Posted inଭଦ୍ରକ

ଜିଲାସୀମା ସହ ଫେରିଘାଟ ସିଲ୍‌ କଲା ପୋଲିସ

ଆରଡି, ୨୮ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଡିପ୍‌ ରେଡ ଜୋନ ଘୋଷଣା ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏଥିସହିତ ଜିଲା ସୀମା ସହ ଫେରିଘାଟ ସିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ଆରଡି ଫାଣ୍ଡି ପୋଲିସ ଭଦ୍ରକ-ଯାଜପୁର ସୀମାକୁ ବୋଡକ ଠାରେ, ଭଦ୍ରକ-କେନ୍ଦ୍ରାପଡା ସୀମାକୁ ମୁଆଁ ଘାଟ ନିକଟରେ ସିଲ୍‌ କରିଛି ା ଏଥିସହିତ ତିନିତର ଓ ଧାନଖଣିଆ ଫେରିଘାଟକୁ ସିଲ୍‌ କରିଦେଇଛି। ଫଳରେ ବାହାର ଜିଲାକୁ ଯାଉଥିବା ଲୋକମାନଙ୍କ ଯିବା ଆସିବା ସମ୍ପୂର୍ଣ୍ଣଭାବେ ଠପ୍‌ ହୋଇଯାଇଛି ା ଏସବୁ ସ୍ଥାନ ସିଲ ହେବା ବ୍ୟତୀତ ଅନ୍ୟସ୍ଥାନରୁ କିପରି ବାହାର ଲୋକ ପ୍ରବେଶ ନ କରିବେ ସେଥିଲାଗି ଫାଣ୍ଡି ପୋଲିସ କଡାନଜର ରଖିଥିବା ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ କହିଛନ୍ତି। ସେହିପରି ଧାମନଗର ବ୍ଲକର ବେତାଳି ଗାଁ, ସାଆଁଳପୁର ଓ କୁଳସାହି ନିକଟରେ ଯାଜପୁର ଜିଲାକୁ ଯିବାପାଇଁ ନିର୍ମିତ ବାଉଁଶ ଚାରାକୁ ଧୁଷୁରୀ ଥାନା ପୋଲିସ ଖୋଲିଦେଇଥିବା ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri