ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି;ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ,ଅଟୋ ସେକ୍ଟର ନିରାଶ

ପାନାଜୀ,୨୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାନ୍ଦାବସ୍ଥା ଘେରରେ ଥିବା ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାଉନସିଲ କେତେକ ନିଷ୍ପତ୍ତି ନେଇଥିବା ବେଳେ ଅଟୋ ସେକ୍ଟର ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ।
ବୈଠକ ଶେଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଟିକସର ଅଧିକ ସରଳୀକରଣ ଏବଂ ନିୟମକୁ ଯୁକ୍ତିସଙ୍ଗତ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ପର୍ଯ୍ୟଟନ ଶିଳ୍ପର ଅଙ୍ଗ ଭାବେ ପରିଗଣିତ ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି ୧ ହଜାର ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍‌ ପାଇଁ କୌଣସି ଜିଏସ୍‌ଟି ଲାଗୁ କରାଯିବ ନାହିଁ। ସେହିପରି ୧୦୦୧ରୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ରୁମ୍‌ ପାଇଁ ୧୨% ଏବଂ ୭୫୦୦ ଟଙ୍କାରୁ ଊର୍ଦ୍ଧ୍ୱର ରୁମ୍‌ ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯିବ। ପୂର୍ବରୁ ସମସ୍ତ ପ୍ରକାର ହୋଟେଲ ରୁମ୍‌ ପାଇଁ ୨୮% ଜିଏସ୍‌ଟି ଆଦାୟ କରାଯାଉଥିଲା। ତେବେ ମୃଦୁ ପାନୀୟ ମହଙ୍ଗା ହେବାକୁ ଯାଉଛି। ସୀତାରାମନ୍‌ କହିଛନ୍ତି ଯେ, କାଉନସିଲ୍‌ ମୃଦୁ ପାନୀୟ ଉପରେ ଜିଏସ୍‌ଟି ହାରକୁ ୧୮ରୁ ୨୮%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏହା ଉପରେ ଅତିରିକ୍ତ ୧୨% କ୍ଷତିପୂରଣ ସେସ୍‌ ଆଦାୟ କରାଯିବ। ଏଣିକି ମୃଦୁ ପାନୀୟ କ୍ଷତିପୂରଣ ଯୋଜନା ଅଧୀନରେ ରହିବ ନାହିଁ। ସୀତାରାମନ୍‌ କହିଛନ୍ତି ଯେ, ଫୁଲ, ପତ୍ର ଏବଂ ବାୟୋଫ୍ରେଣ୍ଡଲି ସାମଗ୍ରୀରେ ତିଆରି କପ୍‌,ପ୍ଲେଟ୍‌ ଉପରେ କୌଣସି ଜିଏସ୍‌ଟି ଆଦାୟ କରାଯିବ ନାହିଁ। ବର୍ତ୍ତମାନ ଏଭଳି ସାମଗ୍ରୀ ଉପରେ ୫% ଜିଏସ୍‌ଟି ଆଦାୟ କରାଯାଉଛି। ସେହିଭଳି ରେଳ କୋଚ୍‌ ଓ ଓ୍ବାଗନ ଉପରେ ଜିଏସ୍‌ଟିକୁ ୫ରୁ ୧୨%କୁ ବୃଦ୍ଧି କରାଯାଇଛି। ଏହାଛଡ଼ା ଏହା ଉପରେ ସଞ୍ଚତ୍ତ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ରିଫଣ୍ଡ ପ୍ରଦାନ କରାଯିବ ନାହିଁ। ସେହିଭଳି ଜାହାଜରେ ବ୍ୟବହୃତ ତେଲ ଉପରେ ଜିଏସ୍‌ଟିକୁ ୧୮ରୁ ୫%କୁ ହ୍ରାସ କରାଯାଇଛି। ଉଭେନ/ନନ୍‌ ଉଭେନ ପଲିଥିନ ବ୍ୟାଗ ଉପରେ ଏକପ୍ରକାର ୧୨% ଜିଏସ୍‌ଟି ଆଦାୟ କରାଯିବ। ଏହାଛଡା ବିଦେଶୀ ନିର୍ମିତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ଜିଏସ୍‌ଟି/ଆଇଜିଏସ୍‌ଟି ଛାଡ଼କୁ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଫୁଟବଲ ପ୍ରତିଯୋଗିତା ଭାରତରେ ଆୟୋଜିତ ହେବାକୁ ଯାଉଥିବାରୁ ଅନ୍ତଃର୍ଜାତୀୟ ଫୁଟବଲ ପ୍ରତିଷ୍ଠାନ ଫିଫା ଦ୍ୱାରା ସ୍ବତନ୍ତ୍ର ବ୍ୟକ୍ତିବିଶେଷଙ୍କୁ ଯୋଗାଯିବାକୁ ଥିବା ସାମଗ୍ରୀ ଓ ସେବାକୁ ଜିଏସ୍‌ଟି ମୁକ୍ତ କରାଯାଇଛି ବୋଲି ସୀତାରାମନ୍‌ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏଫ୍‌ଏମ୍‌ସିଜି ସେକ୍ଟର, ଅଟୋ ସେକ୍ଟର ପାଇଁ ଜିଏସ୍‌ଟି କାଉନସିଲ କୌଣସି ଘୋଷଣା ନ କରିବାରୁ ସେମାନେ ହତାଶା ବ୍ୟକ୍ତ କରିଛନ୍ତି। ପୂର୍ବରୁ ଏ ସଂକ୍ରାନ୍ତ ଫିଟ୍‌ମେଣ୍ଟ କମିଟି ଜିଏସ୍‌ଟି ହ୍ରାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାଛଡ଼ା ବହୁ ରାଜ୍ୟ ଅଟୋ ସମେତ ଅନ୍ୟ ସେକ୍ଟରକୁ ଜିଏସ୍‌ଟି ହ୍ରାସ ନ କରିବାକୁ ଅଡି ବସିଥିଲେ। କାରଣ ଏହାଦ୍ୱାରା ହେବାକୁ ଥିବା କ୍ଷତିଭରଣା କରିବା ଅସମ୍ଭବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri