ଝିଅ ବାହାଘର ପାଇଁ ଥିବା ସୁନାଅଳଙ୍କାର ଚୋରି ଘଟଣା: ୪ ଅଭିଯୁକ୍ତ ଗିରଫ; ଅଳଙ୍କାର, ଟଙ୍କା ଜବତ

ଭାପୁର/ଖଣ୍ଡପଡା,୨ା୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭାପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଝିଅର ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କା ଓ ସୁନା, ରୂପା ଗହଣା ଚୋରି ହେବା ଘଟଣାରେ ଫତେଗଡ଼ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଚୋରି ହୋଇଥିବା ସାମଗ୍ରୀକୁ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ନୟାଗଡ଼ ଜିଲା ଭାପୁର ବ୍ଳକ ଫତେଗଡ ଥାନା ଶାସନ ପଞ୍ଚାୟତ ରଗଡିପଡା ଗ୍ରାମର ବୀରବର ବେହେରା ନିଜ ବଡ଼ଝିଅର ବାହାଘର ପାଇଁ ଚଳିତ ମାସ ୨୦ ତାରିଖକୁ ଧାର୍ଯ୍ୟ କରିଥିଲେ । ଝିଅ ପାଇଁ କିଣିଥିବା ୨ଟି ସୁନାହାର, ସୁନା ମୁଦି, ପେଣ୍ଡି ଫୁଲ ଓ ୨ହଳ ପାଉଁଜି ସହ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା ସେ ଘରେ ରଖିଥିଲେ । ଦୁର୍ବୃତ୍ତମାନେ ଗତମାସ ୩୦ ତାରିଖ ରାତିରେ ଘରେ ପଶି ଆଲମିରା ଭାଙ୍ଗି ସମସ୍ତ ଅଳଙ୍କାର ଓ ଟଙ୍କା ଚୋରିକରି ନେଇଯାଇଥିବା ବୀରବର ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏ ନେଇ ପୋଲିସ ୮୯/୧୯ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କରବର ଗ୍ରାମର ଶଙ୍କର୍ଷଣ ପଢିଆରୀ(୨୬)ଙ୍କୁ ଶୁକ୍ରବାର ପୋଲିସ ମହାନଦୀ କୂଳ ଖଣ୍ଡିଆ ଦେଉଳଠାରୁ ଗିରଫ କରିଥିଲା। ଏଥିସହ ସେ ନିଜ ବାଡ଼ି ପାଖ ମାଟିତଳେ ପୋତି ରଖିଥିବା ୪୯ ହଜାର ୫ଶହ ଟଙ୍କା, ୨ଟି ସୁନା ହାର, ସୁନା ମୁଦି, ପେଣ୍ଡି ଫୁଲ ଓ ପାଉଁଜି ଜବତ କରିଥିଲା। ଏହାପରେ ଶଙ୍କର୍ଷଣଙ୍କ ଅନ୍ୟ ସହଯୋଗୀ କରବର ଗ୍ରାମର ଜିତେନ୍ଦ୍ର ରାଉତ(୨୩) ଏବଂ ମଣିପୁର ଗ୍ରାମର ପ୍ରଶାନ୍ତ ବଳିୟାରସିଂ ଓ ଲକ୍ଷ୍ମୀଧର ଜେନା(୨୦)ଙ୍କୁ ଗିରଫ କରି ପୋଲିସ ଶନିବାର ସନ୍ଧ୍ୟାରେ ଖଣ୍ଡପଡା କୋର୍ଟ ଚାଲାଣ କରିଛି ବୋଲି ଫତେଗଡ ଥାନା ଆଇଆଇସି ନିରଞ୍ଜନ ଧିର ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ, କହିଲେ ମୋତେ ଆଉ ମୋ’ ସାଙ୍ଗକୁ ସେ…

ବାଲିଅନ୍ତା,୮ା୫(ନୀଳମାଧବ ସାହୁ): ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ପରାଜୟ ସହିପାରୁନାହାନ୍ତି TMC ସମର୍ଥକ! ବିଜୟ ଶୋଭାଯାତ୍ରା ବେଳେ ଭାଜପା କର୍ମୀଙ୍କୁ ନିର୍ମମ ହତ୍ୟା

କୋଲକାତା,୫।୫: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୁଣି ଥରେ ରକ୍ତାକ୍ତ ହୋଇଛି ରାଜ୍ୟର ରାଜନୀତି। ନ୍ୟୁଟାଉନ ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା…

ହୃଦୟବିଦାରକ ଘଟଣା; ଅଟୋରେ ନେଇ ଦୁଇ ଭଉଣୀଙ୍କୁ ଗଣବଳାତ୍କାର, ପୀଡିତାଙ୍କୁ ଟ୍ରେନରେ ଚଢ଼ାଇ ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୫।୫: ମଥୁରାରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ଦୁଇ ଭଉଣୀ ବୃନ୍ଦାବନର ଏକ ଆଶ୍ରମକୁ ଖାଇବା ପାଇଁ ଯାଇଥିଲେ, ଯେଉଁଠାରେ…

ଜଙ୍ଗଲରୁ ୩ ବନ୍ଧୁକ ଜବତ କରି ଶିକାରୀଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପର୍ତ୍ତମାହା ଜଙ୍ଗଲରେ ପୋଲିସ ଚଢ଼ାଉ କରି ୩ ଦେଶୀ…

ସାନ ଭାଇକୁ ହତ୍ୟା କରି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ମର୍ମାହତ ହୋଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବଡ଼ ଭାଇ

ଜୟପୁର,୩ା୫: ରାଜସ୍ଥାନର ବାଲୋତରା ଜିଲାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଅପହରଣ କରି ପିଟି ପିଟି ହତ୍ୟା କରିଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୃତଦେହକୁ…

ମହିଳାଙ୍କୁ ହତ୍ୟା କରି କପା କିଆରିରେ ମୃତଦେହ ପୋତିବାକୁ ଉଦ୍ୟମ, ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ବଲାଙ୍ଗୀର,୩ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ଏକ କପା କିଆରିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛି ଜଣେ ବିବାହିତା ୩…

ଶିକାର କରିବାକୁ ଘରୁ ଡାକିନେଲେ, ଜଙ୍ଗଲରେ ମୋ’ ସ୍ବାମୀଙ୍କୁ ଗୁଳିକରି ମାରିଥିବା ଅଭିଯୋଗ ଆଣି ସ୍ତ୍ରୀ କହିଲେ…

ତୁମୁଡ଼ିବନ୍ଧ,୨ା୫(ଦୀପକ କୁମାର ପରାସେଠ୍‌): ଶିକାର କରିବାକୁ ଯାଇ ଶବ ପଲଟିଲେ। ସାଥୀ ଶିକାରୀଙ୍କ ଗୁଳିରେ ଚାଲିଗଲା ଜୀବନ। ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri