ମାଞ୍ଚେଷ୍ଟର, ୧୭।୬(ଏଏଫ୍ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍ଫର୍ମ ଓପନର୍ ଜାସନ ରଏ ଆଘାତଜନିତ ସମସ୍ୟା ଲାଗି ଇଂଲଣ୍ଡର ପରବର୍ତ୍ତୀ ୨ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ବୋଲି ଇଂଲଣ୍ଡ ଆଣ୍ଡ୍ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଜାସନଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ଫଳରେ ସେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ନ ଥିବାରୁ ଆଫଗାନିସ୍ତାନ (ଜୁନ୍ ୧୮) ଓ ଶ୍ରୀଲଙ୍କା (ଜୁନ୍ ୨୧) ବିପକ୍ଷରେ ଖେଳାଯିବାକୁ ଥିବା ୨ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ରଏ ଦକ୍ଷିଣ ଆଫ୍ରିକା ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ବାଂଲାଦେଶ ବିପକ୍ଷରେ ୧୫୩ ରନର ମାରାଥନ ଇନିଂସ ଖେଳିଥିଲେ।


