ନୂଆଦିଲ୍ଲୀ,୩୦।୬: ଜୁଲାଇ ୬ରେ ଜନସଂଘ ସଂସ୍ଥାପକ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଇଣ୍ଡିଆ ଗେଟ୍ଠାରୁ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ ଆରମ୍ଭ ହେବ। ସନ୍ଧ୍ୟା ୫ଟାରେ ଏହା ଆରମ୍ଭ କରାଯିବ। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଏହି ଅଭିଯାନ ଆରମ୍ଭ କରାଯିବ ବୋଲି କୁହାଯାଉଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଦେଶ ଏକ ନିର୍ବାଚନ ଶୈଳୀରେ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ଦେଶରେ ସମସ୍ତ ଜନସାଧାରଣଙ୍କ ପାଇଁ ସମାନ ସାମ୍ବିଧାନିକ ବ୍ୟବସ୍ଥା ଉପରେ ଏହି ଅଭିଯାନ ଗୁରୁତ୍ୱ ଦେବ ବୋଲି ଅଶ୍ୱିନୀ କହିଛନ୍ତି।


