ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ : ହଂକଂରେ ଭାରତରୁ ପ୍ରତିନିଧିତ୍ୱ କରିବେ ଶରଣ୍ୟା

ଭୁବନେଶ୍ୱର,୧୭।୫(ବ୍ୟୁରୋ):  ଗତ ଏପ୍ରିଲ ୨୭ରୁ ୨୯ ପର୍ଯ୍ୟନ୍ତ କେରଳର କୋଝିକୋଡ଼ଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ ୨୦୧୯ରେ ବାଜି ମାରିଛନ୍ତି ଆଉ ଜଣେ ଓଡ଼ିଆ। ଜୁନିୟର ବର୍ଗରେ ଶ୍ରୀବାଲିଙ୍କ ବାଜିମାତ ପରେ ୧୦ରୁ ୧୪ବର୍ଷ ବର୍ଗରେ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ଓଡ଼ିଆ ଝିଅ ଶରଣ୍ୟା ସାମନ୍ତରାୟ। ସମଗ୍ର ଦେଶରୁ ୬୨ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡରେ ଅଂଶଗ୍ରହଣ କରିଥିବା ବେଳେ ଶରଣ୍ୟା ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଦ୍ୱିତୀୟ ସ୍ଥାନରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାସହ ହଂକଂରେ ହେବାକୁ ଥିବା ବିଉଟି ପ୍ୟାଜେଣ୍ଟ୍‌ ଲିଟିଲ୍‌ ମିସ୍‌ ପ୍ରିନ୍ସେସ୍‌ରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ରାମମନ୍ଦିର ଛକସ୍ଥିତ ସେଣ୍ଟ୍‌ ଜୋସେଫ୍‌ ସ୍କୁଲରେ ଷ୍ଟାଣ୍ଡାର୍ଡ-୫ରେ ପଢ଼ୁଥିବା ୧୦ ବର୍ଷୀୟା ଶରଣ୍ୟା ଜଣେ ମେଧାବୀ ଛାତ୍ରୀ। ଏହାସହ ସେ ଜଣେ ଜଣାଶୁଣା ଡ୍ୟାନ୍ସର ଓ ମଡେଲ। ପିଲାବେଳୁ ଅଭିନୟ, ଓଡ଼ିଶୀ ନୃତ୍ୟ ଓ ମଡେଲିଂରେ ତାଙ୍କର ରୁଚି ରହିଛି। ଲିଟିଲ୍‌ ମିସ୍‌ ଓଡ଼ିଶା ଓ ରଜ କୁଇନ୍‌ ଭଳି ଟାଇଟଲ ଜିତିଥିବା ଶରଣ୍ୟା ଆଗକୁ ଯାଇ ନୃତ୍ୟ ଏବଂ ଅଭିନୟ କ୍ଷେତ୍ରରେ ନିଜର ପରିଚୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱରର ମୋନାଲିସା ରାଜଗୁରୁ ଓ ପ୍ରଶାନ୍ତ କୁମାର ସାମନ୍ତରାୟଙ୍କ ଝିଅ ଶରଣ୍ୟା ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତଙ୍କ ନିକଟରେ ଉପସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ମହାରାଷ୍ଟ୍ର ରାଜନୀତିରେ ହଲଚଲ! କଂଗ୍ରେସ MLCଙ୍କୁ କିଣାବାକୁ ୨୦ କୋଟିର ଡିଲ୍‌…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ ରବିବାର (୫ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି ଯେ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ମୁହଁ ଖୋଲିଲେ ମୋହନ ଭାଗବନ-କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୫।୭: ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ହେରଫେର (ଚୋରି) ମାମଲାରେ ଏବେ ରାଷ୍ଟ୍ରୀୟ ସୱୟଂସେବକ ସଂଘ (RSS) ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। ସଂଘର…

ଇରାନକୁ ବଡ଼ ଧମକ ଦେଲେ ଟ୍ରମ୍ପ, ‘ଚାହିଁଲେ ଏକାଥରେ ସବୁ ଶେଷ….’

ଓ୍ବାଶିଂଟନ,୫ା୭: ଇରାନରେ ବର୍ତ୍ତମାନ ଏକ ସପ୍ତାହ ଶୋକ ପାଳନ କରାଯାଉଛି। ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କୁ ଜୁଲାଇ ୪ରୁ ଜୁଲାଇ ୯  ପର୍ଯ୍ୟନ୍ତ ଶେଷ ବିଦାୟ ଦିଆଯାଉଛି…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର, ବୋରିଗୁମ୍ମାରେ ରେକର୍ଡ…

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri