Posted inଫୁରସତ

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌ ହେବାର ସ୍ବପ୍ନ ଉଙ୍କି ମାରୁଥିଲା। କିନ୍ତୁ ଅର୍ଥାଭାବ ତାଙ୍କ ସ୍ବପ୍ନ ମଝିରେ ଟାଣିଥିଲା ଲକ୍ଷ୍ମଣରେଖା। ଜୟଗଣେଶଙ୍କ ପିତା ଏକ ଚମଡ଼ା ଫ୍ୟାକ୍ଟ୍ରିରେ ସୁପର୍‌ଭାଇଜର୍‌ ରୂପେ ମାସିକ ୪୫ ଶହ ଟଙ୍କା ବେତନରେ ଚାକିରି କରୁଥିଲେ। ଏତିକି ଦରମାରେ ଘର ଚଳିବା ଏବଂ ପାଠପଢ଼ା ଖର୍ଚ୍ଚ ତୁଲାଇବା ବହୁତ କଷ୍ଟକର ଥିଲା। ଦଶମ ପରୀକ୍ଷା ପରେ ସେ ପଲିଟେକ୍‌ନିକ୍‌ କଲେଜରେ ନାମ ଲେଖାଇଲେ। ଭାବିନେଲେ ଏହାରି ମାଧ୍ୟମରେ ତାଙ୍କୁ ଖୁବଶୀଘ୍ର ଚାକିରି ଖଣ୍ଡେ ମିଳିଯିବ। ଏଥିର ଅର୍ଜିତ ଅର୍ଥରେ ସେ ନିଜ ପଢ଼ା ଖର୍ଚ୍ଚ ତୁଲାଇବା ସହ ପରିବାର ପୋଷିି ପାରିବେ। ଏମିତିରେ ଜୟଙ୍କ ଗଁାର ଅଧିକାଂଶ ପିଲା ଦଶମ ପରେ ଦୋକାନ, ଡ୍ରାଇଭିଙ୍ଗ୍‌, ଅଟୋ ରିକ୍ସା ଚଳାଇବା କିମ୍ବା କୁଲି କାମରେ ନିଯୁକ୍ତ ହେଉଥିଲେ। କିନ୍ତୁ ଜୟଙ୍କ ସ୍ବପ୍ନ ଥିଲା ତାଙ୍କ ଜୀବନର ସବୁକିଛି। ପାଠପଢ଼ା ପ୍ରତି ସେ କଦାପି ଅବହେଳା କରୁ ନ ଥିଲେ। ପଢ଼ା ଖର୍ଚ୍ଚ ତୁଲାଇବାକୁ ସେ ୱେଟର୍‌ ଭାବେ ମଧ୍ୟ କାମ କରିବାକୁ ପଛାଇ ନ ଥିଲେ। ଏହି ଆଗ୍ରହକୁ ଦେଖି ତାଙ୍କ ପିତା ଯଥାସାଧ୍ୟ ସାହାଯ୍ୟ କଲେ। କିନ୍ତୁ ଛଅ ଥର ୟୁପିଏସ୍‌ସି ପରୀକ୍ଷା ଦେଇ ବିଫଳ ହେବା ପରେ ସପ୍ତମ ଥର ବେଳକୁ ପରିଶ୍ରମର ଫଳ ପାଇଲେ। ତାଙ୍କ ସଫଳତା ଆଜି ଗଁାର ଯୁବପିଢ଼ିଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri