ଜୁନାଗଡ଼- ଭୁବନେଶର ଏକ୍ସପ୍ରେସ ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ:ଅନଶନରେ ବସିଲେ ଯୁବ ବିକାଶ ପରିଷଦ ସଦସ୍ୟ

ରାୟଗଡ଼ା ଅଫିସ ,୨୯।୯- ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରାଯାଇଛି ା ଏହାର ପ୍ରତିବାଦରେ ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ରାୟଗଡ଼ା ଷ୍ଟେଶନ ପରିସରରେ ରବିବାର ୧୨ ଘଣ୍ଟିଆ ଅନଶନ କରାଯାଇଛି ା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ନିଜ ରାଜନୈତିକ ଫାଇଦା ପାଇଁ ଏକ ଆଞ୍ଚଳିକ ବିଭାଜନ ଭଳି ହୀନ କାର୍ଯ୍ୟରେ ଲିପ୍ତ ରହୁଥିବା ଯୁବ ବିକାଶ ପକ୍ଷରୁ କୁହାଯାଇଛି ା ଏହି ଅନଶନକୁ ରାୟଗଡ଼ାବାସୀ ସମର୍ଥନ କରିଛନ୍ତି। ଆଗାମୀ ୨୦ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଜିଲାରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ା
ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେସିଙ୍ଗା ସିଟିଜେନ ଫୋରମଠାରୁ ଏକ ପତ୍ର ପାଇଥିଲେ ା ଉକ୍ତ ପତ୍ରକୁ ଆଧାର କରି ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ପଥ ପରିବର୍ତ୍ତନ କରି ଭାୟା କେସିଙ୍ଗା ,ଟିଟଲାଗଡ଼ ଓ ସମ୍ବଲପୁର ଦେଇ ଭୁବନେଶ୍ୱର ଯିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖିଥିଲେ ା ରାୟଗଡ଼ା ଜିଲାବାସୀଙ୍କୁ ଭୁବନେଶ୍ୱର ଗମନାଗମନ ସୁବିଧାରୁ ବଞ୍ଚିତ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଯୁବ ବିକାଶ ତରଫରୁ କୁହାଯାଇଛି ା ପୁଣି ଏହି ବିଷୟକୁ ଆଧାର କରି ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ ଓ ଯୁବ ବିକାଶ ପରିଷଦ ପୂର୍ବରୁ ରେଳ ମନ୍ତ୍ରୀଙ୍କୁ ଦୁଇଟି ପତ୍ର ପ୍ରଦାନ କରିଥିଲେ। ବିକାଶ ପରିଷଦ ତରଫରୁ ରାୟଗଡ଼ା ଷ୍ଟେଷନ ମାଷ୍ଟର ପି.ସି ସେଠୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ା ଏହି ଅନଶନରେ ସଭାପତି ଶୀବାଜୀ ଦାସ, ଗୋପୀନାଥ ଗୌଡ଼, ଗୌର ଚନ୍ଦ୍ର ସାରକା, ଶିବ ପ୍ରସାଦ ପାଢ଼ୀ, ଦିବାକର ଗୈାଡ଼, ରାଜକିଶୋର ବିରୋ, ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ଆବାହକ ନୃସିଂହ ନାଥ ପାଢ଼ୀ , ବରିଷ୍ଠ ଆଇନଜୀବୀ କେଦାର ପଣ୍ଡା , ପ୍ରଭାକର ଦୋରା, ନାଗରିକ ମଞ୍ଚର ଅଜୟ ରଥ, ସାମ୍ବାଦିକ ସଂଘର ସଦସ୍ୟଙ୍କ ସମେତ ଜିଲାର ଶତାଧିକ ବୃଦ୍ଧିଜୀବୀ ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri