ଟାଓ୍ବାର ଉପରେ ୩ ଘଣ୍ଟା

କାମାକ୍ଷାନଗର,୭ା୩(ଡି.ଏନ.ଏ.):ଘରେ ଗଣ୍ଡଗୋଳ କରି ଜୀବନ ହାରିବାକୁ ୪୪୦ କେଭି ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ପୁତୁରା। ତାଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି ଦାଦା ବି ଚଢ଼ିଗଲେ ଗ୍ରୀଡ୍‌ରେ। ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଦୀର୍ଘ ୩ ଘଣ୍ଟା ଧରି ଚାଲିଲା କସରତ। ତେବେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୨ ଜୀବନ ବଞ୍ଚତ୍ୟାଇଥିବାବେଳେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି ।
ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଶୁକ୍ରବାର ଅପରାହ୍ନ ୨ଟା ୪୫। ବାଙ୍ଗୁରା ନିକଟ ଦେଇ ଯାଇଥିବା ମେରାମଣ୍ଡଳୀ-ଡୁବୁରୀ ୪୪୦ କେଭି ଟାଓ୍ବାର ଉପରକୁ ହଠାତ୍‌ ଚଢ଼ିଯାଇଥିଲେ ବାଙ୍ଗୁରା ଗ୍ରାମର କାଳିଆ ପଧାନ (୨୫)। ତାଙ୍କୁ ଉଦ୍ଧାର କରିବାକୁ ଦାଦା ସୁବାସ ପଧାନ (୫୫) ମଧ୍ୟ ତାଙ୍କ ପଛେ ପଛେ ଟାଓ୍ବାର ଉପରକୁ ଚଢ଼ିଥିଲେ। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଏ ସମ୍ପର୍କରେ ତୁରନ୍ତ ବିଦ୍ୟୁତ୍‌ ବିଭାଗ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ ପହଞ୍ଚତ୍ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳରେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ଗ୍ରାମବାସୀ ବହୁ ବୁଝାଶୁଝା କରିବା ପରେ ୫ଟା ୪୫ରେ କାଳିଆ ଏବଂ ସୁବାସ ତଳକୁ ଆସିଥିଲେ। କାଳିଆଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଏ ନେଇ ସୁବାସ କୁହନ୍ତି, ଘରେ ହୋଇଥିବା ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ରକରି ପୁତୁରା ଆତ୍ମହତ୍ୟା କରିବାକୁ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ। ବିଦ୍ୟୁତ୍‌ ତାରକୁ ଗୋଡ଼ ବଢ଼ାଇଥିଲେ ମଧ୍ୟ ପାଇ ନ ଥିଲା। ତେଣୁ ସେ ବଞ୍ଚତ୍ୟାଇଛନ୍ତି। ପୁତୁରାଙ୍କୁ ଉଦ୍ଧାର କରିବାକୁ ଯାଇ ବାଧ୍ୟ ହୋଇ ସୁବାସ ନିଜ ଜୀବନକୁ ବିପଦରେ ପକାଇ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ବୋଲି କହିଛନ୍ତି। ଏ ନେଇ ଯନ୍ତ୍ରୀ କୁହନ୍ତି, ଏପରି ଘଟଣା ଦେଖିବା ପରେ ସେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ୪୪୦ କେଭି ଲାଇନରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବା କଷ୍ଟକର କଥା। କାରଣ ଏଥିପାଇଁ ସ୍ବତନ୍ତ୍ର ଭାବେ ଅନୁମତି ଆଣିବାକୁ ପଡ଼ିଥାଏ। ତେବେ ମେରାମଣ୍ଡଳୀ ଅଧିକାରୀ ଠିକ୍‌ ସମୟରେ ସହାୟତା କରିବାରୁ ଏକ ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri