‘ଜୀବନ ଦେବୁ ପଛେ ପରମ୍ପରା ବନ୍ଦ କରାଇ ଦେବୁନି’

ପୁରୀ ଅଫିସ, ୪ା୫:  ଶହ ଶହ ବର୍ଷ ଧରି ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଛି ଯମୁନା ଗାଧୁଆ ପରମ୍ପରା। ମାତ୍ର ଏହାକୁ ବନ୍ଦ କରିବା ଲାଗି ପ୍ରଶାସନିକ ଷଡ଼ଯନ୍ତ୍ର ହେଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧକରି ସୋମବାର ଅଞ୍ଚଳବାସୀ ମଙ୍ଗଳାଘାଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୀବନ ଦେବୁ ପଛେ, କିନ୍ତୁ ଯମୁନା ଗାଧୁଆ ପରମ୍ପରା ବନ୍ଦ କରାଇଦେବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଶ୍ରୀକୃଷ୍ଣଙ୍କ ଜନ୍ମରାତ୍ରରୁ ତା’ ପରଦିନ ଅର୍ଥାତ ଦୁଇଦିନ ଧରି ଯମୁନା ଗାଧୁଆ ପରମ୍ପରା ଚାଲେ। ମଙ୍ଗଳା ନଦୀ ବା ଯମୁନା ନଦୀ କୂଳରେ ଏହି ଉତ୍ସବ ପାଳନ କରାଯାଏ। ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପରେ ଯମୁନା ନଦୀରେ ନନ୍ଦୋତ୍ସବ ପାଳନ ହୋଇଥାଏ। ଏହି ସମୟରେ ସାତସାହି ବୟାଳିଶ କନ୍ଦିରୁ ତଥା ପଞ୍ଚକୋଶରୁ ବହୁ ଭକ୍ତଙ୍କ ସମାଗମ ହୁଏ। ଏଥିସହ ନାଗାମେଢ, ବାଡ଼ିି ଖେଳ, ଲଉଡ଼ି ଖେଳ, ସମରକଳା, ଗୋଟିପୁଅ ନୃତ୍ୟ ଆଦି ପରିବେଷଣ କରାଯାଏ। ପାଲା, ଦାସକାଠିଆ, ସଂକୀର୍ତ୍ତନ ମଧ୍ୟ କରାଯାଏ। ଐତିହାସିକ ତଥ୍ୟ ଅନୁଯାୟୀ, ନନ୍ଦୋତ୍ସବ ସହ ଶ୍ରୀମନ୍ଦିର ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ବିଭିନ୍ନ ସମୟରେ ମଙ୍ଗଳା ଘାଟରେ ମଙ୍ଗଳା ନଦୀ ପାର ହୋଇ ଅନେକ ଜାଗାକୁ ନିଆଯାଇଥିଲା। ୧୨୦୦ ମସିହାରେ ଏହି ନଦୀର ଅବସ୍ଥିତି ଥିଲା ଏବଂ ଏଠାରେ ମଙ୍ଗଳା ମନ୍ଦିର ଥିବା ଜଣାଯାଏ। ୨୦୦ ବର୍ଷ ପୂର୍ବେ ପ୍ରସିଦ୍ଧ ଯୋଗୀ ତୋତାପୁରୀ ମହାରାଜ ବା ଲଙ୍ଗୁଳି ବାବା ପୁରୀର ଗିରିନାରୀବନ୍ତଠାରେ ତପସ୍ୟା କରି ସିଦ୍ଧି ଲାଭ କରିବା ପରେ ମଙ୍ଗଳା ନଦୀକୁ ଯମୁନା ନଦୀ ବୋଲି ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ। ସେ ପ୍ରଥମେ ଜନ୍ମାଷ୍ଟମୀରେ ଏହି ନଦୀକୁ ଯମୁନା ଭାବି ସ୍ନାନ କରିଥିବାରୁ ସେହି ବିଧି ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ରହିଛି। ଏହାକୁ ଏକ ପ୍ରାଚୀନ କୀର୍ତ୍ତିରାଜି ଭାବେ ସରକାର ଘୋଷଣା କରି ଏହାର ଇତିହାସ ତିନୋଟି ଭାଷାରେ ଲେଖି ଏକ ସାଇନ୍‌ବୋର୍ଡ ମଧ୍ୟ ଲଗାଇଛନ୍ତି। ପରମ୍ପରା ଅନୁଯାୟୀ ଯମୁନା ଗାଧୁଆକୁ ବନ୍ଦ କରାଯାଇପାରିବ ନାହିଁ। ଗଜପତି ମହାରାଜା ଘାଟ ମଙ୍ଗଳା ଠାକୁରାଣୀଙ୍କ ପାଇଁ ସ୍ବତନ୍ତ୍ର ଖଞ୍ଜା କରାଇଥିଲେ ଓ ଘାଟରେ ପାରି ହେବା ଲାଗି ଏକ ଚଉତରା ନିର୍ମାଣ କରିଥିଲେ, ଯାହା ରାଣୀ ଚଉତରା ନାମରେ ଖ୍ୟାତ ଥିଲା। ଏବେ ଏହି ମହାନ ପରମ୍ପରାକୁ ବନ୍ଦ କରିବା ଲାଗି ଷଡ଼ଯନ୍ତ୍ର କରାଯାଇଛି। ଏହି ଜାଗାକୁ ଏକ ଫାଉଣ୍ଡେଶନକୁ ହସ୍ତାନ୍ତର କରିବା ଲାଗି ଯୋଜନା ହୋଇଛି। କିନ୍ତୁ ସେମାନେ ଜୀବନ ଦେବେ ପଛେ, ହେଲେ ଏହି ପରମ୍ପରାକୁ ବନ୍ଦ କରାଇଦେବେ ନାହିଁ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri