ଜୀବିକା ନେଇ ହତାଶ ୭୨୫ ମତ୍ସ୍ୟଜୀବୀ

କୋଲାବନଗର,୨୯ା୪(ଡି.ଏନ୍‌.ଏ.): ମାଛଚାଷକୁ ନେଇ ସ୍ବାବଲମ୍ବୀ ହୋଇଥିବା ଅପରକୋଲାବ ବିସ୍ଥାପିତ ପରିବାରର ୭୨୫ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ଅନିଶ୍ଚିତତା ଭିତରେ ରହିଛି। ଜୟପୁର ମତ୍ସ୍ୟ ବିଭାଗର ଅପାରଗତା ଯୋଗୁ ସେମାନଙ୍କ ପାଖରେ ମାଛ ମାରିବା ପାଇଁ ଜାଲ କି ଡଙ୍ଗାଟିଏ ନାହିଁ। ୨ କୋଟି ବ୍ୟୟ ଅଟକଳରେ ନିର୍ମିତ କେଜ୍‌ କଲଚର ବି ନଷ୍ଟ ହେବାକୁ ବସିଲାଣି।

ଅପରକୋଲାବର ସୁଦୀର୍ଘ ୩୧ କିମି ଜଳଭଣ୍ଡାରରେ ମାଛଚାଷ କରିବା ପାଇଁ ଜୟପୁର ଜିଲା ମତ୍ସ୍ୟ ବିଭାଗ ଏକ ମତ୍ସ୍ୟଜୀବୀ ସମବାୟ ଗଠନ କରିଥିଲା, ଯାହାର ନାଁ ମୀନାକ୍ଷୀ ମତ୍ସ୍ୟଜୀବୀ ସମବାୟ ସମିତି। ଏହି ସମିତି ୧୯୯୦ରୁ କାର୍ଯ୍ୟକ୍ଷମ ହୋଇ ସଭାପତି ଦିଲିପ ବାଘଙ୍କ ତତ୍ତ୍ୱାବଧାନରେ ୨୦୦୫ ପର୍ଯ୍ୟନ୍ତ ଚାଲିଥିଲା ା ଏହି ସମବାୟରେ ୩୦ ଖଣ୍ଡ ବିସ୍ଥାପିତ ଗ୍ରାମର ୭୨୫ ଜଣ ଅନୁସୂଚିତ ଜାତି ଓ ଜନଜାତିର ମତ୍ସ୍ୟଜୀବୀଙ୍କୁ ପ୍ରତିବର୍ଷ ମତ୍ସ୍ୟ ନିରୀକ୍ଷକ ମହାପାତ୍ର ଚାଷ ଓ ମାଛ ମାରିବାର ତାଲିମ ଦେଉଥିଲେ। ଏହା ମତ୍ସ୍ୟଜୀବୀମାନଙ୍କ ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଉନ୍ନତି ମଧ୍ୟ କରୁଥିଲା। ସେମାନଙ୍କୁ ପ୍ରତିବର୍ଷ ମାଛଧରା ଡଙ୍ଗା ଓ ବିଭିନ୍ନ କିସମର ଜାଲ ଋଣ ସୂତ୍ରରେ ଯୋଗାଇ ଦିଆଯାଉଥିଲା ା ଫଳରେ କୋଲାବ ଜଳଭଣ୍ଡାରରୁ ଅମଳ ମାଛ କୋରାପୁଟ ଜିଲାସାରା ରପ୍ତାନି ହେଉଥିଲା। ଏହା ବ୍ୟତୀତ ୨କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ମତ୍ସ୍ୟ ବିଭାଗ କମିଶନର ପ୍ରିୟବ୍ରତ ସାହୁଙ୍କ ତତ୍ତ୍ୱାବଧାନରେ ପରୀକ୍ଷାମୂଳକ ଭାବେ ଏକ କେଜ୍‌ କଲଚର ଆରମ୍ଭ କରାଯାଇଥିଲା ା ଉକ୍ତ କେଜ୍‌ରେ ଫଙ୍ଗସ୍‌ ମାଛ ଯାଆଁଳ ଛଡ଼ାଯିବା ପରେ ୧୦ ମାସ ମଧ୍ୟରେ ଯାଆଁଳ ଏକ କିଲୋରୁ ୧.୫ କିଲୋ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ପଙ୍ଗସ୍‌ ମାଛ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲାରେ ପ୍ରଚୁର ପରିମାଣରେ ବିକ୍ରି କରାଯାଇ ଯଥେଷ୍ଟ ଅର୍ଥ ଉପାର୍ଜନ କରାଯାଇପାରିଥିଲା। ଏହି ସଫଳତା ପାଇଁ ମୀନାକ୍ଷୀ ମତ୍ସ୍ୟଜୀବୀ ସମବାୟ ସମିତି ସମବାୟ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମସ୍ଥାନ ଅଧିକାର କରିଥିଲା।

ପରିତାପର ବିଷୟ, ସରକାର ମତ୍ସ୍ୟଜୀବୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ସହାୟତା ଦେଉଥିଲେ ମଧ୍ୟ ୨୦୦୮ରୁ ଜୟପୁର ଜିଲା ମତ୍ସ୍ୟ ବିଭାଗର ଅପାରଗତା ଓ ଆନ୍ତରିକତାର ଅଭାବ ଯୋଗୁ ବିସ୍ଥାପିତ ଆଦିବାସୀ ଦଳିତ ପରିବାରର ତାଲିମପ୍ରାପ୍ତ ୭୨୫ ଜଣ ମତ୍ସ୍ୟଜୀବୀ ଦୁଃଖକଷ୍ଟ ଓ ଅଭାବ ଅନାଟନରେ ଦିନ କାଟୁଛନ୍ତି ା ୨ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିବା କେଜ୍‌ କଲ୍‌ଚର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି ା ବିସ୍ତୃତ ଜଳଭଣ୍ଡାରରେ ୧୫/୨୦  କିଲୋର ଭାକୁର, ରୋହିମାଛ ଅନେକ ସମୟରେ ମରି ଭାସୁଥିବା ଦେଖିବାକୁ ମିଳୁଛି। କିନ୍ତୁ ମତ୍ସ୍ୟଜୀବୀମାନେ ଦଣ୍ଡିକିରି ମାଛଟିଏ ଜଳଭଣ୍ଡାରରୁ ଧରିବା ପାଇଁ ଅକ୍ଷମ ହୋଇପଡ଼ିଛନ୍ତି। ଏଥିପ୍ରତି ମତ୍ସ୍ୟ ବିଭାଗ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri