ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି: ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ

ପଣଜୀ,୨୧ା୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାନ୍ଦାବସ୍ଥା ଘେରରେ ଥିବା ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାଉନସିଲ କେତେକ ନିଷ୍ପତ୍ତି ନେଇଛି।
ବୈଠକ ଶେଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ପର୍ଯ୍ୟଟନ ଶିଳ୍ପର ଅଙ୍ଗ ଭାବେ ପରିଗଣିତ ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି ୧ ହଜାର ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍‌ ପାଇଁ କୌଣସି ଜିଏସ୍‌ଟି ଲାଗୁ କରାଯିବ ନାହିଁ। ସେହିପରି ୧୦୦୧ରୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ରୁମ୍‌ ପାଇଁ ୧୨% ଏବଂ ୭୫୦୦ ଟଙ୍କାରୁ ଊର୍ଦ୍ଧ୍ୱର ରୁମ୍‌ ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯିବ। ପୂର୍ବରୁ ସମସ୍ତ ପ୍ରକାର ହୋଟେଲ ରୁମ୍‌ ପାଇଁ ୨୮% ଜିଏସ୍‌ଟି ଆଦାୟ କରାଯାଉଥିଲା। ତେବେ ମୃଦୁ ପାନୀୟ ମହଙ୍ଗା ହେବାକୁ ଯାଉଛି। ସୀତାରାମନ୍‌ କହିଛନ୍ତି ଯେ, କାଉନସିଲ୍‌ ମୃଦୁ ପାନୀୟ ଉପରେ ଜିଏସ୍‌ଟି ହାରକୁ ୧୮ରୁ ୨୮%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏହା ଉପରେ ଅତିରିକ୍ତ ୧୨% କ୍ଷତିପୂରଣ ସେସ୍‌ ଆଦାୟ କରାଯିବ। ସୀତାରାମନ୍‌ କହିଛନ୍ତି ଯେ, ଫୁଲ, ପତ୍ର ଏବଂ ବାୟୋଫ୍ରେଣ୍ଡଲି ସାମଗ୍ରୀରେ ତିଆରି କପ୍‌,ପ୍ଲେଟ୍‌ ଉପରେ କୌଣସି ଜିଏସ୍‌ଟି ଆଦାୟ କରାଯିବ ନାହିଁ। ସେହିଭଳି ରେଳ କୋଚ୍‌ ଓ ଓ୍ବାଗନ ଉପରେ ଜିଏସ୍‌ଟିକୁ ୫ରୁ ୧୨%କୁ ବୃଦ୍ଧି କରାଯାଇଛି। ସେହିଭଳି ଜାହାଜରେ ବ୍ୟବହୃତ ତେଲ ଉପରେ ଜିଏସ୍‌ଟିକୁ ୧୮ରୁ ୫%କୁ ହ୍ରାସ କରାଯାଇଛି। ଉଭେନ/ନନ୍‌ ଉଭେନ ପଲିଥିନ ବ୍ୟାଗ ଉପରେ ଏକପ୍ରକାର ୧୨% ଜିଏସ୍‌ଟି ଆଦାୟ କରାଯିବ। ଏହାଛଡା ବିଦେଶୀ

ନିର୍ମିତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ଜିଏସ୍‌ଟି/ଆଇଜିଏସ୍‌ଟି ଛାଡ଼କୁ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ଷକୁ ୨ କୋଟି କାରବାର ଲାଗି ଜିଏସ୍‌ଟି ରିଟର୍ନ ଦାଖଲକୁ ପ୍ରତ୍ୟାହାର କରାଯାଇଛି। ୧୦-୧୨ ସିଟ୍‌ ଥିବା ପେଟ୍ରୋଲ ଗାଡ଼ିର ସେସ୍‌କୁ ୧% ଓ ଡିଜେଲ ଗାଡ଼ି ଉପରେ ୩%କୁ ଜିଏସ୍‌ଟି ହ୍ରାସ କରାଯାଇଛି। ସେହିପରି ଜିପ୍ସର ଜିଏସ୍‌ଟି ହାର ୧୮ରୁ ୧୨%କୁ କମାଯାଇଛି। ଏଣିକି ହୀରା ଜବ୍‌ ଓ୍ବାର୍କ ଉପରେ ୧.୫% ଜିଏସ୍‌ଟି ଆଦାୟ କରାଯିବ। ଅକ୍ଟୋବର ପହିଲାରୁ ନୂଆ ନିଷ୍ପତ୍ତି ଲାଗୁ ହେବ ବୋଲି ସୀତାରାମନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri