ଜିଲାସ୍ତରୀୟ ବ୍ୟାଡମିଣ୍ଟନ, ଭଲିବଲ ପ୍ରତିଯୋଗିତା: କ୍ରୀଡ଼ା ମାନସିକ, ଶାରୀରିକ ସୁସ୍ଥତା ଆଣିଦିଏ

ନୂଆପଡା ଅଫିସ,୧୮ା୯-ସ୍ଥାନୀୟ ମିନିଷ୍ଟାଡିୟମରେ ଜିଲା ଶିକ୍ଷା ବିଭାଗ ତରଫରୁ ମଙ୍ଗଳବାର ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିମାନେ ଯୋଗଦେଇ କ୍ରିଡା କିପରି ମାନସିକ ଏବଂ ଶାରୀରିକ ସୁସ୍ଥତା ଦିଗରେ କାମ କରିଥାଏ ସେ ଉପରେ ମତ ରଖିଥିଲେ । ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଭୋଇ ସଭାପତିତ୍ୱ କରିଥିବାବେଳେ ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟଅତିଥି, ନୂଆପଡା ବ୍ଲକ ଶିକ୍ଷାଧିକାରୀ ଡ.ରେଶମ ଲାଲ ନାଏକ, ଜିଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ, ବିନୋଦ କୁମାର ପାଢୀ, ନ୍ୟାଶନାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲା କ୍ରିଡା ନିରୀକ୍ଷକ ମହେଶ ଦଣ୍ଡସେନା ପରିଚାଳନା କରିଥିଲେ। ଏଥିରେ ୫ଟି ବ୍ଲକର ୧୯୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଭଲିବଲରେ ୧୪ ବର୍ଷରୁ କମ ବୟସ ପୁରୁଷ ବର୍ଗରେ ସିନାପାଲି ଚାମ୍ପିୟନ ହୋଇଥିବାବେଳେ ନୂଆପଡା ଦଳ ରନର୍ସଅପ ହୋଇଛି । ଏହିଭଳି ୧୭ ବର୍ଷରୁ କମ ବାଳିକା ବର୍ଗରେ ନୂଆପଡା ଦଳ ଚାମ୍ପିୟନ ଏବଂ ଖଡିଆଳ ରନର୍ସ ଅପ, ବାଳକ ବର୍ଗରେ ନୂଆପଡା ଦଳ ଚାମ୍ପିୟନ, କୋମନା ଦଳ ରନର୍ସ ଅପ ହୋଇଛି ା ବ୍ୟାଡମିଣ୍ଟନ ୧୭ବର୍ଷରୁ କମ ବାଳକ ବର୍ଗରେ ଖଡିଆଳ ଦଳ ରାହୁଲ ମେହେର ଏବଂ ସାଥୀ ଶକ୍ତି ସ୍ବରୂପ ସୁପକାର ଚାମ୍ପିୟନ, ନୂଆପଡା ଦଳ ରନର୍ସ ଅପ, ବାଳିକା ବର୍ଗରେ ନୂଆପଡା ଦଳ ଚାମ୍ପିୟନ ଏବଂ ଖଡିଆଳ ଦଳ ରନର୍ସ ଅପ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ପ୍ରତିଯୋଗୀତାକୁ ସମସ୍ତ ଖେଳ ଶିକ୍ଷକମାନେ ପରିଚାଳନା କରିଥିଲେ । ଏଠିକାର କୃତୀ ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri