Posted inଖେଳ

ଟି୨୦: ଭାରତ ସିରିଜ ବିଜୟୀ

ଲଡରହିଲ, ୫ା୮- ରବିବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୨ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଏଥିସହ ଭାରତ ୨-୦ରେ ଅଗ୍ରଣୀ ରହି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୬୮ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ୧୫.୩ ଓଭରରେ ୪ ଉଇକେଟ ହରାଇ ୯୮ ରନ କରିଥିବାବେଳେ ବର୍ଷା ହୋଇଥିଲା। ଖେଳ ଆଉ ସମ୍ଭବ ନ ହେବାରୁ ଡକଓ୍ବର୍ଥ ଲିଓ୍ବିସ ନିୟମ ଅନୁସାରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା।
ଓ୍ବେଷ୍ଟଇଣ୍ଡିଜ ୮ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଭିନ ଲିଓ୍ବିସ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିବାବେଳେ ସୁନୀଲ ନାରିନ ମାତ୍ର ୪ ରନ କରି ଓ୍ବାଶିଂଟନ ସୁନ୍ଦରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ନିକୋଲାସ ପୁରନ ଓ ରୋଭମାନ ପଓ୍ବେଲ ୩ୟ ଉଇକେଟ ଯୋଡ଼ିରେ ୭୬ ରନ ଯୋଗ କରି ଓ୍ବେଷ୍ଟଇଣ୍ଡିଜ ପାଇଁ ଆଶା ସୃଷ୍ଟି କରିଥିଲେ। ମାତ୍ର ୧୪ତମ ଓଭରର ଦ୍ୱିତୀୟ ବଲ୍‌ରେ ପୁରନଙ୍କୁ ଆଉଟ କରି କୃନାଲ ପାଣ୍ଡ୍ୟା ଯୋଡ଼ି ଭାଙ୍ଗି ଦେଇଥିଲେ। ପୁରନ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ। ଆକ୍ରମଣାତ୍ମକ ଖେଳିଥିବା ପୁରନ ୩୪ ବଲ୍‌ରୁ ୫୪ (୬ ଚୌକା, ୩ ଛକା)ରନ କରିଥିବାବେଳେ କୃନାଲଙ୍କ ଦ୍ୱାରା ଏଲବିଡବଲ୍ୟୁ ହୋଇଥିଲେ। ପୁରନ ଡିଆରଏସର ସହାୟତା ନେଇଥିଲେ ହେଁ ତାହା ବେକାର ଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ୧୫.୩ ଓଭରରେ ୪ ଉଇକେଟ ହରାଇ ୯୮ ରନ କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା। ଭାରତ ପକ୍ଷରୁ କୃନାଲ ୨ଟି ଏବଂ ଓ୍ବାଶିଂଟନ ସୁନ୍ଦର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ପିଚ୍‌ରୁ ଫାଇଦା ଉଠାଇ ଆରମ୍ଭରୁ ଆକ୍ରମଣତ୍ମକ ଖେଳିଥିଲେ ଓପନର ରୋହିତ ଶର୍ମା। ଏକ ଚୌକା ସହ ଭାରତ ଇନିଂସ ଆରମ୍ଭ କରିଥିବା ରୋହିତ ସମ୍ପୂର୍ଣ୍ଣ ଷ୍ଟାଇଲରେ ହାସଲ କରିଥିଲେ କ୍ୟାରିୟରର ୧୭ତମ ଟି୨୦ ଅର୍ଦ୍ଧଶତକ। ଏହି ଅବସରରେ ସେ ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବା ରେକର୍ଡର ଅଧିକାରୀ ମଧ୍ୟ ହୋଇଥିଲେ। ଏ କ୍ଷେତ୍ରରେ ସେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଗେଲ୍‌ ୧୦୫ ଛକା ମାରିଥିବାବେଳେ ରୋହିତ ଏଠାରେ ନିଜର ଛକା ସଂଖ୍ୟାକୁ ୧୦୭ରେ ପହଞ୍ଚାଇ ଦେଇଥିଲେ। ଓପନିଂ ଯୋଡ଼ିରେ ୪୭ ବଲ୍‌ରୁ ୬୭ ରନ ଯୋଗ ହେବାପରେ ଅନ୍ୟତମ ଓପନର ଶିଖର ଧାଓ୍ବନ ବ୍ୟକ୍ତିଗତ ୨୩(୧୬ ବଲ, ୩ ଚୌକା) ରନ କରି ଆଉଟ ହୋଇଥିଲେ। ୪୦ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ରୋହିତ ୫୧ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୬୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ରୋହିତଙ୍କ ପ୍ରାଇଜ୍‌ ଉଇକେଟ ହାସଲ କରିଥିଲେ ଦ୍ରୁତ ବୋଲର ଓଶାନେ ଥୋମାସ।
ପ୍ରଥମ ମ୍ୟାଚ ପରି ଏଠାରେ ମଧ୍ୟ ଫେଲ୍‌ ମାରିଥିଲେ ଯୁବ ଉଇକେଟ କିପର ରିଷଭ ପନ୍ତ। ସେ ମାତ୍ର ୪ ରନ କରିଥିବାବେଳେ ଥୋମାସଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଭଲ ଆରମ୍ଭ କରିଥିଲେ ହେଁ ଅଧିନାୟକ ବିରାଟ କୋହଲି ତାହାକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ। ସେ ୨୩ ବଲ୍‌ରୁ ୧ ଚୌକା ଓ ୧ ଛକା ସହ ୨୮ ରନ କରି ଆଉଟ ହେବାରୁ ୧୬.୨ ଓଭର ବେଳକୁ ଭାରତ ସ୍କୋର ୧୩୨/୪ ହୋଇ ଯାଇଥିଲା। ମିଡଲ ଅର୍ଡରରେ ମନୀଷ ପାଣ୍ଡେ ବଡ଼ ଶଟ୍‌ ଖେଳିବାରେ ବିଫଳ ହୋଇ ମାତ୍ର ୬ ରନରେ ଆଉଟ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଟାଇଟ୍‌ ବୋଲିଂ କରିବାରୁ ୧୯ତମ ବେଳକୁ ଭାରତ ସ୍କୋର ୧୪୭/୫ ହୋଇଥିଲା। ମାତ୍ର କିମୋ ପଲ୍‌ଙ୍କ ଶେଷ ଓଭରରୁ କୃନାଲ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ୨୦ ରନ ସଂଗ୍ରହ କରିବାରୁ ୨୦ ଓଭରରେ ଦଳ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ଓଭରରେ କୃନାଲ ୨ଟି ଓ ଜାଡେଜା ଗୋଟିଏ ଛକା ମାରି ଭାରତୀୟ ସମର୍ଥକଙ୍କୁ ଉଲ୍ଲସିତ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟରେ ଓଶାନେ ଥୋମାସ ଓ ଶେଲଡନ କୋଟ୍ରେଲ ୨ଟି ଲେଖାଏ ଏବଂ କେମୋ ପଲ୍‌ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri