ଜିଏସ୍‌ଟି ରାଜସ୍ବରେ ଉନ୍ନତି ଲାଗି କମିଟି ବୈଠକ ମଙ୍ଗଳବାର

ନୂଆଦିଲ୍ଲୀ,୧୪-୧୦: ଜିଏସ୍‌ଟି ରାଜସ୍ବରେ ଉନ୍ନତି ଆଣିବା ଲାଗି ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ଗତ ସପ୍ତାହରେ ଏହି କମିଟି ଗଠନ ହୋଇଥିଲା। ଜିଏସ୍‌ଟି ସଂଗ୍ରହରେ ଉନ୍ନତି ଆଣିବା ଲାଗି ଉକ୍ତ କମିଟି ସରକାରଙ୍କୁ ବିଭିନ୍ନ ଆନୁଷଙ୍ଗିକ ପ୍ରସଙ୍ଗରେ ପ୍ରସ୍ତାବ ଦେବ ବୋଲି ଜଣାପଡିଛି। ଜିଏସ୍‌ଟି ଠକେଇ ରୋକିବା, ପରୋକ୍ଷ ଟିକସ ପରିସର ବୃଦ୍ଧି ଉପରେ ବୈଠକରେ ଆଲୋଚନା କରାଯିବ। ଚଳିତ ବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ ଖସି ୯୧,୯୧୬ କୋଟି ଟଙ୍କା ରହିଛି। ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଅକ୍ଟୋବର ୧୫ରେ ଏ ନେଇ ଉଚ୍ଚସ୍ତରୀୟ କମିଟି ବୈଠକ ହେବ ବୋଲି ଜିଏସ୍‌ଟି କାଉନସିଲର ସ୍ବତନ୍ତ୍ର ସଚିବ ରାଜୀବ ରଞ୍ଜନ କହିଛନ୍ତି। କମିଟିକୁ ରିପୋର୍ଟ ପ୍ରଦାନ ଲାଗି ୧୫ ଦିନର ସମୟ ଦିଆଯାଇଛି। ୨୦୧୭ ଜୁଲାଇ ପହିଲାରେ ଜିଏସ୍‌ଟି ଲାଗୁ ହେବା ପରେ ଏହା ପ୍ରଥମ ବିସ୍ତୃତ ତର୍ଜମା ବୋଲି ଜଣାପଡ଼ିଛି। କମିଟିରେ ୧୨ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri