ଭୁବନ,୨।୯(ଡି.ଏନ.ଏ.) ଆଜି ଧରାବତରଣ କରିବେ ବିଦ୍ୟାଦାତା ଗଜାନନ। ଏହାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଭୁବନ। ସୁଉଚ୍ଚ ତୋରଣ, ଉଜ୍ଜ୍ୱଳ ଆଲୋକମାଳାରେ ସହର ଝଲସି ଉଠିଥିବାବେଳେ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।
ଚଳିତବର୍ଷ ୨୧ ପୂଜା ମଣ୍ଡପରେ ବିଘ୍ନବିନାଶକଙ୍କ ଆବାହନ କରାଯାଉଛି। ଏହାକୁ ନେଇ ମାସେ ହେଲା ପୂଜା ପ୍ରତିଷ୍ଠାନଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିଯୋଗିତାମୂଳକ ଭାବେ ପୂଜାମଣ୍ଡପରେ ସୁଉଚ୍ଚ ମୂର୍ତ୍ତି ପୂଜା ପାଇବେ। କୁଶଳୀ କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରିଥିବାବେଳେ ରଙ୍ଗକାମ ଶେଷ ହୋଇଛି। ପ୍ରତି ପୂଜା ମଣ୍ଡପରେ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ପୂଜାକୁ ଶୃଙ୍ଖଳିତ କରିବାକୁ ଚଳିତବର୍ଷଠାରୁ ଠାକୁରଙ୍କ ମେଲଣ କରାଯିବ। ସବୁ ମେଢ଼ ଏକାଠି ହୋଇ ଭସାଣିରେ ସାମିଲ ହେବେ। ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ସମସ୍ତ ମେଢ଼ କରାଯାଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ଜାତୀୟ ରାଜପଥରେ ଅପରାହ୍ନ ୫ଟାରୁ ରାତି ୧୧ଟା ଯାଏ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ଦାବି ହେଉଛି। ପୂଜା ଅବ୍ୟବହିତ ପୂର୍ବରୁ ରବିବାରଠାରୁ ବହୁ ଉଠା ଦୋକାନୀ ପସରା ମେଲାଇଲେଣି।
ଏ ନେଇ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ କୁହନ୍ତି, ଜନଗହଳିପୂର୍ଣ୍ଣ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ପୂଜାମଣ୍ଡପ ନିକଟରେ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ କର୍ମୀ ନିୟୋଜିତ ହେବେ। ୫୩ନଂ. ଜାତୀୟ ରାଜପଥର କଲେଜ ଛକରୁ ନୂଆଭୁବନ ଯାଏ ଭିଡ଼ ନିୟନ୍ତ୍ରଣ ଲାଗି ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯିବ। ମେଲଣରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…
ଜଙ୍ଗଲରେ ଭୋଜି ମନା
ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…
ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…
ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
Archives

