Posted inଜାତୀୟ

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ନେଇ ଏବେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଯେଉଁଠାରୁ ଏହି ଭୂତାଣୁ ବ୍ୟାପିଛି, ସେଠାରେ ଗୋପନରେ ଚାଇନା ଜୈବିକ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିଲା। ସେହି ଗବେଷଣାଗାରରୁ ଉକ୍ତ ଭୂତାଣୁ ବାହାରି ଆସିଥିବା ସନ୍ଦେହ କରାଯାଉଛି। ଇସ୍ରାଏଲ୍‌ର ଜଣେ ଜୈବଅସ୍ତ୍ର ବିଶେଷଜ୍ଞଙ୍କ ସୂଚନାକୁ ଆଧାର କରି ଏକ ବୈଦେଶିକ ଗଣମାଧ୍ୟମ ଏହା ପ୍ରକାଶ କରିଛି।
ଉକ୍ତ ରିପୋର୍ଟ ଅନୁଯାୟୀ, ରେଡିଓ ଫ୍ରି ଏସିଆ ଗତ ସପ୍ତାହରେ ଉହାନ ଟେଲିଭିଜନର ୨୦୧୫ ରିପୋର୍ଟକୁ ପୁନଃପ୍ରସାରଣ କରିଥିଲା। ଚାଇନାର ଅତ୍ୟାଧୁନିକ ଭୂତାଣୁ ଗବେଷଣା ଲାବରେଟୋରୀ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ଏଥିରେ ପ୍ରଦର୍ଶିତ ହୋଇଥିଲା। ଚାଇନାରେ ମାରାତ୍ମକ ଭୂତାଣୁ ଉପରେ କାର୍ଯ୍ୟ କରିବା ପାଇଁ ଏହା ଏକମାତ୍ର ସକ୍ଷମ ଗବେଷଣାଗାର ଘୋଷିତ ହୋଇଛି। ସେଠାର ଜୈବିକ ଯୁଦ୍ଧାସ୍ତ୍ର ସମ୍ପର୍କରେ ଅଧ୍ୟୟନ କରିଥିବା ଇସ୍ରାଏଲ ସୈନ୍ୟବାହିନୀର ପୂର୍ବତନ ଗୋଇନ୍ଦା ଅଧିକାରୀ ଡାନି ଶୋହମ୍‌ଙ୍କ କହିବା ଅନୁଯାୟୀ, ଉକ୍ତ ଅନୁଷ୍ଠାନ ସହ ବେଜିଂର ଗୋପନ ଜୈବିକ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମର ସମ୍ପର୍କ ରହିଛି। ଉକ୍ତ ଅନୁଷ୍ଠାନର କେତେକ ଲାବ୍‌ରେ ଜୈବିକ ଯୁଦ୍ଧାସ୍ତ୍ରର ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା ବୋଲି ଶୋହମ୍‌ ଓ୍ବାଶିଂଟନ ଟାଇମ୍ସକୁ କହିଛନ୍ତି। ଇସ୍ରାଏଲ ସୈନ୍ୟବାହିନୀରେ ଲ୍ୟୁଟ୍‌ନାଣ୍ଟ କଲୋନେଲ୍‌ ପାହ୍ୟା ପଦବୀରେ ଥିବା ଶୋହମ୍‌ ୧୯୭୦ରୁ ୧୯୯୧ ମଧ୍ୟରେ ମଧ୍ୟପ୍ରାଚ୍ୟ ଓ ବିଶ୍ୱରେ ଜୈବ ଓ ରସାୟନ ଯୁଦ୍ଧାସ୍ତ୍ର ସମ୍ପର୍କରେ ଗୋଇନ୍ଦା ଅନୁଧ୍ୟାନ ଚଳାଇଥିଲେ। ଚାଇନା ଜୈବିକ ଯୁଦ୍ଧାସ୍ତ୍ର ଖବରକୁ ଅସ୍ବୀକାର କରିଆସିଛି। ତେବେ ବେଜିଂ ଗୋପନ ଜୈବଅସ୍ତ୍ର କାର୍ଯ୍ୟରେ ସମ୍ପୃକ୍ତ ଥିବା ଗତବର୍ଷ ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଥିଲା।
ଚାଇନାର ହୁବେଇ ପ୍ରଦେଶରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲାବେଳେ ଏହା କେଉଁଠୁ ସୃଷ୍ଟି ହେଲା ତାହା ଜଣାପଡି ନ ଥିବା ବେଜିଂ କହିଆସୁଛି। ଉହାନର ଏକ ସାମୁଦ୍ରିକ ଖାଦ୍ୟ ବଜାରରେ ବିକ୍ରି ହେଉଥିବା ବନ୍ୟପ୍ରାଣୀଠାରୁ ଏହି ଭୂତାଣୁ ସୃଷ୍ଟି ହୋଇଥିବା ପ୍ରାଥମିକ ସୂଚନା ମିଳିଛି ବୋଲି ଚାଇନାର ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ରର ନିର୍ଦ୍ଦେଶକ ଗାଓ ଫୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଜୈବିକ ଯୁଦ୍ଧାସ୍ତ୍ର ପ୍ରସାରଣ ପାଇଁ ଏହା ଆମେରିକା ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଚାଇନା ଇଣ୍ଟରନେଟ ମାଧ୍ୟମରେ ମିଥ୍ୟା ଗୁଜବ ପ୍ରସାର କରୁଥିବାରୁ ଏହା ସନ୍ଦେହ ଘେରକୁ ଆସିଛି ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ଉହାନ ଲାବରେଟୋରିରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଅଭିଯୋଗ ଆସିଲେ, ତାକୁ ପ୍ରତିହତ କରିବା ଲାଗି ଏହା ଚାଇନାର ଯୋଜନାବଦ୍ଧ ପ୍ରସ୍ତୁତି ବୋଲି ସେ କହିଛନ୍ତି।
ଚାଇନାରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୩୬୧ରେ ପହଞ୍ଚତ୍ଥିବାବେଳେ ୧୭,୨୦୫ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଭାରତ ସମେତ ୨୫ଟି ଦେଶକୁ ବ୍ୟାପିଲାଣି। ଆମେରିକା ସେଠାକୁ ଯାତାୟାତରେ କଟକଣା ଲଗାଇବା ସହ ନିଜ ନାଗରିକ ଓ କୂଟନୀତିଜ୍ଞମାନଙ୍କୁ ନେଇଯାଇଛି। ଆମେରିକା କରୋନାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି କରୁଥିବା ବେଜିଂ ସୋମବାର ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri