Posted inଫୁରସତ

ଜୟପୁର ଯନ୍ତର ମନ୍ତର: କିଛି ଅଜଣା କଥା

ଯନ୍ତର ମନ୍ତର ହେଉଛି ଏମିତି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର ତଥା ଗ୍ରହମାନଙ୍କର ସ୍ଥିତି ଏବଂ ଗତି ନିରୂପଣ କରାଯାଉଥିଲା।
ଯନ୍ତ୍ର ମନ୍ତ୍ରରୁ ଯନ୍ତର ମନ୍ତରର ସୃଷ୍ଟି। ପ୍ରକୃତପକ୍ଷେ ଏହା ହେଉଛି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର ତଥା ଗ୍ରହମାନଙ୍କର ସ୍ଥିତି ଏବଂ ଗତି ନିରୂପଣ କରାଯାଉଥିଲା। ଇତିହାସରୁ ଯାହା ଜଣାଯାଏ, ଅଷ୍ଟାଦଶ ଖ୍ରୀଷ୍ଟାବ୍ଦରେ ମହାରାଜା ସଓ୍ବାଇ ଜୟସିଂହ (ଦ୍ୱିତୀୟ) ଏହି ଯନ୍ତର ମନ୍ତରକୁ ନିର୍ମାଣ କରାଇଥିଲେ। ସେତେବେଳେ ରାଜସ୍ଥାନର ଜୟପୁରରେ ଏହି ରାଜାଙ୍କର ରାଜତ୍ୱ ଥିଲା। ଆଉ ତାଙ୍କ ଦ୍ୱାରା ହିଁ ନୂଆଦିଲ୍ଲୀ, ଜୟପୁର, ଉଜ୍ଜୟିନୀ, ମଥୁରା ଏବଂ ବାରାଣସୀରେ ପୃଥକ୍‌ ପୃଥକ୍‌ ୫ଟି ଯନ୍ତର ମନ୍ତର ଗଢ଼ାଯାଇଥିଲା। ଏବେ ବି ଏହିସବୁ ଐତିହାସିକ କୀର୍ତ୍ତିରାଜିଗୁଡ଼ିକ ଅକ୍ଷୁଣ୍ଣ ଅବସ୍ଥାରେ ରହିଛି। ତେବେ ଏହି ୫ଟି ଯନ୍ତର ମନ୍ତର ମଧ୍ୟରୁ ଜୟପୁରସ୍ଥିତ ଯନ୍ତର ମନ୍ତରଟି ହେଉଛି ସବୁଠାରୁ ବଡ଼ ଆଉ ଆକର୍ଷଣୀୟ। ସେଥିପାଇଁ ତାକୁ ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିଛି।

ଜୟପୁର ଯନ୍ତର ମନ୍ତରର ସ୍ବତନ୍ତ୍ରତା
ଜୟପୁରସ୍ଥିତ ଏହି ପର୍ଯ୍ୟବେକ୍ଷଣାଗାରରେ ୧୯ଟି ଭିନ୍ନ ଭିନ୍ନ ଏମିତି ସ୍ବତନ୍ତ୍ର ଯନ୍ତ୍ର ରହିଛି, ଯାହା ମାଧ୍ୟମରେ ସମୟ ନିରୂପଣ କରାଯିବା ସହିତ ଚନ୍ଦ୍ରଗ୍ରହଣ ସମ୍ପର୍କିତ ଭବିଷ୍ୟବାଣୀ ବି ଜାଣି ହେଉଥିଲା। ସେହିପରି ସୌରମଣ୍ଡଳୀୟ ଗ୍ରହ ତଥା ତାରାମାନଙ୍କର ସ୍ଥିତି ଏବଂ ଗତି ସମ୍ପର୍କରେ ତଥ୍ୟ ବି ଏହି ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ନିରୂପଣ କରି ହେଉଥିଲା। ଏବେ ମଧ୍ୟ ଏହି ଯନ୍ତ୍ରଗୁଡ଼ିକୁ ଦେଖିଲେ ଅନୁମାନ କରିହୁଏ ଯେ, ଭାରତୀୟ ଲୋକମାନଙ୍କର ଗଣିତ ତଥା ଜ୍ୟୋତିଷ ଶାସ୍ତ୍ରରେ କେତେ ଗଭୀର ଜ୍ଞାନ ଥିଲା। ଯେଉଁଥିପାଇଁ ସେମାନେ ତାଙ୍କର ଜ୍ଞାନକୁ ବିନିଯୋଗ କରି ଏପରି ଏକ ଶିକ୍ଷଣୀୟ ପର୍ଯ୍ୟବେକ୍ଷଣାଗାର ଗଠନ କରିବାରେ ସହାୟକ ହୋଇଥିଲେ।

ଏଠାରେ ଥିବା ପ୍ରମୁଖ ଯନ୍ତ୍ର
ଜୟପୁରସ୍ଥିତ ଯନ୍ତର ମନ୍ତରରେ ଥିବା ୧୯ଟି ପ୍ରମୁଖ ଯନ୍ତ୍ର ହେଉଛି ବୃହତ୍‌ ସମ୍ରାଟ ଯନ୍ତ୍ର, ଲଘୁ ସମ୍ରାଟ ଯନ୍ତ୍ର, ଜୟପ୍ରକାଶ ଯନ୍ତ୍ର, ରାମ ଯନ୍ତ୍ର, ଧ୍ରୁବ ଯନ୍ତ୍ର, ଦକ୍ଷିଣା ଭିତ୍ତି ଯନ୍ତ୍ର, ନାଡି ବଳୟ ଯନ୍ତ୍ର, ରାଶି ବଳୟ ଯନ୍ତ୍ର, ଦିଶା ଯନ୍ତ୍ର, ସତାଂଶ ଯନ୍ତ୍ର, ଉନ୍ନତାଂଶ ଯନ୍ତ୍ର, ଦିଗଂଶା ଯନ୍ତ୍ର, ଯନ୍ତ୍ର ରାଜ ଯନ୍ତ୍ର, କପାଳି ଯନ୍ତ୍ର, କନାଳି ଯନ୍ତ୍ର, କ୍ରାନ୍ତି ଭ୍ରିତ୍ତା ଯନ୍ତ୍ର, ଚକ୍ର ଯନ୍ତ୍ର, ମିଶ୍ର ଯନ୍ତ୍ର, ପଲ୍ଲଭ ଯନ୍ତ୍ର। ପ୍ରତି ଯନ୍ତ୍ରର ଭିନ୍ନ ଭିନ୍ନ କାମ ରହିଥାଏ। ଯାହା ସମ୍ପର୍କରେ ସବିଶେଷ ବିବରଣୀ ଏଠାକୁ ଗଲେ ଆରାମରେ ପର୍ଯ୍ୟଟକ ପାଇପାରିବେ। ତା’ଛଡ଼ା ଏହି ସମସ୍ତ ଯନ୍ତ୍ର ଏବେ ବି ଅକ୍ଷୁଣ୍ଣ ଆଉ ଆକର୍ଷଣୀୟ ଅବସ୍ଥାରେ ରହିଥିବାରୁ ଏହି ସ୍ଥାନକୁ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିଛି। ଯେଉଁଥିପାଇଁ ଏଠାକୁ ସବୁବେଳେ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି।

କିଛି ଅଜଣା କଥା
ଶୁଣିବାକୁ ମିଳେ ମହାରାଜା ସଓ୍ବାଇ ଜୟସିଂହ (ଦ୍ୱିତୀୟ) ଜୟପୁରରେ ଏହି ପର୍ଯ୍ୟବେକ୍ଷଣାଗାର କରିବା ପୂର୍ବରୁ କୁଆଡ଼େ ବିଭିନ୍ନ ଦେଶକୁ ନିଜର ଶାନ୍ତିଦୂତଙ୍କୁ ପ୍ରେରିତ କରିଥିଲେ। ଆଉ ସେହିସବୁ ସ୍ଥାନରୁ ଗଣିତ ତଥା ଜ୍ୟୋତିଷ ଶାସ୍ତ୍ର ସମ୍ପର୍କିତ ବିଭିନ୍ନ ପାଣ୍ଡୁଲିପି ମଗାଇ ତାକୁ ପଢି ପ୍ରଥମେ ନିଜେ ଜ୍ଞାନ ଆହରଣ କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନେ କିପରି ଏହାକୁ ସହଜରେ ବୁଝି ପାରିବେ ସେଥିପାଇଁ ସେହି ପାଣ୍ଡୁଲିପିଗୁଡ଼ିକୁ ସରଳ ଭାଷାରେ ଅନୁବାଦ ବି କରାଇଥିଲେ। ସେହିପରି କୁହାଯାଏ, ଏବେ ବି ଜୟପୁରସ୍ଥିତ ଏହି ପର୍ଯ୍ୟବେକ୍ଷଣାଗାରରେ ଥିବା ଯନ୍ତ୍ରଗୁଡ଼ିକ ଦ୍ୱାରା କରାଯାଉଥିବା ଗଣନାକୁ ଆଧାର କରି ଏଠାରେ ପାଞ୍ଜି ପ୍ରସ୍ତୁତ ହେଉଛି ଏବଂ ତଦନୁଯାୟୀ ରୀତିନୀତି ପାଳନ କରାଯାଉଛି।

କେବେ ଓ କେମିତି ଯିବେ
ରାଜସ୍ଥାନର ଜୟପୁରସ୍ଥିତ ପ୍ରସିଦ୍ଧ ସିଟି ପ୍ୟାଲେସ୍‌ ଓ ହାଓ୍ବା ମହଲ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଯନ୍ତର ମନ୍ତର ଅବସ୍ଥିତ। ଯେଉଁଠାକୁ ଯିବା ପାଇଁ ଗମନାଗମନର ଭଲ ବ୍ୟବସ୍ଥା ରହିଛି। ତା’ଛଡ଼ା ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ମଧ୍ୟ ଉପଲବ୍ଧ ଅଛି। ତା’ହେଲେ ଆଉ ଡେରି କାହିଁକି, ନିଆରା ଅନୁଭୂତି ସାଙ୍ଗକୁ ଇତିହାସ ସମ୍ପର୍କିତ ତଥ୍ୟ ସାଉଁଟିବାକୁ ଜୟପୁରସ୍ଥିତ ଏହି ସ୍ଥାନକୁ ବୁଲି ଯିବା ପାଇଁ ପ୍ଲାନିଂ ଆରମ୍ଭ କରିଦିଅନ୍ତୁ ନା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri