ଜିଲାପାଳଙ୍କ ଭଡ଼ା କାର ନମ୍ବର ପ୍ଲେଟ ରଙ୍ଗ ବଦଳିଲା

ଜଗତ୍‌ସିଂହପୁର ଅଫିସ,୬ା୬: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଇନୋଭା କାରକୁ ନେଇ ନାନା କଥା ଆଲୋଚନା ଚାଲିଛି। ଏପରି କି ଗତ ମାର୍ଚ୍ଚ ମାସରୁ ଭଡ଼ାରେ ଲାଗିଥିବା ଏହି କାର ଜିଲାପାଳ ସରକାରୀ ଭାବେ ବ୍ୟବହାର କରୁଥିବା ଦେଖି ଲୋକେ ବିସ୍ମିତ ହୋଇଥିଲେ। କାରଣ ଏହି କାରର ନମ୍ବର ପ୍ଲେଟ୍‌ ଧଳା ରଙ୍ଗର ଥିଲା। ଧଳା ରହିଲେ ଏହା ଘରୋଇ ଅଥବା ପ୍ରାଇଭେଟ୍‌ ଗାଡି ବୋଲି ଧରାଯିବ। ଏହାକୁ କାର ମାଲିକ ବ୍ୟକ୍ତିଗତ ବ୍ୟବହାରରେ ଲଗାଇବେ। ଭଡ଼ାରେ ଲାଗିବା ଏପରି କି ଜିଲାପାଳ ବ୍ୟବହାର କରିବା କଥାକୁ ଲୋକେ ସହଜେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପକ୍ଷରେ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ପ୍ରତାପ କୁମାର ପଣ୍ଡାଙ୍କୁ କାର ପରମିଟ୍‌ ବାବଦରେ ପଚାରିବାରୁ ସେ କହିଥିଲେ, ନିୟମ ରହିଛି କୌଣସି ପ୍ରାଇଭେଟ୍‌ କାର ଭଡାରେ ଲାଗିଲେ ଅର୍ଥାତ୍‌ ଟ୍ୟାକ୍ସି ଭାବେ ବ୍ୟବହାର ହେଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଏ। ଯେତେଥର ଧରାପଡିବ ସେତେ ଥର ୧୦ ହଜାର ଟଙ୍କା ହିସାବରେ ଜରିମନା ଆଦାୟ ହୁଏ। ଏହି କାର ପାଇଁ ଏକାଧିକ ବାର ପରମିଟ୍‌ର ଆବଶ୍ୟକତା ନାହିଁ। କିନ୍ତୁ ଟ୍ୟାକ୍ସି ପରମିଟ୍‌ ପାଇଲେ ନମ୍ବର ପ୍ଲେଟ୍‌ ହଳଦିଆ ରଙ୍ଗ କରିବାକୁ ବାଧ୍ୟ। ଟ୍ୟାକ୍ସି ପରମିଟ୍‌ ୫ ବର୍ଷ ପାଇଁ ଦିଆଯାଏ। ଏଥିସହ ପ୍ରତିବର୍ଷ ଫିଟନେସ୍‌ ସାର୍ଟିଫିକେଟ୍‌ ହାସଲ କରିବାକୁ ପଡେ ବୋଲି ଆର୍‌ଟିଓ କହିଛନ୍ତି। ଏତେସବୁ ଥିଲେ ସୁଦ୍ଧା ନିଜେ ଜିଲାପାଳ କିପରି ଟ୍ୟାକ୍ସି ପରମିଟ୍‌ ନ ଥିବା ଭଡା କାର ବ୍ୟବହାର କରୁଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯଦି ଏହା ଟ୍ୟାକ୍ସି ପରମିଟ୍‌ ପାଇଥାଏ ତେବେ ନମ୍ବର ପ୍ଲେଟ୍‌ ରଙ୍ଗ କାହିଁକି ଧଳା ଥିଲା ତାହା ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ତାଙ୍କ ମୋବାଇଲ ଫୋନ୍‌ ଓ ହ୍ବାଟ୍ସଆପ୍‌ ନମ୍ବର ଯୋଗେ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ: ଗ୍ରାମସଭାରେ ଅଧିକାର ପାଇଁ ଉଠିଲା ଦାବି

କର୍ଲାମୁଣ୍ଡା,୨୮।୯(ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ପ୍ରଣୟନର ଦଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଗ୍ରାମସଭାଗୁଡ଼ିକରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସରକାରୀ ସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?