ଜିଲାରେ ୧୭,୨୨୮ ମାଟ୍ରିକ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୧୬।୨ – ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପିମୁକ୍ତ କରିବାକୁ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଜିଲାରେ ୧୭,୨୨୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିରୁ ୧୬,୬୨୯ ରେଗୁଲାର, ଏବଂ ୫୯୯ ଏକ୍ସ-ରେଗୁଲାର, ମୁକ୍ତ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ନୂଆରେ ୩୩୩ ଏବଂ ବ୍ୟାକ୍‌ରେ ୧୫ଜଣ ଅଛନ୍ତି। ମୋଟ ୮୩ ପରୀକ୍ଷା କେନ୍ଦ୍ରରୁ ୧୮ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ସେହିପରି ୨୯ କେନ୍ଦ୍ର ସିସିଟିଭି ସ୍କାନରରେ ରହିବ। ସଦର ବ୍ଲକ କାଇମାଟି ହାଇସ୍କୁଲ ଏବଂ ଢେଙ୍କାନାଳ ଶ୍ରୀବଳରାମ ହାଇସ୍କୁଲରେ ମୁକ୍ତ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା କେନ୍ଦ୍ର କରାଯାଇଛି।
ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରଖିବାକୁ ୮ ନୋଡାଲ ସେଣ୍ଟର ହୋଇଛି। ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ହାଇସ୍କୁଲ, ସୁଲକ୍ଷଣା ଦେବୀ ବାଳିକା ହାଇସ୍କୁଲ, ହିନ୍ଦୋଳ ହାଇସ୍କୁଲ, ଗଁଦିଆ ହାଇସ୍କୁଲ, କାମାକ୍ଷାନଗର ସାରଙ୍ଗଧର ହାଇସ୍କୁଲ, ଭୁବନ ସରକାରୀ ବାଳିକା ହାଇସ୍କୁଲ, ଗଡ଼ପଳାଶୁଣୀ ବାପୁଜୀ ଉଚ୍ଚ ବିଦ୍ୟାଳୟ, ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ବିଦ୍ୟାପୀଠରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିବ। ୧୯ରୁ ପରୀକ୍ଷା ଆରମ୍ଭ ହେଉଛି। ପ୍ରଥମ ଦିନ ଛାତ୍ରୀଛାତ୍ର ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ଦେବେ। ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ ଏବଂ କପିକୁ ନେଇ ସମାଲୋଚନାର ଶିକାର ହୋଇଥିଲା ଜିଲା ଶିକ୍ଷା ବିଭାଗ। ଚଳିତ ବର୍ଷ ଏହାକୁ ରୋକିବାକୁ ଜୋର୍‌ ଦିଆଯାଇଛି। ଗତବର୍ଷ ୨ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ ଏବଂ ବ୍ୟାପକ କପି ହୋଇଥିବା ଅଭିଯୋଗ ହୋଇଥିଲା। ଚଳିତବର୍ଷ ଉକ୍ତ ଦୁଇ କେନ୍ଦ୍ରକୁ ହଟାଇ ଦିଆଯାଇଛି। ପ୍ରତିବଦଳରେ ଅଧିକ ୩ କେନ୍ଦ୍ର କରାଯାଇଛି। କୌଣସି କାରଣରୁ କେନ୍ଦ୍ର ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଲେ ୧୪୪ ଧାରା ଜାରି କରାଯିବ। କପି ରୋକିବାକୁ ଶିକ୍ଷା ବିଭାଗ ପକ୍ଷରୁ ଅବଜର୍ଭର, ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୩ ସ୍କ୍ବାଡ୍‌ ବ୍ୟତୀତ କେନ୍ଦ୍ରୀୟ ଏବଂ ବୋର୍ଡ ପକ୍ଷରୁ ସ୍କ୍ବାଡ୍‌ ମୁତୟନ ହେବେ। ପ୍ରଶ୍ନପତ୍ର ଭାଇରାଲରେ ଅଙ୍କୁଶ ଲଗାଇବାକୁ ପ୍ରଶ୍ନପତ୍ରରେ ଚିପ୍ସ ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥା ଜଗିବାକୁ ଏସ୍‌ପି ଅନୁପମା ଜେମସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪୩ ଅଫିସର, ୮ ହାବିଲଦାର, ୪୪ କନଷ୍ଟେବଳ, ୪୩ ଓଏପିଏଫ୍‌, ୧୧୯ ହୋମଗାର୍ଡ ନିୟୋଜିତ ହେବେ।
ଅପରପକ୍ଷେ ପରୀକ୍ଷା କେନ୍ଦ୍ର ସୁପରିଚାଳନା ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଶନିବାର ଜିଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ତାଲିମ ଦିଆଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଆହ୍ବାନ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଡିଇଓ ନିବେଦିତା ପାଣି କୁହନ୍ତି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବିଭ୍ରାଟମୁକ୍ତ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆବଶ୍ୟକସ୍ଥଳେ ୧୪୪ ଧାରା ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri