ଜିଲାରେ ୧୭,୨୨୮ ମାଟ୍ରିକ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୧୬।୨ – ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପିମୁକ୍ତ କରିବାକୁ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଜିଲାରେ ୧୭,୨୨୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିରୁ ୧୬,୬୨୯ ରେଗୁଲାର, ଏବଂ ୫୯୯ ଏକ୍ସ-ରେଗୁଲାର, ମୁକ୍ତ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ନୂଆରେ ୩୩୩ ଏବଂ ବ୍ୟାକ୍‌ରେ ୧୫ଜଣ ଅଛନ୍ତି। ମୋଟ ୮୩ ପରୀକ୍ଷା କେନ୍ଦ୍ରରୁ ୧୮ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ସେହିପରି ୨୯ କେନ୍ଦ୍ର ସିସିଟିଭି ସ୍କାନରରେ ରହିବ। ସଦର ବ୍ଲକ କାଇମାଟି ହାଇସ୍କୁଲ ଏବଂ ଢେଙ୍କାନାଳ ଶ୍ରୀବଳରାମ ହାଇସ୍କୁଲରେ ମୁକ୍ତ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା କେନ୍ଦ୍ର କରାଯାଇଛି।
ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରଖିବାକୁ ୮ ନୋଡାଲ ସେଣ୍ଟର ହୋଇଛି। ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ହାଇସ୍କୁଲ, ସୁଲକ୍ଷଣା ଦେବୀ ବାଳିକା ହାଇସ୍କୁଲ, ହିନ୍ଦୋଳ ହାଇସ୍କୁଲ, ଗଁଦିଆ ହାଇସ୍କୁଲ, କାମାକ୍ଷାନଗର ସାରଙ୍ଗଧର ହାଇସ୍କୁଲ, ଭୁବନ ସରକାରୀ ବାଳିକା ହାଇସ୍କୁଲ, ଗଡ଼ପଳାଶୁଣୀ ବାପୁଜୀ ଉଚ୍ଚ ବିଦ୍ୟାଳୟ, ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ବିଦ୍ୟାପୀଠରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିବ। ୧୯ରୁ ପରୀକ୍ଷା ଆରମ୍ଭ ହେଉଛି। ପ୍ରଥମ ଦିନ ଛାତ୍ରୀଛାତ୍ର ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ଦେବେ। ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ ଏବଂ କପିକୁ ନେଇ ସମାଲୋଚନାର ଶିକାର ହୋଇଥିଲା ଜିଲା ଶିକ୍ଷା ବିଭାଗ। ଚଳିତ ବର୍ଷ ଏହାକୁ ରୋକିବାକୁ ଜୋର୍‌ ଦିଆଯାଇଛି। ଗତବର୍ଷ ୨ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ ଏବଂ ବ୍ୟାପକ କପି ହୋଇଥିବା ଅଭିଯୋଗ ହୋଇଥିଲା। ଚଳିତବର୍ଷ ଉକ୍ତ ଦୁଇ କେନ୍ଦ୍ରକୁ ହଟାଇ ଦିଆଯାଇଛି। ପ୍ରତିବଦଳରେ ଅଧିକ ୩ କେନ୍ଦ୍ର କରାଯାଇଛି। କୌଣସି କାରଣରୁ କେନ୍ଦ୍ର ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଲେ ୧୪୪ ଧାରା ଜାରି କରାଯିବ। କପି ରୋକିବାକୁ ଶିକ୍ଷା ବିଭାଗ ପକ୍ଷରୁ ଅବଜର୍ଭର, ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୩ ସ୍କ୍ବାଡ୍‌ ବ୍ୟତୀତ କେନ୍ଦ୍ରୀୟ ଏବଂ ବୋର୍ଡ ପକ୍ଷରୁ ସ୍କ୍ବାଡ୍‌ ମୁତୟନ ହେବେ। ପ୍ରଶ୍ନପତ୍ର ଭାଇରାଲରେ ଅଙ୍କୁଶ ଲଗାଇବାକୁ ପ୍ରଶ୍ନପତ୍ରରେ ଚିପ୍ସ ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥା ଜଗିବାକୁ ଏସ୍‌ପି ଅନୁପମା ଜେମସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪୩ ଅଫିସର, ୮ ହାବିଲଦାର, ୪୪ କନଷ୍ଟେବଳ, ୪୩ ଓଏପିଏଫ୍‌, ୧୧୯ ହୋମଗାର୍ଡ ନିୟୋଜିତ ହେବେ।
ଅପରପକ୍ଷେ ପରୀକ୍ଷା କେନ୍ଦ୍ର ସୁପରିଚାଳନା ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଶନିବାର ଜିଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ତାଲିମ ଦିଆଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଆହ୍ବାନ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଡିଇଓ ନିବେଦିତା ପାଣି କୁହନ୍ତି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବିଭ୍ରାଟମୁକ୍ତ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆବଶ୍ୟକସ୍ଥଳେ ୧୪୪ ଧାରା ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri