ଜିଲାପାଳଙ୍କୁ ଭେଟିଲେ ଅନ୍ତେବାସୀ

ବରଗଡ଼ ଅଫିସ୍‌, ୯।୭- ବରଗଡ଼ ସହର ଉପକଣ୍ଠ ଚକରକେନ୍ଦ ନିକଟ ମାତୃଛାୟା ଓ ବାନପ୍ରସ୍ଥ ଆଶ୍ରମର ଅନ୍ତେବାସୀମାନେ ମଙ୍ଗଳବାର ମାତୃଛାୟା ଜିଲାପାଳଙ୍କୁ ଭେଟିଛନ୍ତି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସେମାନେ ସ୍ମାରକପତ୍ର ପ୍ରଦାନ କରି ମାତୃଛାୟାର ଭବିଷ୍ୟତ ଓ ବାନପ୍ରସ୍ଥର ସୁବ୍ୟବସ୍ଥା ଦିଗରେ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଉପରୋକ୍ତ ଆଶ୍ରମରେ ଅନ୍ତେବାସିନୀ, ଅନ୍ତେବାସୀମାନେ ଅତୀତର ଦୁଃଖକଷ୍ଟକୁ ଭୁଲି ହସଖୁସିରେ ରହିଛନ୍ତି । ଉତ୍ତମ ଖାଦ୍ୟ ବ୍ୟବସ୍ଥା ସାଙ୍ଗକୁ ଆଶ୍ରମ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ନେହ, ଶ୍ରଦ୍ଧାରେ ଆଶ୍ରୟ ଦେଇଛନ୍ତି । ମାତ୍ର କପୋଳକଳ୍ପିତଭାବେ ଷଡ଼ଯନ୍ତ୍ର କରି ମାତୃଛାୟକୁ ବଦ୍‌ନାମ କରିବା ପାଇଁ ଉଦ୍ୟମ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ମାତୃଛାୟା ବିରୋଧରେ ହୋଇଥିବା ମିଥ୍ୟା ଅଭିଯୋଗ କେବଳ ଉକ୍ତ ଅନୁଷ୍ଠାନ ନୁହେଁ, ଅନ୍ତେବାସୀଙ୍କ ମଧ୍ୟ ସମ୍ମାନହାନୀ କରୁଛି। ଉକ୍ତ ଆଶ୍ରମରେ ସେମାନେ ସୁରକ୍ଷିତ ଓ ନିରାପଦଭାବେ ରହୁଛନ୍ତି, ମାତ୍ର ମାତୃଛାୟା ବିରୋଧରେ ଅଣାଯାଇଥିବା ମିଥ୍ୟା ଅଭିଯୋଗ ସେମାନଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆଣୁଛି ବୋଲି ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି । ଫଳରେ ମାତୃଛାୟା ବିରୋଧରେ ହୋଇଥିବା ମିଥ୍ୟା ଅଭିଯୋଗ ତଥା ବଦନାମକୁ ଖଣ୍ଡନ କରି ଉକ୍ତ ଅନୁଷ୍ଠାନର ଭବିଷ୍ୟତ ଗଠନ ଦିଗରେ ବିହିତ ପଦକ୍ଷେପ ନେବାକୁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେହିପରି ବାନପ୍ରସ୍ଥ ଅନ୍ତେବାସୀମାନେ ମଧ୍ୟ ଜିଲାପାଳଙ୍କୁ ପୃଥକ ସ୍ମାରକପତ୍ର ପ୍ରଦାନ ସହିତ ଅନୁରୂପ ମତ ରଖିଥିବାବେଳେ ମାତୃଛାୟା, ବାନପ୍ରସ୍ଥର ସୁବ୍ୟବସ୍ଥା କରିବା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ମାତୃଛାୟାର ଜ୍ୟୋତ୍ସ୍ନାରାଣୀ ସାହୁ, ସରିତା ଦୀପ, ଦୁଲଣା ବେହେରା, ସବିତା ସାହୁ, ବାନପ୍ରସ୍ଥର କଳାକାହ୍ନୁ ପ୍ରଧାନ, ରାଜକୁମାର ଗୁପ୍ତା, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ବହୁସଂଖ୍ୟକ ଅନ୍ତେବାସୀ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଆସିଥିଲେ। ପ୍ରକାଶଥାଉକି, ଗତ କିଛିଦିନ ତଳେ ଜଣେ ନାବାଳିକା ଶିଶୁ ସୁରକ୍ଷା ସମିତି(ସିଡବ୍ଲୁସି)କୁ ଫେରାଦ ହୋଇ ଉକ୍ତ ଅନୁଷ୍ଠାନ ବିରୋଧରେ ଅଭିଯୋଗ କରିଥିବାବେଳେ ପୋଲିସରେ ମଧ୍ୟ ଏତଲା ଦେଇଥିଲେ ଏବଂ ଘଟଣାଟି ତଦନ୍ତାଧିନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri