Posted inଖେଳ

ଟି୨୦ ପରାଜୟର ପ୍ରତିଶୋଧ ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୯।୨(ପି.ଟି.)- ଟି୨୦ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ। ୫-୦ ବ୍ୟବଧାନରେ ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାଶ୍‌ର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭାରତକୁ ୨୨ ରନରେ ପରାସ୍ତ କରିଛି। ଏଥିସହିତ ୩ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଭାରତର ବୋଲିଂ ଆଶାନୁରୂପ ହୋଇଥିଲେ ମଧ୍ୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତା ପଦାରେ ପଡିଛି। ଦୁର୍ବଳ ଶଟ ଚୟନ ଭାରତ ପାଇଁ କାଳ ହୋଇଛି। ଟସ୍‌ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବୋଲରମାନେ ଏହି ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ କରି ଘରୋଇ ଦଳକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନ ଥିଲେ। ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୨୭୩ ରନ ସ୍କୋର କରିଥିଲା। ଜବାବରେ ଭାରତ ୪୮.୩ ଓଭରରେ ୨୫୧ ରନକରି ଅଲଆଉଟ ହାଇଥିଲା। ଦିନିକିଆ ପଦାର୍ପଣ କରିଥିବା ୬ ଫୁଟ୍‌ ୮ ଇଞ୍ଚ୍‌ ଉଚ୍ଚତାବିଶିଷ୍ଟ ନ୍ୟୁଜିଲାଣ୍ଡ ବୋଲିଂ ଅଲରାଉଣ୍ଡର ୨୫ ବର୍ଷୀୟ କାଏଲ ଜେମିଶନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେ ୨୪ ବଲରୁ ୧ ଚୌକା ଓ ୨ ଛକା ସହ ୨୫ ରନ କରି ଅପରାଜିତ ରହିବା ସହ ମୂଲ୍ୟବାନ ୨ ଉଇକେଟ ନେଇ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ ପ୍ରଥମ ଦିନିକିଆରେ ଭାରତ ୪ ଉଇକେଟରେ ପରାସ୍ତ ହୋଇଥିଲା। ତୃତୀୟ ତଥା ଅନ୍ତିମ ଦିନିକିଆ ମଙ୍ଗଳବାର ମାଉଣ୍ଟ ମାଉନଗାନୁଇରେ ଖେଳାଯିବ।
୨୭୪ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରିଥିବା ଭାରତୀୟ ଦଳ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟିଥିଲା। ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୭୧ ରନରେ ଭାରତ ତା’ର ପ୍ରଥମ ୪ ଉଇକେଟ ହରାଇଥିଲା। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ନବଦୀପ ସଇନି ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ଓପନର ମୟଙ୍କ ଅଗ୍ରଓ୍ବାଲ ୩ ରନକରି ପ୍ରଥମେ ଆଉଟ ହେବା ପରେ ପୃଥ୍ବୀ ଶ ୨୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ବିରାଟ କୋହଲି ପୁଣି ଥରେ ଚକ୍‌ମା ଖାଇ ଅଭିଜ୍ଞ୍ୟ ଦ୍ରୁତ ବୋଲର ଟିମ୍‌ ସୌଦିଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେ ମାତ୍ର ୧୫ ରନ ସଂଗ୍ରହ କରିଥିଲେ। ଇନ୍‌ଫର୍ମ ଲୋକେଶ ରାହୁଲ ଦୀଘ ଦିନ ପରେ ଫେଲ ମାରିଥିଲେ। ସେ ମାତ୍ର ୪ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି କଲିନ ଡି ଗ୍ରାଣ୍ଡହୋମଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। କେଦାର ଯାଦବ ମଧ୍ୟ ବିଫଳ ହୋଇ ମାତ୍ର ୯ ରନକରି ଆଉଟ ହୋଇଥିଲେ। ଶାର୍ଦ୍ଦୂଳ ଠାକୁର ୩ ଚୌକା ସହ ୧୫ ବଲରୁ ୧୮ ରନ କରି ଆଉଟ ହୋଇଥିଲେ। ଭାରତ ୨୦୦ ରନ ମଧ୍ୟରେ ଅଲଆଉଟ ହେବା ମନେହେଉଥିଲା। ତେବେ ଅଷ୍ଟମ ଉଇକେଟରେ ଜାଡେଜା ଓ ସଇନି ୭୬ ରନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ସଇନି ୪୯ ବଲରୁ ୫ ଚୌକା ଓ ୨ ଛକା ସହ ୪୫ ରନ କରି ଜେମିଶନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ୧୦ ରନ କରିଥିବା ୟୁଜବେନ୍ଦ୍ର ଚହଲ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଶେଷରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଜାଡେଜା ଜିମ୍ମି ନିଶାମଙ୍କ ବଲ୍‌ରେ ଲଙ୍ଗ୍‌ଅଫ୍‌ରେ ଗ୍ରାଣ୍ଡହୋମଙ୍କୁ କ୍ୟାଚ୍‌ ଆଉଟ ହେବା ପରେ ଭାରତ ଇନିଂସର ପରିସମାପ୍ତି ଘଟିଥିଲା। ଭୁଲ ଶଟ୍‌ ଚୟନ କରି ଭାରତୀୟ ବ୍ୟାଟ୍ସମ୍ୟାନ ଉଇକେଟ ଫୋପାଡି ଆଉଟ ହୋଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ହାମିଶ ବେନେଟ, ସୌଦି, ଜେମିଶନ ଓ ଗ୍ରାଣ୍ଡହୋମ ଦୁଇଟି ଲେଖାଏ, ନିଶାମ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଗୁପ୍ଟିଲ ଓ ନିକୋଲ୍ସ ପ୍ରଥମ ଉଇକେଟରେ ୯୩ ରନ ସଂଗ୍ରହ କରିଥିଲେ। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ଖେଳିଥିଲେ ମଧ୍ୟ ମିଡଲ ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୭୯ ରନ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ହେନେରୀ ନିକୋଲ୍ସ ୪୧, ଟମ୍‌ ବ୍ଲଣ୍ଡେଲ ୨୨, ଜେମିଶନ ୨୫ ରନର ଉପଯୋଗୀ ପାଳି ଖେଳିଥିଲେ। ଅଭିଜ୍ଞ ରସ୍‌ ଟେଲର ପୁଣିଥରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଇନିଂସ ଗଢିଥିଲେ। ୭୪ଟି ବଲ ଖେଳି ସେ ୬ ଚୌକା ଓ ୨ ଛକା ସହ ୭୩ ରନ କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନେ ବିଫଳ ହୋଇଥିଲେ। ନବମ ଉଇକେଟରେ ଟେଲର ଓ ଜେମିଶନ ୫୧ ବଲରୁ ଅପରାଜିତ ୭୬ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତ ତରଫରୁ ଚହଲ ୩, ଠାକୁର ୨ ଓ ଜାଡେଜା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୭୩/୮
(ଗୁପ୍ଟିଲ- ୭୯, ଟେଲର- ୭୩*, ନିକୋଲ୍ସ- ୪୧, ଜେମିଶନ- ୨୫*, ବ୍ଲଣ୍ଡେଲ-୨୨, ଚହଲ- ୩/ ୫୮, ଠାକୁର- ୨/୬୦, ଜାଡେଜା- ୧/୩୫)।
ଭାରତ ୪୮.୩ ଓଭରରେ ୨୫୧ ଅଲଆଉଟ
(ଜାଡେଜା – ୫୫, ଆୟାର- ୫୨, ସଇନି- ୪୫, ପୃଥ୍ବୀ- ୨୪, ବେନେଟ- ୨/୫୮, ସୌଦି- ୨/୪୧, ଜେମିଶନ- ୨/୪୨, ଗ୍ରାଣ୍ଡହୋମ- ୨/୫୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri