‘ଜୀବନ ଦେବୁ ପଛେ ପରମ୍ପରା ବନ୍ଦ କରାଇ ଦେବୁନି’

ପୁରୀ ଅଫିସ, ୪ା୫:  ଶହ ଶହ ବର୍ଷ ଧରି ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଛି ଯମୁନା ଗାଧୁଆ ପରମ୍ପରା। ମାତ୍ର ଏହାକୁ ବନ୍ଦ କରିବା ଲାଗି ପ୍ରଶାସନିକ ଷଡ଼ଯନ୍ତ୍ର ହେଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧକରି ସୋମବାର ଅଞ୍ଚଳବାସୀ ମଙ୍ଗଳାଘାଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୀବନ ଦେବୁ ପଛେ, କିନ୍ତୁ ଯମୁନା ଗାଧୁଆ ପରମ୍ପରା ବନ୍ଦ କରାଇଦେବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଶ୍ରୀକୃଷ୍ଣଙ୍କ ଜନ୍ମରାତ୍ରରୁ ତା’ ପରଦିନ ଅର୍ଥାତ ଦୁଇଦିନ ଧରି ଯମୁନା ଗାଧୁଆ ପରମ୍ପରା ଚାଲେ। ମଙ୍ଗଳା ନଦୀ ବା ଯମୁନା ନଦୀ କୂଳରେ ଏହି ଉତ୍ସବ ପାଳନ କରାଯାଏ। ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପରେ ଯମୁନା ନଦୀରେ ନନ୍ଦୋତ୍ସବ ପାଳନ ହୋଇଥାଏ। ଏହି ସମୟରେ ସାତସାହି ବୟାଳିଶ କନ୍ଦିରୁ ତଥା ପଞ୍ଚକୋଶରୁ ବହୁ ଭକ୍ତଙ୍କ ସମାଗମ ହୁଏ। ଏଥିସହ ନାଗାମେଢ, ବାଡ଼ିି ଖେଳ, ଲଉଡ଼ି ଖେଳ, ସମରକଳା, ଗୋଟିପୁଅ ନୃତ୍ୟ ଆଦି ପରିବେଷଣ କରାଯାଏ। ପାଲା, ଦାସକାଠିଆ, ସଂକୀର୍ତ୍ତନ ମଧ୍ୟ କରାଯାଏ। ଐତିହାସିକ ତଥ୍ୟ ଅନୁଯାୟୀ, ନନ୍ଦୋତ୍ସବ ସହ ଶ୍ରୀମନ୍ଦିର ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ବିଭିନ୍ନ ସମୟରେ ମଙ୍ଗଳା ଘାଟରେ ମଙ୍ଗଳା ନଦୀ ପାର ହୋଇ ଅନେକ ଜାଗାକୁ ନିଆଯାଇଥିଲା। ୧୨୦୦ ମସିହାରେ ଏହି ନଦୀର ଅବସ୍ଥିତି ଥିଲା ଏବଂ ଏଠାରେ ମଙ୍ଗଳା ମନ୍ଦିର ଥିବା ଜଣାଯାଏ। ୨୦୦ ବର୍ଷ ପୂର୍ବେ ପ୍ରସିଦ୍ଧ ଯୋଗୀ ତୋତାପୁରୀ ମହାରାଜ ବା ଲଙ୍ଗୁଳି ବାବା ପୁରୀର ଗିରିନାରୀବନ୍ତଠାରେ ତପସ୍ୟା କରି ସିଦ୍ଧି ଲାଭ କରିବା ପରେ ମଙ୍ଗଳା ନଦୀକୁ ଯମୁନା ନଦୀ ବୋଲି ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ। ସେ ପ୍ରଥମେ ଜନ୍ମାଷ୍ଟମୀରେ ଏହି ନଦୀକୁ ଯମୁନା ଭାବି ସ୍ନାନ କରିଥିବାରୁ ସେହି ବିଧି ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ରହିଛି। ଏହାକୁ ଏକ ପ୍ରାଚୀନ କୀର୍ତ୍ତିରାଜି ଭାବେ ସରକାର ଘୋଷଣା କରି ଏହାର ଇତିହାସ ତିନୋଟି ଭାଷାରେ ଲେଖି ଏକ ସାଇନ୍‌ବୋର୍ଡ ମଧ୍ୟ ଲଗାଇଛନ୍ତି। ପରମ୍ପରା ଅନୁଯାୟୀ ଯମୁନା ଗାଧୁଆକୁ ବନ୍ଦ କରାଯାଇପାରିବ ନାହିଁ। ଗଜପତି ମହାରାଜା ଘାଟ ମଙ୍ଗଳା ଠାକୁରାଣୀଙ୍କ ପାଇଁ ସ୍ବତନ୍ତ୍ର ଖଞ୍ଜା କରାଇଥିଲେ ଓ ଘାଟରେ ପାରି ହେବା ଲାଗି ଏକ ଚଉତରା ନିର୍ମାଣ କରିଥିଲେ, ଯାହା ରାଣୀ ଚଉତରା ନାମରେ ଖ୍ୟାତ ଥିଲା। ଏବେ ଏହି ମହାନ ପରମ୍ପରାକୁ ବନ୍ଦ କରିବା ଲାଗି ଷଡ଼ଯନ୍ତ୍ର କରାଯାଇଛି। ଏହି ଜାଗାକୁ ଏକ ଫାଉଣ୍ଡେଶନକୁ ହସ୍ତାନ୍ତର କରିବା ଲାଗି ଯୋଜନା ହୋଇଛି। କିନ୍ତୁ ସେମାନେ ଜୀବନ ଦେବେ ପଛେ, ହେଲେ ଏହି ପରମ୍ପରାକୁ ବନ୍ଦ କରାଇଦେବେ ନାହିଁ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri