଲୋକଙ୍କର ଆବଶ୍ୟକତା ରହିଥାଏ ଓ ଏହା କଦାପି ଅଣଦେଖା କରିହେବ ନାହିଁ। ତେଣୁ ଅନ୍ତର୍ଜାତୀୟସ୍ତରରେ ଏହି ସମସ୍ୟା ବେଶ୍‌ ଗୁରୁତର। ଧିରେ ଧିରେ କଟକଣା ଉଠିବ ବୋଲି ଆଶା କରୁଛି। କିନ୍ତୁ ସାରା ବିଶ୍ୱରେ ସ୍ବାସ୍ଥ୍ୟ ସମସ୍ୟା ବେଶ୍‌ ଗୁରୁତର। ଗତ ଦେଢମାସ ହେବ ଆମେ ବହୁତ କଷ୍ଟକର ସମସ୍ୟାର ସମ୍ମୁଖୀନ ହୋଇଛୁ। ବହୁ ଲୋକଙ୍କ ଜୀବନ ହାନୀ ଘଟିଛି। ଆର୍ଥିକ ଭାବେ ମଧ୍ୟ ଆମେ ବହୁତ କ୍ଷତିର ସମ୍ମୁଖୀନ ହୋଇଛୁ। ବହୁ ଲୋକ ମଧ୍ୟ ଜୀବୀକା ହରାଇଛନ୍ତି। ସବୁ ଦୃଷ୍ଟିରୁ ଆମେ ବହୁତ କ୍ଷତିର ସମ୍ମୁଖୀନ ହୋଇଛୁ। ଆଗାମୀ କିଛି ଦିନ ମଧ୍ୟରେ କୌଣସି ବଡ଼ ଟୁର୍ନାମେଣ୍ଟ ଆୟୋଜନ କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ କହିଛନ୍ତି।
ନିଜ ବନ୍ଧୁ ତଥା ବାସ୍କେଟବଲ ଖେଳାଳି ପାଉ ଗାସୋଲଙ୍କ ସହ ନାଡାଲ କରୋନା ଭାଇରସ ବିରୋଧ ଲଢେଇ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟିତ ଅଛନ୍ତି। ରୋଜର ଫେଡେରର ଓ ନୋଭାକ ଜୋକୋଭିଚ୍‌ଙ୍କ ସମେତ ନାଡାଲ ପାଣ୍ଠି ସଂଗ୍ରହ ପାଇଁ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri