Posted inଜାତୀୟ

ଜ୍ୟୋତିଷ କଥାରେ ପଡି ୭ ଦିନର ନାତୁଣୀକୁ ମାରିଦେଲେ ଜେଜେମା’

ବେଙ୍ଗାଲୁରୁ, ୧।୧୨: ଉତ୍ତର ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୬୦ ବର୍ଷୀୟ ମହିଳା ମାତ୍ର ୭ ଦିନର ନାତୁଣୀକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ କଥାରେ ପଡି ସେ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ମେଦାରହଲ୍ଲୀ ନିବାସୀ ପରମେଶ୍ୱରୀ ନାମକ ଜଣେ ମହିଳାଙ୍କ ପୁଅ ମାର୍ଶଲ ନଭେମ୍ବର ୨୨ରେ ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ। ଏଥିରେ ଦୁଃଖି ଥିଲେ ତାଙ୍କ ମା’। ଘଟଣାଦିନ ଶିଶୁଟିର ମା’ ଗାଧୋଇବାକୁ ଯାଇଥିବା ବେଳେ ଜେଜେମା’ ନାତୁଣୀର ତଣ୍ଟି ଚିପି ମାରିଦେଇ ପାଖ ନାଳରେ ପକାଇଥିଲେ। ଅଜଣା ବ୍ୟକ୍ତି ଜଣେ କିଏ ଶିଶୁଟିକୁ ନେଇଯାଇଥିବା ଘର ଲୋକଙ୍କ ଆଗରେ କହିଥିଲେ ପରମେଶ୍ୱରୀ। ପରେ ପୋଲିସ ଥାନରେ ଏତଲା ଦିଆଯିବାରୁ ତଦନ୍ତ ଆରମ୍ଭ ହୋଇଥିଲା। ନାତୁଣୀ ହେଲେ କାଳେ ଘରର ଆର୍ଥିକ ମାନ୍ଦାବସ୍ଥା ଲାଗିରହିବ ବୋଲି ଜ୍ୟୋତିଷ ତାଙ୍କୁ କହିଥିଲେ। ଏହି କାରଣରୁ ନାତୁଣୀକୁ ତଣ୍ଟି ଚିପି ମାରିଦେଇଥିଲେ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲେ ପରମେଶ୍ୱରୀ। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ୬.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ, ଭୟରେ ଘରୁ ବାହାରି ଦୌଡିଲେ ଲୋକେ

ଫିଲିପାଇନ୍ସ,୭।୧: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ବୁଧବାର ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ଭୂମିକମ୍ପର ତୀବ୍ରତା...

IPLରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନର ହାତ ଧରିଲେ ମୁସ୍ତାଫିଜୁର ରହମାନ, ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ,୭।୧: ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ ଦିଆଯାଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, BCCI କେକେଆରକୁ...

୧୮ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ ଅବ୍ୟାହତ: ଦିନକୁ ୨ ଘଣ୍ଟା ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ): ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଅବ୍ୟାହତ ରହିଛି । ଫଳରେ...

କୁମ୍ଭୀର ଗଣନା ପାଇଁ ୩ ଦିନ ଭିତରକନିକା ବନ୍ଦ

କେନ୍ଦ୍ରାପଡା,୭।୧: ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ...

ରାଷ୍ଟ୍ରପତି ପଦ ହରାଇବେ ଟ୍ରମ୍ପ! ଭୟରେ ଥରହର ହେଲେଣି ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୭।୧: ଆମେରିକାରେ ଏହି ବର୍ଷ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ଯାଉଛି, ଏବଂ ରାଷ୍ଟ୍ରପତି ଟ୍ରମ୍ପ ଏହା ବିଷୟରେ ଚିନ୍ତିତ ହୋଇପଡୁଛନ୍ତି। ତେଣୁ, ସେ ଚିନ୍ତା ପ୍ରକାଶ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ…

ନୂଆଦିଲ୍ଲୀ,୭।୧: ୨୦୨୬ର ICC ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର୍‌ ମିଚେଲ ସାଣ୍ଟନରଙ୍କୁ କିୱି ଦଳର ଦାୟିତ୍ୱ ଦିଆଯାଇଛି। ମନୋନୀତ...

ଶୀତରେ ଥରୁଛି ରାଜଧାନୀ: ହାଡ଼ ଭଙ୍ଗା ଶୀତକୁ କୋହଲା ପାଗ

ଭୁବନେଶ୍ୱର,୭।୧: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ଓ...

ବାଂଲାଦେଶ କ୍ରିକେଟ ବୋର୍ଡକୁ ଝଟକା ଦେଲା ICC: ହରଡ଼ଘଣାରେ ପଡିଲା ବିସିବି, ଏବେ କରିବ କ’ଣ…

ନୂଆଦିଲ୍ଲୀ,୭।୧: ସୁରକ୍ଷା ଦୃଷ୍ଟିରୁ ୨୦୨୬ ଟି୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ ବୋର୍ଡର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri