Posted inଜାତୀୟ

ଜୁନ୍‌ ୬ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ, (ପି.ଟି.)/ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚତ୍ବାରେ ବିଳମ୍ବ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଏହା ୫ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୬ରେ କେରଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ବୁଧବାର ସୂଚନା ଦେଇଛି। ଏଥିରେ ୪ ଦିନ କମ୍‌ ବେଶୀ ହୋଇପାରେ ବୋଲି କୁହାଯାଇଛି।
ମେ ୧୮-୧୯ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ସାଗରର ଦକ୍ଷିଣ ଭାଗ, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବା ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ମୌସୁମୀ ଆଗମନରେ ବିଳମ୍ବ ହେବ ବୋଲି ମଙ୍ଗଳବାର ଘରୋଇ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଥିଲା। ଏହା ଜୁନ୍‌ ୪ରେ କେରଳ ଉପକୂଳ ଛୁଇଁବ ବୋଲି ସ୍କାଏମେଟ୍‌ କହିଥିଲା। ଯଦି ଚଳିତ ବର୍ଷ ମୌସୁମୀ ବିଳମ୍ବରେ ପହଞ୍ଚେ ତେବେ ୨୦୧୪ରୁ ଏହା ତୃତୀୟ ଘଟଣା ହେବ। ୨୦୧୪ରେ ମୌସୁମୀ ଜୁନ୍‌ ୫ରେ ପହଞ୍ଚତ୍ଥିଲା। ଏହା ପରେ ୨୦୧୫ରେ ଜୁନ୍‌ ୬ ଏବଂ ୨୦୧୬ରେ ଜୁନ୍‌ ୬ରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା।

ମୌସୁମୀ ବିଳମ୍ବରେ ପହଞ୍ଚତ୍ବା ଅର୍ଥ ନୁହେଁ ଯେ ଏହା ମୋଟାମୋଟି ବୃଷ୍ଟିପାତ ଉପରେ ପ୍ରଭାବ ପକାଇବ। ଗତବର୍ଷ ମୌସୁମୀ ସ୍ବାଭାବିକ୍‌ ଠାରୁ ୩ ଦିନ ପୂର୍ବରୁ ଅର୍ଥାତ ମେ ୨୯ରେ କେରଳ ଛୁଇଁଥିଲା। ଏହା ସତ୍ତ୍ୱେ ସ୍ବାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଥିଲା। ସେହିପରି ୨୦୧୭ରେ ମୌସୁମୀ ମେ ୩୦ରେ ପହଞ୍ଚତ୍ଥିଲେ ମଧ୍ୟ ହାରାହାରି ବୃଷ୍ଟିପାତ ୯୫ ପ୍ରତିଶତ ଥିଲା, ଯାହାକି ସ୍ବାଭାବିକ୍‌ଠାରୁ କମ୍‌। ଚଳିତ ବର୍ଷ ପାଖାପାଖି ସ୍ବାଭାବିକ ବୃଷ୍ଟିପାତ ହେବ ବୋଲି ଗତ ଏପ୍ରିଲରେ ଆଇଏମ୍‌ଡି ଆକଳନ କରିଥିଲା। ଅନ୍ୟପକ୍ଷରେ ଚଳିତ ବର୍ଷ ସ୍ବାଭାବିକ୍‌ଠାରୁ କମ୍‌ ଅର୍ଥାତ ୯୩ ପ୍ରତିଶତ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍‌ ପୂର୍ବରୁ କହିଛି।
ଓଡିଶା ପରିପ୍ରେକ୍ଷୀରେ ଦେଖିଲେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୧୫ କିମ୍ବା ୧୮ ତାରିଖରେ ରାଜ୍ୟରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ ବିଳମ୍ବ ହେବା ସହିତ ରାଜ୍ୟରେ ମଧ୍ୟ ସ୍ବାଭାବିକଠାରୁ ସାମାନ୍ୟ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏଥିଯୋଗୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହେବା ଆଶଙ୍କା ରହିଛି। ରଜ ଅର୍ଥାତ ଜୁନ ୧୪ ପୂର୍ବରୁ ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ପରେ ଧାନ ବୁଣା ଯାଇଥାଏ। ମୌସୁମୀ ଆସିବାରେ ବିଳମ୍ବ ହେଲେ ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ବାଧା ପ୍ରାପ୍ତ ହେବ। ବରଗଡ, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନୟାଗଡ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ସମ୍ବଲପୁର ଆଦି ଜିଲାରେ ସ୍ବଳ୍ପ ବୃଷ୍ଟି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ସବୁକିଛି ମୌସୁମୀର ଆଗମନ ଉପରେ ହିଁ ନିର୍ଭର କରୁଛି।
୨୦୧୮ରେ ମୌସୁମୀ ସଅଳ ଅର୍ଥାତ ଜୁନ ୮ ତାରିଖରେ ଓଡିଶାକୁ ପ୍ରବେଶ କରିଥିଲା। ସପ୍ତାହକ ମଧ୍ୟରେ ରାଜ୍ୟର ୬୦ ପ୍ରତିଶତ ଅଂଶକୁ ଛୁଇଁ ପାରିଥିଲା। ଜୁନ ୧୨ରୁ ୨୧ ତାରିଖ ଯାଏ ମୌସୁମୀ ଦୁର୍ବଳ ରହିଥିଲା। ଧାନ ଚାଷ ଉପରେ ଏହାର ପ୍ରଭାବ ପଡିଥିଲା। ପରେ ବର୍ଷା ସ୍ବାଭାବିକ ସ୍ତରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri