ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁରର ନସିମ ଓରଫ ନିଖାତ୍‌ ନସିମ(୨୫)। ସକିଲ ଗିରଫ ହୋଇ ଜେଲ୍‌ ଗଲା ପରେ କିଛିଦିନ ପାଇଁ ଗ୍ୟାଙ୍ଗର ଆପରାଧିକ କାର୍ଯ୍ୟକଳାପ ବନ୍ଦ ରହିଥିଲା। ତେବେ କିଛିଦିନର ବ୍ୟବଧାନ ପରେ ସକିଲ ଜେଲ୍‌ରେ ଥାଇ ଫୋନ୍‌ ମାଧ୍ୟମରେ ପୁଣି ନିଜ ଗ୍ୟାଙ୍ଗର ନେଟ୍‌ୱର୍କ ବଢାଇଥିଲେ। ଜେଲ୍‌ରେ ଥାଇ ସମସ୍ତ ପ୍ଲାନ ତିଆରି କରୁଥିଲେ ସକିଲ। କିଏ ଦାଦାବଟି ଦେବ, କାହାକୁ ଦେବ, କେମିତି ଦେବ ତାହାର ବ୍ଲୁପ୍ରିଣ୍ଟ ଜେଲ୍‌ ଭିତରୁ ପ୍ରସ୍ତୁତ ହେଉଥିଲା। ଏ ସମସ୍ତ ପ୍ଲାନର ମାଷ୍ଟରମାଇଣ୍ଡ ଥିଲେ ସକିଲ। ଜେଲ୍‌ ବାହାରେ ରହି ଏହାକୁ ରୂପ ଦେଉଥିଲେ ତାଙ୍କର ୨ ବାନ୍ଧବୀ। ପରେ ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀ ସେମାନଙ୍କଠାରୁ ବଟି ଆଦାୟ କରୁଥିଲେ। ସକିଲଙ୍କୁ ଦେଖା କରିବା ପାଇଁ ଜେଲ୍‌କୁ କେହି ପୁରୁଷ ସହଯୋଗୀ ଗଲେ କାଳେ ପୋଲିସର ସନ୍ଦେହ ଘେରକୁ ଆସିବେ, ତେଣୁ ଏହି ୨ ବାନ୍ଧବୀ ତାଙ୍କୁ ଦେଖା କରିବାକୁ ଜେଲ୍‌ ଯାଉଥିଲେ। ସେମାନେ ସକିଲଙ୍କୁ ଏକ ଫୋନ୍‌ ଦେବା ସହ ଜେଲ୍‌ ବାହାରର ସମସ୍ତ ସୂଚନା ଦେଉଥିଲେ। ଝିଅ ହୋଇଥିବାରୁ ଏତେ ସହଜରେ ପୋଲିସର ସନ୍ଦେହ ଘେରକୁ ଆସି ନ ଥିଲେ। ତେବେ ବ୍ୟବସାୟୀଙ୍କୁ ଦାଦାବଟି ପାଇଁ ଧମକ ଦେବା ଘଟଣାରେ ସକିଲଙ୍କ ଜଣେ ସହଯୋଗୀ ଗିରଫ ହେବା ପରେ ସମସ୍ତ ଗୁମର ଫିଟିଥିଲା।
କଟକ ବକ୍ସିବଜାରସ୍ଥିତ ଆନନ୍ଦ ସ୍ପୋଟର୍‌ସର ମାଲିକ ତଥା ବ୍ୟବସାୟୀ ଯୋଗେଶ ଅଗ୍ରୱାଲଙ୍କୁ ଗତ ଡିସେମ୍ବର ୧୨ ତାରିଖରେ ଚୌଦ୍ୱାର ଜେଲ୍‌ରେ ଥିବା ସକିଲ ଫୋନ୍‌ କରି ୧୦ଲକ୍ଷ ଟଙ୍କା ମାଗିଥିଲେ। ପରେ ସକିଲ୍‌ଙ୍କ ସହଯୋଗୀ ଜନ, ମୁକେଶ ଓ ଟାଇଗର ସେଠାରେ ପହଞ୍ଚି ଯୋଗେଶଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଯୋଗେଶ ଉକ୍ତ ଟଙ୍କା ଦେବାରେ ବିଫଳ ହେବାରୁ ଗତ ୧୯ ତାରିଖରେ ସକିଲ ଯୋଗେଶଙ୍କ ସାନଭାଇ ସୁରଜଙ୍କୁ କଲ କରି ୫ଲକ୍ଷ ଟଙ୍କା ମାଗିଥିଲେ। ଏ ନେଇ ଯୋଗେଶ ଓ ସୁରଜଙ୍କ ପକ୍ଷରୁ ଦରଘାବଜାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିଲା। ପରେ ପୋଲିସ ଉଭୟ ଘଟଣାରେ ସମ୍ପୃକ୍ତ ଥିବା ନସିମଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଏହି ଘଟଣାରେ ପୂର୍ବରୁ ପୋଲିସ ସକିଲଙ୍କ ବାପା, ଭାଇ ଓ ଜଣେ ବାନ୍ଧବୀଙ୍କ ସମେତ ୭ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

୨୦ ରୁ ୧୨୮୯ରେ ପହଞ୍ଚିଲାଣି: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ୧୯୬୩ ମସିହାରେ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri