ଜିଲା ଯୁବ ଉତ୍ସବ ଉଦ୍‌ଯାପିତ: ଗଞ୍ଜାମକୁ ଭାରତର ଶ୍ରେଷ୍ଠ ଜିଲା କରିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ,୨୫ା୧୧-ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲା ପ୍ରଶାସନ କ୍ରୀଡା ବିଭାଗ ଅନୁକୂଲ୍ୟରେ ବ୍ରହ୍ମପୁର ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲା ଯୁବ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଗଞ୍ଜାମ କଳା, ସଂସ୍କୃତି ଜିଲା ା କଳା, ସଂସ୍କୃତି, ପରମ୍ପରା, କ୍ରୀଡା ଭଳି ପ୍ରତ୍ୟେକ କ୍ଷେତ୍ରରେ ଜିଲାକୁ ଭାରତର ଶ୍ରେଷ୍ଠ ଜିଲାରେ ପରିଣତ କରିବାକୁ ଯୁବ ବର୍ଗ ଅଗ୍ରସର ହୁଅନ୍ତୁ ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏହା କହିଛନ୍ତି। ଉଦ୍‌ଯାପନୀ ଦିବସରେ ସମ୍ମାନିତ ଅତିିଥି ଭାବେ ଅବସରପ୍ରାପ୍ତ ସଂସ୍କୃତି ବିଭାଗ ସହକାରୀ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ, ବ୍ରହ୍ମପୁର ଷ୍ଟାଡିୟମ୍‌ ଇନ୍‌ଚାର୍ଜ କାଜଲ କୁମାର ସାହୁ, ଅଧ୍ୟାପକ ଡ. ସତୀଶ ନାୟକ ଓ ନାରାୟଣ ମହାଙ୍କୁଡ ପ୍ରମୁଖ ମଞ୍ଚାସୀନ ଥିଲେ ା ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଓଡିଶୀ ନୃତ୍ୟ, ଇଲୋକ୍ୟୁସନ, ଏକାଙ୍କିକା, ମଣିପୁରୀ, କଥକ ଓ କୁଚିପୁଡି ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦଳଗତ ଲୋକସଙ୍ଗୀତ ପ୍ରତିଯେଗିତାରେ ବ୍ରହ୍ମପୁର ଓଡିଶୀ ସଙ୍ଗୀତ ପରିଷଦ(ନୁପୁର) ଅନୁଷ୍ଠାନର ନଳିନୀକାନ୍ତ ପାତ୍ର ଓ ଦଳ, ଦଳଗତ ଲୋକନୃତ୍ୟରେ ଶ୍ୟାମଘନ ବେହେରା ଓ ଦଳ ଜିଲାସ୍ତରରେ ପ୍ରଥମ ହୋଇ ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। ସେହିପରି ବଂଶୀବାଦନରେ ରମାକାନ୍ତ ସାହୁ, ହିନ୍ଦୁସ୍ଥାନୀ ସଙ୍ଗୀତରେ ଦିବ୍ୟାଶା ପଣ୍ଡା, ତବଲାରେ ଏ. ସିଦ୍ଧାର୍ଥ, ହାରମୋନିୟମରେ ଆଶିଷ କୁମାର ଭୂୟଁା, ଭାରତ ନାଟ୍ୟମ୍‌ ଓ କୁଚିପୁଡିରେ ମୋନାଲି ଦାଶ, ମୃଦଙ୍ଗରେ ଝଟକ ବେହେରା, ବକ୍ତୃତାରେ ଶୁଭଶ୍ରୀ ଜେନା, ଏକାଙ୍କିକାରେ ଆରିହ୍ୟାନ୍ତ କଲେଜର ବିଶ୍ୱମ୍ଭର ବେହେରା ଓ ଗ୍ରୁପ , ଗିଟାରରେ କାଳୁଚରଣ ମହାରଣା, ଓଡିଶୀ ନୃତ୍ୟରେ ସୋନାଲି ସାବତ, କଥକରେ ଚର୍ଚ୍ଚିକା ଦାଶ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ା ଏହି କୃତୀ ପ୍ରତିଯୋଗୀମାନେ ଆଗାମୀଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଭାଗନେବେ ବୋଲି କ୍ରୀଡା ବିଭାଗ ପକ୍ଷରୁ କୁହାଯାଇଛି ା
ଏହି ଉତ୍ସବରେ ଜିଲାର ୧୧ ବ୍ଲକ, ୨ ଏନ୍‌ଏସି ଓ ବ୍ରହ୍ମପୁର ମହାନଗର ନିଗମରୁ ୪୮୦ ଯୁବ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଜିଲାର ୩୧ ବରିଷ୍ଠ ଗୁରୁ, କଳାକାର ବିଚାରକ ଭାବେ ଯୋଗଦେଇଥିଲେ ା ୬୨ ଅଫିସିଆଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା ଉଦ୍‌ଯାପନୀ ଦିବସରେ ବିଭିନ୍ନ ପ୍ରତିଯୋଗିତାରେ ଜିଲାରୁ ଭାଗନେଇ ଲୋକ ସଙ୍ଗୀତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଓଡିଶୀ ସଙ୍ଗୀତ ପରିଷଦ(ନୂପୁର) ଅନୁଷ୍ଠାନ ସମେତ ଅନ୍ୟ ୭ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri