Posted inଖେଳ

ଟାଇସନ ଫ୍ୟୁରିଙ୍କ ଅଭିଳାଷ

ଲଣ୍ଡନ,୨୦ା୫ (ଏଏଫ୍‌ପି)-ୟୁକ୍ରେନ୍‌ର ପୂର୍ବତନ ପ୍ରଫେସନାଲ ବକ୍ସର ଲାଡିମିର କ୍ଲିଚ୍‌କୋଙ୍କ ଆଦର୍ଶ ଅନୁକରଣ କରିବେ ବୋଲି କହିଛନ୍ତି ଟାଇସନ ଫ୍ୟୁରି। ଜଣେ ବ୍ରିଟିଶ ବକ୍ସର ହିସାବରେ ପ୍ରାଧାନ୍ୟ ବିସ୍ତାର କରି ଅବସର ପର୍ଯ୍ୟନ୍ତ ଜଣେ ବିଶ୍ୱ ଚାମ୍ପିୟନ ହେବାକୁ ଚାହାନ୍ତି। ଏକ ସାକ୍ଷାତ୍‌କାର ବେଳେ ସେ ଏକଥା ପ୍ରକାଶ କରିଛନ୍ତି। ୨୦୧୫ରେ ଫ୍ୟୁରିଙ୍କଠାରୁ ପରାସ୍ତ ହେବା ପୂର୍ବରୁ କ୍ଲିଚ୍‌କୋ ୪ବର୍ଷଧରି ନିର୍ବିବାଦୀୟ ବିଶ୍ୱ ଚାମ୍ପିୟନ ଥିଲେ। ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଫ୍ୟୁରି କିନ୍ତୁ ସେହି ଟାଇଟଲଗୁଡ଼ିକ ବଜାୟ ରଖିପାରିଲେନି। ମାତ୍ର ପରେ ସେ ଜୋରଦାର୍‌ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେବୃୟାରୀରେ ଡିଅନ୍‌ଟେ ଓ୍ବାଇଲ୍ଡରଙ୍କ ବିପକ୍ଷରେ ଚମତ୍କାର ବିଜୟ ପରେ ୩୧ ବର୍ଷୀୟ ଫ୍ୟୁରି ବକ୍ସିଂରେ ଶୀର୍ଷରେ ରହିବାକୁ ଚାହୁଁଛନ୍ତି। କରୋନାଭାଇରସ୍‌ ସଙ୍କଟ ଦୂରୀଭୂତ ହେବା ପରେ ଓ୍ବାଇଲ୍ଡର ତାଙ୍କ ସହିତ ପୁଣି ଲଢେଇ କରିବାକୁ ଚାହୁଁଛନ୍ତି। ଏହା ପରେ ୨୦୨୧ରେ ଏକ ବାଉଟ୍‌ରେ ସେ ବ୍ରିଟିଶ ପ୍ରତିଦ୍ୱନ୍ଦ୍ୱୀ ଆନ୍ଥୋନୀ ଜୋଶୁଆଙ୍କ ସହିତ ମୁକାବିଲା କରିବେ। ଜୋଶୁଆ ଡବ୍ଲ୍ୟୁବିଏ, ଆଇବିଏଫ୍‌, ଡବ୍ଲ୍ୟୁବିଓ ଏବଂ ଆଇବିଓ ଓ୍ବାଲର୍‌ଡ ଟାଇଟଲ ହାସଲ କରିଛନ୍ତି। ଫ୍ୟୁରି କହିଛନ୍ତି ମୁଁ ଅର୍ଥ, ସୁନାମ କିମ୍ବା ବେଲ୍ଟ ପାଇଁ ବକ୍ସିଂରୁ ନାହିଁ। ବରଂ ମୁଁ ବକ୍ସିଂକୁ ଖୁବ୍‌ ଭଲ ପାଏ। ଏଥିରୁ ମୋତେ ମାନସିକ ଶାନ୍ତି ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri