ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ

ମାଲକାନଗିରି,୩୦ା୩ (ଡି.ଏନ୍‌.ଏ.): କରୋନା ଭାଇରସ୍‌ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ ସଂକ୍ରମଣ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ମାଲକାନଗରି ଜିଲାରେ ଏହାର ପ୍ରଭାବ ନ ଥିଲେ ମଧ୍ୟ ଏହି ଜିଲାରୁ ରାଜ୍ୟ ବାହାରକୁ ଯାଇ ଏବେ ଗ୍ରାମକୁ ଫେରୁଥିବା ଶ୍ରମିକମାନଙ୍କ ଉପରେ ସମସ୍ତଙ୍କ ନଜର ଲାଗିଛି। ଏହି ଶ୍ରମିକମାନେ ଯେ ରୋଗ ସୃଷ୍ଟି ନ କରିବେ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଏହି ରୋଗ ଦକ୍ଷିଣ ଭାରତରେ ଦେଖାଦେଇଥିଲା ବେଳେ ବର୍ତ୍ତମାନ ଦକ୍ଷିଣ ଭାରତର ମହାରାଷ୍ଟ୍ର, ତାମିଲନାଡୁ କେରଳ,କର୍ନାଟକ ଆଦି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ମାଲକାନଗିରି ଜିଲାରେ ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବହୁ ସଂଖ୍ୟକ ଶ୍ରମିକ ଉପରୋକ୍ତ ରାଜ୍ୟକୁ ଯାଇଥାନ୍ତି। ଏବେ ସେସବୁ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ କଳକାରଖାନା ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ସାମାଜିକ ଦୂରତା ପାଳନ କରିବା ସହ ଘରୁ ନ ବାହାରିବା ପାଇଁ କଡାକଡି ନିୟମ ପାଳନ ହେଉଛି। ବିଭିନ୍ନ କାରଖାନାରେ କାମ କରୁଥିବା ଶ୍ରମିକଙ୍କୁ ମାଲିକମାନେ ବାହାର କରି ଦେଉଛନ୍ତି। ଫଳରେ ଅନେକ ଶ୍ରମିକ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ରହି ସେମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି। ଅନେକ ଶ୍ରମିକ କୌଣସି ଉପାୟରେ ମାଲକାନଗିରି ଜିଲାକୁ ପଳାଇ ଆସିଛନ୍ତି। ଏପରି କି ଚାଲିଚାଲି ମଧ୍ୟ ଶ୍ରମିକମାନେ ଆସୁଥିବା ଦେଖିବାକୁ ମିଳୁଛି। ଏହି ଶ୍ରମିକମାନେ ନିଜ ଗ୍ରାମରେ ପହଞ୍ଚତ୍ଲା ପରେ ଅଧିକାଂଶ ଶ୍ରମିକ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଏହି ଶ୍ରମିକମାନଙ୍କ ଦ୍ୱାରା କରୋନା ଭାଇରସ୍‌ଜନିତ ରୋଗ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ୧୧୧ଟି ପଞ୍ଚାୟତ, ମାଲକାନଗିରି ପୌର ପରିଷଦ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଠାକୁ କୌଣସି ଗ୍ରାମ ଫେରନ୍ତା ଶ୍ରମିକ ଆସିନାହାନ୍ତି। ଅନ୍ୟପକ୍ଷରେ ଅଙ୍ଗନଓ୍ବାଡି କର୍ମୀଙ୍କ ଦ୍ୱାରା ଫେରୁଥିବା ଦାଦନ ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁୁ ପରିବାରଠାରୁ ଅଲଗା ରହିବା ପାଇଁ କୁହାଯାଉଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ଶ୍ରମିକମାନେ ଏହାକୁ ହେୟଜ୍ଞାନ କରୁଛନ୍ତି। ଏ ଦିଗରେ ଜିଲା ପ୍ରଶାସନ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନ ପ୍ରତିନିଧିମାନେ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇ ଫେରନ୍ତା ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ। ଏହା ହୋଇପାରିଲେ ସୃଷ୍ଟି ହେଉଥିବା ଆଶଙ୍କା ଦୂର ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri