Posted inଖେଳ

ଜେଇ ଓ୍ବିଲିସନ ଇଣ୍ଟରନ୍ୟାଶନାଲ ସିରିଜ: ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ଡବଲ୍‌ ଟାଇଟଲ୍‌

ନୂଆଦିଲ୍ଲୀ, ୨୨।୭ (ପି.ଟି.)- ଉଦୀୟମାନ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍‌ରାଠାରେ ଅନୁଷ୍ଠିତ ଜେଇ ଓ୍ବିଲସନ ଇଣ୍ଟରନ୍ୟାଶନାଲ ସିରିଜରେ ଡବଲ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଋତୁପର୍ଣ୍ଣା ମିକ୍ସଡ୍‌ ଡବଲ୍ସ ଓ ମହିଳା ଡବଲ୍ସରେ ଟାଇଟଲ୍‌ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେହିଭଳି ଶ୍ଲୋକ ରାମଚନ୍ଦ୍ରନ ମଧ୍ୟ ପୁରୁଷ ଓ ମିକ୍ସଡ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।
ଡବଲ୍ସ ଫାଇନାଲରେ ଋତୁପର୍ଣ୍ଣା ଓ ଶ୍ଲୋକ ଯୋଡ଼ି ୨୧-୧୯, ୨୧-୧୫ ସିଧାସଳଖ ଗେମ୍‌ରେ ଅନ୍ୟତମ ଭାରତୀୟ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ କେ. ମନୀଷାଙ୍କୁ ପରାସ୍ତ କରିଥିଲେ। ସେହିଭଳି ମହିଳା ଡବଲ୍ସ ଫାଇନାଲରେ ଋତୁପର୍ଣ୍ଣା ମନୀଷାଙ୍କୁ ସାଥୀ କରି ୨୧-୧୧, ୨୧-୧୧ ଗେମ୍‌ରେ ନାଇଜେରିଆର ଡୋରକାସ ଅଜୋକ ଆଡେସୋକାନ ଓ ଉଚେଚୁକ୍ୟୁ ଡେବୋରା ଇକେ ଯୋଡ଼ିଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ। ପୁରୁଷ ଡବଲ୍ସରେ ଟପ୍‌ ସିଡ୍‌ ଶ୍ଲୋକ ଓ ଅର୍ଜୁନ ୨୧-୧୧, ୨୧-୧୨ରେ ନାଇଜେରିଆନ୍‌ ଯୋଡ଼ି ଗଡ୍‌ଓ୍ବିନ ଓଲୋଫୁଆ ଓ ଅନୁଓଲୁଓ୍ବାପୋ ଜୁଓ୍ବନଙ୍କୁ ମାତ୍‌ ଦେଇ ଟାଇଟଲ୍‌ ହାସଲ କରିଥିଲେ। ଅପରପକ୍ଷରେ କଡ଼ା ସଂଘର୍ଷପୂର୍ଣ୍ଣ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ଲଢ଼େଇରେ କିରନ ଜର୍ଜ ୨୫-୨୩, ୨୧-୧୯ରେ ଆଜରବୈଜାନର ଆଡେ ରେସ୍କି ଡ୍ବିଚାଓଙ୍କୁ ହରାଇଛନ୍ତି। କିନ୍ତୁ ଭାରତର ମୁଗ୍ଧା ଏଗରେ ମହିଳା ସିଙ୍ଗଲ୍ସ ଫାଇନାଲରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣ ୨୦୧୮ରେ ଭାରତୀୟ ପ୍ରତିଯୋଗୀ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ଜିତି ଟେବୁଲ ତାଲିକାର ଶୀର୍ଷରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri