Posted inଜାତୀୟ

ପରବର୍ତ୍ତୀ ଚ୍ୟାଲେଞ୍ଜ୍‌ ବାଚସ୍ପତି ନିର୍ବାଚନ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଯୁଦ୍ଧ ପରିପ୍ରେକ୍ଷୀରେ ଭାଜପା, ଶିବସେନା, ଏନ୍‌ସିପି ଓ କଂଗ୍ରେସ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ବାଚସ୍ପତି ନିର୍ବାଚନ। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ବେଳେ କେଉଁ ଦଳରୁ ବାଚସ୍ପତି ହେବେ ତାକୁ ନେଇ ଆରମ୍ଭ ହୋଇଯାଇଛି କସରତ।
ରାଜନୈତିକ ଦୃଷ୍ଟିରୁ ଦେଶର ଦ୍ୱିତୀୟ ବୃହତ୍‌ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଶନିବାର ବିଧାୟକ ଦଳ ପଦରୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାଓ୍ବାରଙ୍କୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟନ୍ତ ପାଟିଲଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ରାଜଭବନକୁ ଅବଗତ କରାଯାଇଛି। ଅଜିତ ଏନ୍‌ସିପି ବିଧାୟକ ଦଳ ନେତା ନ ଥିବାରୁ ତାଙ୍କର କୌଣସି ପଦକ୍ଷେପର କିଛି ସୁଫଳ ହେବ ନାହିଁ ବୋଲି ଜଣେ ଆଇନ ବିଶେଷଜ୍ଞ କହିଛନ୍ତି। ସାଧାରଣତଃ ବରିଷ୍ଠତମ ବିଧାୟକଙ୍କୁ ପ୍ରୋଟେମ୍‌ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥାଏ। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ପ୍ରୋଟେମ୍‌ ସ୍ପିକରଙ୍କୁ ଶପଥପାଠ କରାଇବା ପରେ ସେ ଅବଶିଷ୍ଟ ୨୮୭ ବିଧାୟକଙ୍କୁ ଶପଥ କରାଇବେ। ଏହା ପରେ ଶାସକ ଦଳ ପାଇଁ ଯେଉଁ ବଡ଼ ରାଜନୈତିକ ଓ ସାମ୍ବିଧାନିକ ପରୀକ୍ଷା ବିଧାନସଭାରେ ହେବ ତାହା ହେଉଛି ବାଚସ୍ପତି ନିର୍ବାଚନ। ଏପରି ସ୍ଥଳେ ଭାଜପା ଏବଂ ଅଜିତ ପାଓ୍ବାର ଦାବି କରୁଥିବା ଏନ୍‌ସିପି ବିଧାୟକମାନେ ସେମାନଙ୍କ ମଧ୍ୟରୁ ବାଚସ୍ପତି ନିର୍ବାଚିତ ହୁଅନ୍ତୁ ବୋଲି ଉଦ୍ୟମ କରିବେ। ସେମାନେ ବିଫଳ ହେଲେ ସରକାର ସ୍ବତଃ ଭାଙ୍ଗିଯିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱାଧୀନ ନୂଆ ସରକାରଙ୍କ ପାଇଁ ଆସ୍ଥାଭୋଟ କେବଳ ଏକ ଔପଚାରିକତା ହୋଇଯିବ। କାରଣ ନିଜ ପକ୍ଷରୁ ଜଣକୁ ବାଚସ୍ପତି କରାଇ ନ ପାରିଲେ ଫଡ୍‌ନବିସ ସରକାର ଚଳାଇବାର ସାମ୍ବିଧାନିକତା ଓ ବୈଧ ଅଧିକାର ହରାଇସାରିଥିବେ।
ବର୍ତ୍ତମାନ ଭାଜପା ପାଖରେ ନିଜର ୧୦୫ ବିଧାୟକ ଥିବାବେଳେ ୧୭୦ରୁ ଅଧିକ ବୋଲି ଦଳ ଦାବି କରୁଛି। ଅବଶିଷ୍ଟ ଅଜିତ ପାଓ୍ବାରଙ୍କ, ସ୍ବାଧୀନ ଓ ଛୋଟ ଦଳଗୁଡ଼ିକର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶିବସେନା-ଏନ୍‌ସିପି-କଂଗ୍ରେସ ମଧ୍ୟ ସେମାନଙ୍କ ନିକଟରେ ୧୬୫ ବିଧାୟକ ଥିବା କହୁଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ରବିବାର ଏହା ସଙ୍କେତ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତିଙ୍କୁ ମିଶାଇ ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୮୮। ଉଭୟ ପକ୍ଷଙ୍କ ଦାବିକୁ ହିସାବ କଲେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାଠାରୁ ସମର୍ଥନକାରୀ ସଦସ୍ୟଙ୍କ ସଂଖ୍ୟା ଅଧିକ। ତେଣୁ ଗୋଟିଏ ପକ୍ଷର ଦାବି ମିଛ କିମ୍ବା ବିଭ୍ରାନ୍ତକର। ତେବେ ବାହାରେ ଦୁଇପକ୍ଷ ଯାହା ଦାବି କରନ୍ତୁ ନା କାହିଁକି ବିଧାନସଭା ଭିତରେ ବାଚସ୍ପତି ନିର୍ବାଚନ ବେଳେ ମହାରାଷ୍ଟ୍ର ଓ ସାରା ଦେଶର ଜନସାଧାରଣଙ୍କ ଆଗରେ ମିଛ ଧରାପଡ଼ିବ ବୋଲି ଜଣେ ବିଶ୍ଳେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?