ଜୀବନରେଖା ଏବେ ମରଣଯନ୍ତା

କେନ୍ଦୁଝର, ୨୦ା୬ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଏହାକୁ ଜିଲାର ‘ଜୀବନ ରେଖା’ କୁହାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନୀର କାରଣ ସାଜିଛି। ମୃତ୍ୟୁଯନ୍ତା ପାଲଟିଥିବା ରାଜପଥ ସମସ୍ୟା ପ୍ରତି କାହାରି ନଜର ନ ଥିବା କୁହାଯାଉଛି। ଏହି ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ କାମ ଅଧପନ୍ତରିଆ ହୋଇ ପଡରହିଛି। ଏସବୁ ସ୍ଥାନରେ ସର୍ବଦା ଦୁର୍ଘଟଣା ଘଟୁଥିଲେ ମଧ୍ୟ କାମ ଶେଷ କରାଯାଉନାହିଁ । ବିଭାଗୀୟ ଅଧିକାରୀ ରାସ୍ତାରେ ଏକାଧିକ ସ୍ଥାନରେ ଟୋଲ ଗେଟ୍‌ ବସାଇ ଅର୍ଥ ଆଦାୟରେ ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରାଯାଉଛି। ପାଣିକୋଇଲି ଠାରୁ ରିମୁଳି ପର୍ଯ୍ୟନ୍ତ ଏବଂ କେନ୍ଦୁଝରଠାରୁ ଆନନ୍ଦପୁର ପର୍ଯ୍ୟନ୍ତ ଅନେକ ସ୍ଥାନରେ ପୋଲ ଓ ରାସ୍ତା କାମ ଶେଷ ହୋଇନାହିଁ। ଫଳରେ ସମସ୍ତ ଗାଡି ସେଠାରେ ଗୋଟିଏ ପାର୍ଶ୍ୱ ରାସ୍ତା ଦେଇ ଯିବାଆସିବା କରୁଛି । ଗତ ଏପ୍ରିଲ ମାସ ସୁଦ୍ଧା ଜିଲାର ବିଭିନ୍ନ ରାସ୍ତାରେ ୫୬ଟି ଦୁର୍ଘଟଣା ଘଟି ୩୦ ଜଣଙ୍କ ଜୀବନ ଯାଇଛି। ୩୨ ଜଣ ଗୁରୁତର ଓ ୫୯ ଜଣ ସାମାନ୍ୟ ଆହତ ହୋଇଛନ୍ତି। ତନ୍ମଧଧ୍ୟରୁ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଅଧିକ ଘଟିଥିବା ବିଭାଗ ପକ୍ଷରୁ କୁହାଯାଉଛି । ଛୋଟ ଛୋଟ ଦୁର୍ଘଟଣାକୁ ନେଇ ପୋଲିସ ମକଦ୍ଦମା କରୁ ନ ଥିବାରୁ ଏହାର ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରୁନାହିଁ ା
ଅନ୍ୟପକ୍ଷେ ରାସ୍ତା ସମ୍ପ୍ରସାରଣ ବେଳେ ଏହା ପାର୍ଶ୍ୱରେ ଥିବା ରାଜାରାଜୁଡା ଅମଳର ବହୁ ଆମ୍ବ, ଜାମୁ, ନିମ୍ବ, ବର, ଅଶ୍ୱତଥ ଗଛ ସମେତ ଜଙ୍ଗଲ ଜମିରୁ ଗଛ କଟାଯାଉଛି। ସେହି ତୁଳନାରେ ରାସ୍ତା କଡରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଉ ନାହିଁ ା ଜାତୀୟ ରାଜପଥ ପାର୍ଶ୍ୱ ଏକ ପ୍ରକାର ଗଛ ବିନା ଛାୟା ଶୂନ୍ୟ ହୋଇପଡିଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏପରିସ୍ଥଳେ ବସ୍‌ଷ୍ଟପଗୁଡିକରେ ବିଶ୍ରାମସ୍ଥଳୀ ମଧ୍ୟ ନିର୍ମାଣ କରାଯା ଇ ନାହିଁ ା । ଯାତ୍ରୀମାନେ ଖରା ଓ ବର୍ଷାରେ ରାସ୍ତାକଡରେ ଠିଆ ହୋଇ ବସକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ନବନିର୍ମିତ ରାସ୍ତା ପାର୍ଶ୍ୱ ଅନେକ ସ୍ଥାନରେ ଦବି ଯାଇଥିବା ଦେଖିବାକୁ ମିଳୁଛି। ଏ ନେଇ ପଥଚାରୀଙ୍କ ଲାଗି ରାସ୍ତାପାର୍ଶ୍ୱ ଅସୁରକ୍ଷିତ ହୋଇପଡିଛି। ସେହିପରି ବାଲିଆଗୁଡା (କେନ୍ଦୁଝର), ରାଇସୁଆଁ, ପଦ୍ମପୁର, ଢେଙ୍କିକୋଟ, ଶାଳପଡା ଆଦି ସ୍ଥାନରେ ନିର୍ମାଣ ହୋଇଥିବା ଅଣ୍ଡରପାସ ଓ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ମରାମତି କାମ ହେଉ ନ ଥିବାରୁ ରାସ୍ତାରେ ବଡ ବଡ ଖାଲଖମା ସୃଷ୍ଟି ହୋଇ ଦୁର୍ଗମ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ଲୋକେ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି। ମାଧପୁର (କେନ୍ଦୁଝର) ସହର ର ବାସିନ୍ଦା ପ୍ରଦିପ ମହାନ୍ତି କହିଛନ୍ତି। ଅନ୍ୟପକ୍ଷେ ରାସ୍ତା ନିର୍ମାଣ ଶେଷ ନ ହେବା ଆଗରୁ ଟୋଲ ଆଦାୟ କରାଯିବା ନେଇ ଏଠାରେ ବହୁ ବାର ଆନ୍ଦୋଳନ କରାଯାଇଛି। ହେଲେ ଏକଥା କେହି ଶୁଣୁ ନାହାନ୍ତି। ଏ ନେଇ ନ୍ୟାୟାଳୟ ଦ୍ୱାରସ୍ଥ ହେବା ଏକମାତ୍ର ପନ୍ଥା ବୋଲି କହିଛନ୍ତି, ଆଇନଜୀବୀ ସନ୍ତୋଷ ସାହୁ। ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ନବୀନ ପଲେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାସ୍ତା, ପୋଲ ଓ ସର୍ଭିସ ରୋଡ ନିର୍ମାଣ କାମ ଶେଷ କରିବାରେ ଅଯଥା ବିଳମ୍ବ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିଲାଗି ଅନେକ ସଡ଼କ ଦୁର୍ଘଟଣା ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri