Posted inଜାତୀୟ

ଜୟ ଶ୍ରୀରାମ କହିବାକୁ ବାଧ୍ୟକଲେ: ମୁସଲିମ୍‌ ଯୁବକଙ୍କୁ ପିଟି ମାରିଦେଲେ

ଷଢ଼େଇକଳା,୨୪ା୬: ଝାଡ଼ଖଣ୍ଡର ଷଢ଼େଇକଳା ଖରସୁଆଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଗ୍ରାମବାସୀ ଚୋରି ସନ୍ଦେହରେ ଜଣେ ମୁସଲିମ୍‌ ଯୁବକଙ୍କୁ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଦେଇଛନ୍ତି। ଏହି ବର୍ବର କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯୁବକ ଜଣକ ହାଜତରେ କି ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ତାକୁ ନେଇ ବିବାଦ ଉଠିଛି।
ଅଭିଯୋଗ ଅନୁଯାୟୀ, ଖରସୁଆଁ ଅନ୍ତର୍ଗତ କଦମଡିହା ଗ୍ରାମର ତବ୍‌ରେଜ୍‌ ଅନ୍‌ସାରୀ(୨୪) ଗତ ୧୮ ତାରିଖ ରାତିରେ ବାଇକ୍‌ ଚୋରି କରୁଥିବା ସନ୍ଦେହରେ ଗାଁ ଲୋକେ ତାଙ୍କୁ ଧରିଥିଲେ। ସେମାନେ ତାଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ରାତିସାରା ମାଡ଼ ମାରିଥିଲେ। ପୋଲିସ ଖବର ପାଇ ସେଠାକୁ ଯାଇ ତବ୍‌ରେଜ୍‌ଙ୍କୁ ଗିରଫ କରିଥିଲା। ଏହାସହ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ସ୍ଥାନୀୟ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିଲା। ଶନିବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପପୁ ମଣ୍ଡଳ ନାମକ ଜଣେ ଯୁବକଙ୍କ ସମେତ ଶତାଧିକ ବ୍ୟକ୍ତି ତାଙ୍କୁ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟ କରିଥିଲେ। ଏହାସହ ସେମାନେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବାର ଦୃଶ୍ୟ ଏଥିରେ ରହିଛି। ତବ୍‌ରେଜ୍‌ଙ୍କ ସ୍ତ୍ରୀ ଶାଇସ୍ତା ପରବିନ୍‌ ଉକ୍ତ ଭିଡିଓ ଆଧାରରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି। ପପୁଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତବ୍‌ରେଜ୍‌ ହସ୍ପିଟାଲରେ ଆଖିବୁଜି ଦେଇଥିବା ପୋଲିସ କହୁଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ବିବାଦ ଉଠିଛି। ପ୍ରକୃତରେ ହାଜତରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଝାଡ଼ଖଣ୍ଡରେ ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ କାର୍ଯ୍ୟରତ ଅମନ ବିରାଦରି ନାମକ ସଙ୍ଗଠନର ସଂଯୋଜକ ଅଫ୍‌ଜଲ ଅନିସ୍‌ ଅଭିଯୋଗ ଆଣିଛନ୍ତି। ତବ୍‌ରେଜ୍‌ଙ୍କ ଦାଦା ମକ୍‌ସୁଦ୍‌ ଅନ୍‌ସାରୀ କହିଛନ୍ତି, ଜେଲ୍‌ରେ ପୁତୁରାଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଜେଲ ଅଧିକାରୀମାନେ ନିଜକୁ ବଞ୍ଚାଇବା ପାଇଁ ତାଙ୍କୁ ହସ୍ପିଟାଲକୁ ପଠାଇଦେଇଥିଲେ। ପୋଲିସ ଓ ଜେଲ୍‌ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଭାରତରେ ସଂଖ୍ୟାଲଘୁଙ୍କ ଉପରେ ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକର ଆକ୍ରମଣ ବଢ଼ି ଚାଲିଥିବା ନେଇ ଆମେରିକାର ଏକ ରିପୋର୍ଟ ପ୍ରକାଶ ପାଇଥିବାବେଳେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ଏହି ପରିପ୍ରେକ୍ଷୀରେ ତବ୍‌ରେଜ୍‌ଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛିଡ଼ା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହୋଇଯିବ ଇଲେକ୍ଟ୍ରୋନିକ୍‌ ଜିନିଷ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ କେବଳ ତେଲ ଏବଂ ଗ୍ୟାସ ମୂଲ୍ୟକୁ ପ୍ରଭାବିତ କରିବ ତାହା ନୁହେଁ। ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ ବୋଲି ଆଶା…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

ବଡ଼ ଧମକ ଦେଲାଣି ଇରାନ! ବୋମା ପକାଇ ଉଡାଇ ଦେବ ଗ୍ୟାସ ସହ ତେଲ ଡିପୋ, ଆମେରିକାକୁ କହିଲା…

ତେହରାନ୍‌,୧୩।୩: ଇରାନ ଆମେରିକାକୁ ଏକ ଚେତାବନୀ ଦେଇଛି, ଯେଉଁଥିରେ କୁହାଯାଇଛି ଯେ ଏହା ଆମେରିକାକୁ ତା’ର କାର୍ଯ୍ୟ ପାଇଁ ପଶ୍ଚାତାପ କରିବାକୁ ବାଧ୍ୟ କରିବ। ଇରାନ ଘୋଷଣା…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦବୀରୁ ହଟାଇବା ପାଇଁ ନୋଟିସ୍‌

ନୂଆଦିଲ୍ଲୀ,୧୩ା୩: ଶୁକ୍ରବାର ବିରୋଧୀ ଦଳ ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରୁ ହଟାଇବା…

LPG ସଙ୍କଟ: ବନ୍ଦ ହେବ ନାହିଁ ହୋଟେଲ କି ରେସ୍ତୋରାଁ, ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଗ୍ୟାସ ସଙ୍କଟ ମଧ୍ୟରେ, ହୋଟେଲ ଏବଂ ରେସ୍ତୋରାଁ ଶିଳ୍ପକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ସରକାର…

କେଉଁଠୁ ଆସୁଛି ଏତେ ସିଲିଣ୍ଡର? ଘର ସହ ଦୋକାନରୁ ମିଳିଲା ୨୫୦ ସିଲିଣ୍ଡର

ଅରରିଆ,୧୩।୩: ଗୁରୁବାର ବିଳମ୍ବିତ ସାରେ ଫୋର୍ବସଗଞ୍ଜ ସହରର ୱାର୍ଡ ନମ୍ବର ୧୫ର ପୋଖର ବସ୍ତିରେ ଏଲପିଜି ସିଲିଣ୍ଡରର ଅବୈଧ ସଂରକ୍ଷଣ ସମ୍ପର୍କରେ ସୂଚନା ପାଇ, ଏସଡିଓ ଅଭୟ…

ଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ସାହାଯ୍ୟ ମାଗିଲା ଇରାନ, ବଡ଼ ପ୍ରତିଶ୍ରୁତି ଦେଇ ଜୟଶଙ୍କର କହିଲେ ଆମେ…

ନୂଆଦିଲ୍ଲୀ/ତେହରାନ,୧୩ା୩: ଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ସାହାଯ୍ୟ ମାଗିଛି ଇରାନ।  ବର୍ତ୍ତମାନର ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ଇରାନ ଏବଂ ଭାରତ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି।…

ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତିପଡ଼ାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri