ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି : ଗ୍ରାମାଞ୍ଚଳ ପ୍ରତିଭାର ବିକାଶ ପାଇଁ ପ୍ରକୃଷ୍ଟ ମଞ୍ଚ

ନୟାଗଡ଼ ଅଫିସ,୧୨।୧୧-ବିଦ୍ୟାଳୟସ୍ତରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ଜ୍ଞାନର ବିକାଶ ପାଇଁ ଉଦ୍ଦିଷ୍ଟ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସୋମବାର ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ଶିକ୍ଷା ଅଧିକାରୀ ଶିବଶଙ୍କର ପ୍ରଧାନଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇଥିଲେ। ଗ୍ରାମାଞ୍ଚଳ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ ବୋଲି ସେ ପ୍ରକାଶ କରିଥିଲେ। ଛାତ୍ର,ଶିକ୍ଷକ, ଅଭିଭାବକ ଏହି ୩ ଜଣ ସମନ୍ବିିତ ଭାବେ କାର୍ଯ୍ୟ କରିବା ଦରକାର । ତାହେଲେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ଅଭିଭାବକମାନେ ପିଲାମାନଙ୍କ ଉପରେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଲଦି ଦେବା ଅନୁଚିତ, ସେମାନଙ୍କ ଯାହା ଇଚ୍ଛା ସେହି ଅନୁସାରେ ପାଠ ପଢ଼ିଲେ ଭଲ କରିବେ ବୋଲି ମନ୍ତ୍ରୀ ସାହୁ ପ୍ରକାଶ କରିଥିଲେ। ଜିଲାପାଳ ଡ. ପୋମା ଟୁଡୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତି ପିଲା ପାଖରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଛି ସେ ଗୁଣକୁ ଶିକ୍ଷକମାନେ ଚିହ୍ନିବା ଦରକାର ଓ ନିଜସ୍ବ ଶୈଳୀରେ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ସୁଯୋଗ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ର, ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉଭୟ କନିଷ୍ଠ ଏବଂ ବରିଷ୍ଠ ବିଭାଗରେ ବକ୍ତୃତା, ଏଲୋକେଶନ, ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ, କଣ୍ଠସଙ୍ଗୀତ, ସୃଜନଶୀଳ ଲିଖନ, ଭିନ୍ନକ୍ଷମ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦେବୀପ୍ରସାଦ ନନ୍ଦ, ଶୁଭଲକ୍ଷ୍ମୀ ପରିଡ଼ା, ଅରୋସ୍ମିତା ମାର୍ଥା, ଶ୍ରଦ୍ଧା ସୋହିନୀ ଆଚାର୍ଯ୍ୟ, ରୂପାଲି ଋତୁପର୍ଣ୍ଣା ସାହୁ, ଶୁଭଶ୍ରୀ ମିଶ୍ର, ରବିନାରାୟଣ ସାହୁ, ସ୍ମୃତି ପ୍ରିୟଦର୍ଶିନୀ ସାହୁ, ପ୍ରଭୁପାଦ ପାଣିଗ୍ରାହୀ, ନିକିତା ନାୟକ, ରଶ୍ମିତା ସାହୁ, ଶୁଭ୍ରାଜ୍ୟୋତି ମିଶ୍ର, ଅର୍ଚ୍ଚନା ପ୍ରିୟଦର୍ଶିନୀ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମନୋନୀତ ହୋଇଛି । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ର ଆସନ୍ତା ମାସ ୧୨ ତାରିଖରେ ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ସୂଚନା ମିଳିଛି। ଶିକ୍ଷକ ଶେଖ ଅବଦୁଲ ଖାଲିକ ଏବଂ ବଟକିଶୋର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri