ଭୁବନେଶ୍ୱର,୨୪ା୧୦(ବ୍ୟୁରୋ):ବଡ଼ବଡ଼ିଆ, ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ହନିଟ୍ରାପ୍ର ମାୟାଜାଲରେ ଫସାଇ ବିପୁଳ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ତେବେ ଉଭୟ ଦମ୍ପତି ଜେଲ ମାନୁଆଲ ଅନୁଯାୟୀ ରବିବାର ଝାରପଡ଼ା କାରାଗାରରେ ୧୫ ମିନିଟ୍ ଦେଖାସାକ୍ଷାତ୍ ହୋଇଛନ୍ତି। ଜେଲରଙ୍କ ଉପସ୍ଥିତିରେ ଉଭୟ ଭେଟ ହୋଇ ୧୫ ମିନିଟ୍ କଥା ହୋଇଛନ୍ତି। ଏହି ସମୟରେ ଜଗବନ୍ଧୁଙ୍କୁ ଦେଖି ଅର୍ଚ୍ଚନା କାନ୍ଦି ପକାଇଥିଲେ ବୋଲି ଚର୍ଚ୍ଚା ହେଉଛି। ସ୍ବାସ୍ଥ୍ୟ, ମାନସିକ ଅବସ୍ଥା ଆଦି କେମିତି ଅଛି ଅର୍ଚ୍ଚନାଙ୍କୁ ସ୍ବାମୀ ଜଗବନ୍ଧୁ ପଚାରି ବୁଝିଛନ୍ତି। ଏହି ଦେଖାସାକ୍ଷାତ୍ ସମୟରେ ଜଗବନ୍ଧୁ ଅର୍ଚ୍ଚନାଙ୍କୁ ଆଶ୍ୱାସନା ଦେବା ସହ ସବୁ ଠିକ୍ ହୋଇଯିବ ବୋଲି ବୁଝାଇଥିଲେ। ଅନ୍ୟପକ୍ଷରେ ଗତବର୍ଷ ଧନ୍ତେରସ ଦିନରେ ବହୁ ଅଳଙ୍କାର କିଣିବା ସହିତ ଉଭୟ ଯେପରି ମହା ଆଡ଼ମ୍ବରରେ ପାଳନ କରିଥିଲେ, ସେହିଦିନକୁ ମନେ ପକାଇଥିବା ଜଣାପଡ଼ିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ବହୁ ଫଟୋ ଭାଇରାଲ ହୋଇଥିଲା। ଏକାଧିକ ଫଟୋରେ ଉଭୟ ବହୁ ଟଙ୍କାର ଦାମୀ ଅଳଙ୍କାର ପିନ୍ଧିଥିଲେ। ସେପଟେ ଆର୍ବିଆଇ ପକ୍ଷରୁ କମିଶନରେଟ ପୋଲିସକୁ ଦିଆଯାଇଥିବା ବ୍ୟାଙ୍କ ତଥ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ବିଲ୍ଡରଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଯାଇଥିବା ଜଣାପଡ଼ିଛି। ଏପରିକି ଏକାଧିକ ବ୍ୟକ୍ତିଙ୍କ ସହ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନିକଟରେ ଲକ୍ଷାଧିକ ଟଙ୍କା ନେଣଦେଣ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ଉକ୍ତ ବ୍ୟକ୍ତିମାନଙ୍କୁ ଜେରା କରିବାକୁ ପ୍ରୟାସ ଆରମ୍ଭ କରିଛି। ଆର୍ଥିକ କାରବାର ହୋଇଥିବା ୫ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି।
ଖାଇ ସାରି ବିଶ୍ରାମ ନେଉଥିବାବେଳେ ଟଳିପଡିଲେ ହୋମଗାର୍ଡ: ଆଉ ତା’ପରେ…
ବାଲେଶ୍ୱର,୧୨।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡ଼ିଓରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି l ମୃତ ହୋମଗାର୍ଡ ହେଲେ ଅଲେଖ ଜେନା...
ଇତିହାସ ରଚିଲା ‘ଇସ୍ରୋ’: ଭାରତର ସୁପର୍ ସିସିଟିଭି ‘ଅନ୍ବେଶା’ର ସଫଳ ଉତ୍କ୍ଷେପଣ
ନୂଆଦିଲ୍ଲୀ,୧୨।୧: ଭାରତୀୟ ମହାକାଶ ଗବେଷଣା ସଂଗଠନ ‘ଇସ୍ରୋ’(ISRO) ଆଜି ଇତିହାସ ରଚିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୨୦୨୬ ବର୍ଷର ପ୍ରଥମ ଉପଗ୍ରହ...
ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ!, ISRO କରୁଛି ‘ବିଶ୍ଳେଷଣ’
ନୂଆଦିଲ୍ଲୀ,୧୨।୧: ଜାନୁଆରୀ ୧୨, ୨୦୨୬ ରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ଷର ପ୍ରଥମ ମିଶନ ଆରମ୍ଭ କରିଥିଲା। ସକାଳ ୧୦ଟା୧୭ ରେ ଶ୍ରୀହରିକୋଟାର...
ଘରକୁ ଫେରୁଥିଲେ ୨ ଭାଇ, ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍: ଆଉ ତା’ପରେ…
ଗୁଣପୁର,୧୨।୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ନିକଟ ଲିମାମଡା ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ସମ୍ପର୍କୀୟ ଭାଇ ମୃତ। ମୃତକ...
ମଞ୍ଚରେ ଅଶ୍ଳୀଳ ନୃତ୍ୟ ନିଶା ମହାରଣା: ଚୌକି-ଜୋତା ମାଡ଼ କଲେ ଦର୍ଶକ: ଆଉ ତା’ପରେ ଘଟିଲା…
ଭଦ୍ରକ,୧୨।୧: ଯାତ୍ରା ମଞ୍ଚରେ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ପୁଣି ଥରେ ବିରୋଧ ହୋଇଛି। ଅଶ୍ଳୀଳ ନୃତ୍ୟ ପାଇଁ ନିଶାଙ୍କୁ ବିରୋଧ କରିଛନ୍ତି ଉପସ୍ଥିତ ଦର୍ଶକ।...
IND vs NZ: ବଢିଲା ଟିମ୍ ଇଣ୍ଡିଆର ସମସ୍ୟା, ପନ୍ତଙ୍କ ପରେ ଏହି ଖେଳାଳି ହେଲେ…
ନୂଆଦିଲ୍ଲୀ,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଥିଲା। ଅଭ୍ୟାସ ସମୟରେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ...
ଭଗବାନ ମୋତେ….ବଡ଼ ଖୁଲାସା କଲେ କୋହଲି
ଅହମ୍ମଦାବାଦ୍,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ବିଜୟ ହାସଲ କରିଛି। ବିରାଟ କୋହଲି ୯୧ ବଲରୁ ୯୩ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତକୁ...
ଅର୍କି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ୭ ବର୍ଷ ଶିଶୁର ମୃତଦେହ ଉଦ୍ଧାର
ସୋଲାନ,୧୨।୧: ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଆର୍କି ବଜାରରେ ଲାଗିଥିବା ନିଆଁରେ ଏକ ନେପାଳୀ ପରିବାର...
Archives


