ଟାଟା ଗ୍ରୁପ ଅଧୀନକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫-୧୧: ଟାଟା ଗ୍ରୁପ ନିକଟକୁ ଏୟାର ଇଣ୍ଡିଆର ପରିଚାଳନା ଭାର ଫେରିପାରେ। ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ବର୍ତ୍ତମାନ କ୍ଷତିରେ ଚାଲିଥିବା ବେଳେ ଏହାର ୧୦୦% ଅଂଶଧନ ବିକ୍ରି ଲାଗି ସରକାର ଯୋଜନା ରଖିଛନ୍ତି। ଏହି ବିମାନ କମ୍ପାନୀକୁ କିଣିବା ନେଇ ଟାଟା ଗ୍ରୁପ ବିଚାର କରିପାରେ ବୋଲି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ ସୋମବାର ଦେଇଥିବା ଏକ ସୂଚନାରୁ ଜଣାପଡିଛି। ଚନ୍ଦ୍ରଶେକରନଙ୍କ ‘ବ୍ରିିଜିଟାଲ ନେଶନ’ ପୁସ୍ତକ ଉନ୍ମୋଚନ ଅବସରରେ ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଭାଗ ନେବା ପ୍ରସଙ୍ଗକୁ ସେ ଅଗ୍ରାହ୍ୟ କରି ନାହାନ୍ତି।
ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିଚାର କରିବା ଲାଗି ଟିମ୍‌କୁ କୁହାଯିବ। ବାସ୍ତବରେ ଏହି ନିଷ୍ପତ୍ତି ଟାଟା ସନ୍ସ ନୁହେଁ ଭିସ୍ତାରା ଦ୍ୱାରା ହେବ। ଭିସ୍ତାରା, ଏୟାର ଏସିଆ ବାଦ୍‌ କୌଣସି ତୃତୀୟ ବିମାନ କମ୍ପାନୀ ପରିଚାଳନା ସପକ୍ଷରେ ନ ଥିବା ସେ କହିଛନ୍ତି। ଏଗୁଡିକ ମିଶ୍ରଣ ନ ହେଲା ଯାଏ କିଛି ସମସ୍ୟା ରହିଛି। ଏହା ଉପରେ ସେ ହଁ କିମ୍ବା ନା କହି ନାହାନ୍ତି। ଅପରପକ୍ଷରେ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ସେ ପ୍ରଦାନ କରି ନାହାନ୍ତି।
ସୂଚନାଯୋଗ୍ୟ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବିମାନ କମ୍ପାନୀର ୨୪% ଅଂଶଧନ ନିଜ ରଖିବା ନେଇ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସେହିଭଳି କମ୍ପାନୀର ୭୬% ଅଂଶଧନ ବିକ୍ରି ପ୍ରକ୍ରିୟା ବିଫଳ ହୋଇଛି। ଉକ୍ତ ସମୟରେ ରଖାଯାଇଥିବା ସର୍ତ୍ତରେ କିଛିଟା ସମସ୍ୟା ରହିଥିବାରୁ ଟାଟା ଏଥିଲାଗି ଆଗ୍ରହ ପ୍ରକାଶ କରି ନ ଥିଲା। ଅପରପକ୍ଷରେ ଜେଟ୍‌ ବିମାନ କମ୍ପାନୀ ଅଧିଗ୍ରହଣ ନେଇ ଟାଟା ବିଚାର କରୁଥିବାରୁ ଏୟାର ଇଣ୍ଡିଆ କଥା ଧ୍ୟାନକୁ ନେଇ ନ ଥିଲା।

ନୂଆ ସମାଧାନ ଖୋଜୁଛି ଟାଟା
ଟାଟା ଏହାର ଏୟାରଲାଇନ ବାଣିଜ୍ୟ ଲାଗି ଏକ ସମାଧାନ ଖୋଜୁଛି। ଏହାକୁ ବଢାଇବା ଲାଗି କମ୍ପାନୀ ଯୋଜନା ରଖିଛି। ମାତ୍ର ୨୦୨୫ ପର୍ଯ୍ୟନ୍ତ ଏଥିରେ କ୍ଷତିର ଅଧିକ ସମ୍ଭାବନା ରହିଛି। ଏୟାର ଇଣ୍ଡିଆ ଅଧିଗ୍ରହଣ ଦ୍ୱାରା ବିମାନ ଚଳାଚଳ ବାଣିଜ୍ୟ କ୍ଷେତ୍ରରେ ଟାଟା ନିକଟରେ ପର୍ଯ୍ୟାନ୍ତ ସୁଯୋଗ ରହିଛି। ଗ୍ରୁପ ନିକଟରେ ଦୁଇଟି ଯୌଥ ଉଦ୍ୟୋଗ ରହିଛି। ସିଙ୍ଗାପୁର ଏୟାରଲାଇନ ସହ ମିଳିତ ହୋଇ ଏହା ଭିସ୍ତାରା କମ୍ପାନୀ ଏବଂ ବଜେଟ ବିମାନ କମ୍ପାନୀ ଏୟାର ଏସିଆ ସହ ସହଭାଗିତାରେ ବିମାନ ସେବା ପ୍ରଦାନ କରୁଛି।

ଜେଟ୍‌ ଡିଲ୍‌କୁ ଅଗ୍ରାହ୍ୟ କରିପାରେ
ଟାଟା ଗ୍ରୁପ ଜେଟ୍‌ ଏୟାରଓ୍ବେଜ ଡିଲ ଲାଗି ଅଗ୍ରାହ୍ୟ କରିପାରେ। ଏକ୍ଷେତ୍ରରେ ଏୟାର ଇଣ୍ଡିଆ କ୍ରୟ ନେଇ ଟାଟା ଗ୍ରୁପ ଆଗ୍ରହ ଦେଖାଇପାରେ। ଏହି ବିମାନ କମ୍ପାନୀକୁ ଜେଆରଡି ଟାଟା ୧୯୩୨ରେ ସ୍ଥାପନ କରିଥିଲେ। ଯାହା ପରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାବେ ପରିଣତ ହୋଇଥିଲା। ଏୟାର ଇଣ୍ଡିଆ ସହ ଟାଟା ଗ୍ରୁପର ପୂର୍ବରୁ ସମ୍ପର୍କ ରହିଛି। ଟାଟାସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ତଥା ଟାଟା ଟ୍ରଷ୍ଟର ବର୍ତ୍ତମାନର ମୁଖ୍ୟ ରତନ ଟାଟା ଏୟାର ଇଣ୍ଡିଆ କ୍ରୟ ନେଇ ଗୁରୁତ୍ୱ ଦେଇପାରନ୍ତି।

ସ୍ଥିତି ଦୃଢ଼ ଲାଗି ଭିସ୍ତାରାକୁ ସୁବିଧା ହେବ
ଏୟାର ଇଣ୍ଡିଆ ଟାଟା ଗ୍ରୁପ ହାତକୁ ଗଲେ ଭିସ୍ତାରାକୁ ଅନ୍ତର୍ଜାତୀୟ ବଜାରରେ ଏହାର ସ୍ଥିତି ଦୃଢ କରିବା ଦିଗରେ ସହାୟକ ହେବ। ବର୍ତ୍ତମାନ ଭିସ୍ତାରା କେବଳ ୪ ଅନ୍ତର୍ଜାତୀୟ ଡେଷ୍ଟିନେଶନକୁ ଏହାର ସେବା ଯୋଗାଇଦେଉଛି। ଏହାବାଦ ଦେଶ ମଧ୍ୟରେ ବଜାର ଅଂଶକୁ ବଢାଇବା ଦିଗରେ ଭିସ୍ତରା ଏହି ଡିଲ୍‌ର ଲାଭ ନେଇ ପାରିବ। ଭିସ୍ତାରାର ବଜାର ଅଂଶ ଦେଶରେ ୬% ରହିଥିବା ବେଳେ ଏୟାର ଇଣ୍ଡିଆ ୧୨% ଅଂଶ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri