Posted inଖେଳ

ଟି୨୦ ସିରିଜ ଜିତିଲା ଭାରତ

ନାଗପୁର, ୧୧।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୦ ରନରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୧ରେ ହାତେଇ ନେଇଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୧୯.୨ ଓଭରରେ ୧୪୪ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି।
୧୭୫ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ବାଂଲାଦେଶ ୧୨ ରନରେ ଲିଟନ ଦାସ ଓ ସୌମ୍ୟ ସରକାରଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଲିଟନ ୯ ରନ କରି ଓ୍ବାଶିଂଟନ ସୁନ୍ଦରଙ୍କୁ କ୍ୟାଚ୍‌ ଦେଇ ଓ ସୌମ୍ୟ ଖାତା ଖୋଲିବା ପୂର୍ବରୁ ଶିବମ ଦୁବେଙ୍କୁ କ୍ୟାଚ୍‌ ଦେଇ ଦୀପକ ଚହରଙ୍କ ଦ୍ୱାରା ଆଉଟ ହୋଇଥିଲେ। ତୃତୀୟ ଉଇକେଟରେ ମହମ୍ମଦ ମିଥୁନ ଓ ମହମ୍ମଦ ନଇମ ୬୧ ବଲରୁ ୯୮ ରନକରି ଦଳର ସ୍ଥିତି ସମ୍ଭାଳିଥିଲେ। ତେବେ ମିଥୁନ ୨ ଚୌକା ଓ ୧ ଛକା ସହ ୨୯ ବଲରୁ ୨୭ ରନ କରିଥିବା ବେଳେ ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇ ଚହରଙ୍କ ତୃତୀୟ ଶିକାର ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସଫିକର ରହିମ ଖାତା ଖୋଲିବା ପୂର୍ବରୁ ଦୁବେଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ଦୁବେ ନଇମଙ୍କୁ ଆଉଟ କରି ବାଂଲାଦେଶକୁ ଝଟ୍‌କା ଦେଇଥିଲେ। ନଇମ ୪୮ ବଲରୁ ୧୦ ଚୌକା ଓ ୨ ଛକା ସହ ଦ୍ରୁତ ୮୧ ରନ କରି ଦୁବେଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଫିଫ୍‌ ହୋସେନ କୌଣସି ରନ ନ କରି ଦୁବେଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ୧୬ ଓଭରରେ କ୍ରମାଗତ ଦୁଇ ଉଇକେଟ ନେଇ ଦୁବେ ମ୍ୟାଚ୍‌ର ମୋଡ ବଦଳାଇଥିଲେ। ଅଧିନାୟକ ମହମୁଦୁଲ୍ଲା ୮ ରନ କରି ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ବାଂଲାଦେଶ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ସାଫିଉଲ ୪ ରନ କରିଥିବା ବେଳେ ଦୁବେଙ୍କ ତୃତୀୟ ଶିକାର ହୋଇଥିଲେ। ମୁସ୍ତାଫିଜୁର ରହମାନ ୧ ରନ କରି ଆଉଟ ହେବା ସହ ଚହରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଶେଷରେ ଅମିନୁଲ ଇସ୍‌ଲାମ ୯ ରନ କରି ଆଉଟ ହେବା ସହ ଚହରଙ୍କ ଷଷ୍ଠ ଶିକାର ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଚହର ସର୍ବାଧିକ ୬, ଦୁବେ ୩ ଓ ଚହଲ ଗୋଟିଏ ଉଇକେଟ ନେଇଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ତାରକା ଓପନର ରୋହିତ ଶର୍ମାଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ରୋହିତ ୨ ରନ କରିଥିବା ବେଳେ ସାଫିଉଲ ଇସ୍‌ଲାମଙ୍କ ବଲ୍‌କୁ ଖେଳିବାକୁ ଯାଇଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଇନ୍‌ସାଇଡ୍‌ ଏଜ୍‌ ନେବା କାରଣରୁ ସେ ବୋଲ୍ଡ ହୋଇଥିଲେ। ୧୬ଟି ବଲ୍‌ ଖେଳି ୪ ଚୌକା ସହ ୧୯ ରନ କରିଥିବାବେଳେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଡିପ୍‌ ମିଡ୍‌ ଉଇକେଟରେ ମହମୁଦୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ସାଫିଉଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ଲୋକେଶ ରାହୁଲ ଓ ଶ୍ରେୟାସ ଆୟାର ଅର୍ଦ୍ଧଶତକୀୟ ପାଳି ଖେଳି ଦଳର ସ୍କୋରକୁ ଆଗେଇ ନେଇଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୪୧ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ରାହୁଲ ୩୫ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ସହ ୫୨ ରନକରି ଅଲ-ଅମିନ ହୋସେନଙ୍କ ବଲ୍‌ରେ ମିଡଅଫ୍‌ରେ ଲିଟନ ଦାସଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପୁଣିଥରେ ବିଫଳ ହୋଇଥିଲେ। ସେ ମାତ୍ର ୬ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ସୌମ୍ୟଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଆୟାର ସାହସିକ ଇନିଂସ ଖେଳିଥିଲେ। ୩୩ ବଲରୁ ୩ ଚୌକା ଓ ୫ ଛକା ସହ ୬୨ ରନକରି ସ୍କୋରକୁ ଆଗେଇ ନେଉଥିବା ବେଳେ ସୌମ୍ୟଙ୍କ ବଲରେ ଲଙ୍ଗ୍‌ଅନ୍‌ରେ ଲିଟନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସୌମ୍ୟଙ୍କ ଗୋଟିଏ ଓଭରରେ ପନ୍ତ ଓ ଆୟାର ଆଉଟ ହୋଇଥିଲେ। ଅବଶ୍ୟ ୧୫ ଓଭରର ପ୍ରଥମ ୩ଟି ବଲ୍‌ରେ ଆଫିଫ୍‌ ହୋସେନଙ୍କୁ ଆୟାର ହ୍ୟାଟ୍ରିକ ଛକା ମାରିଥିଲେ। ମନୀଷ ପାଣ୍ଡେ ୨୨ (୧୩ ବଲ, ୩ ଚୌକା) ଓ ଶିବମ୍‌ ଦୁବେ ୮ ବଲରୁ ୯ ରନ କରି ଅପରାଜିତ ରହିବା ସହ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଷଷ୍ଠ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୯ ବଲରୁ ଅପରାଜିତ ୩୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସୌମ୍ୟ ଓ ସାଫିଉଲ ୨ଟି ଲେଖାଏ, ଅଲ- ଅମିନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୭୪/୫
(ଆୟାର- ୬୨, ରାହୁଲ- ୫୨, ପାଣ୍ଡେ- ୨୨*, ଧାଓ୍ବନ- ୧୯, ସାଫିଉଲ- ୨/୩୨, ସୌମ୍ୟ ସରକାର-୨/୨୯, ଅଲ ଅମିନ-୧/୨୨)।
ବାଂଲାଦେଶ ୧୯.୨ ଓଭରରେ ୧୪୪ ଅଲଆଉଟ
(ନଇମ- ୮୧, ମିଥୁନ -୨୭, ଚହର- ୬/୭, ଦୁବେ- ୩/୩୦, ଚହଲ- ୧/୪୩)।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri