‘ଜାତୀୟସ୍ତରୀୟ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କର’

ଅନୁଗୋଳ ଅଫିସ୍‌, ୨୪ା୧

ଅନୁଗୋଳ ଫରେଷ୍ଟ ରେଞ୍ଜର କଲେଜରେ ରାଜ୍ୟସ୍ତରୀୟ ବନ ବିଭାଗ ସ୍ପୋଟର୍‌ସ ମିଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର ୮ଟି ସର୍କଲର ବନ ବିଭାଗ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। ଦୁଇଟି ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି କ୍ରୀଡ଼ାରେ ରାଜ୍ୟର ୩୫୦ କ୍ରୀଡ଼ାବିତ୍‌ ଭାଗ ନେଇଛନ୍ତି। ଏହି ରାଜ୍ୟସ୍ତରୀୟ କ୍ରୀଡ଼ାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌ ଚିଫ୍‌) ସନ୍ଦୀପ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାରିପଦାର ଆର୍‌ସିସିଏଫ୍‌ ଅଭିରାମ ନାୟକ, ବ୍ରହ୍ମପୁରର ଆର୍‌ସିସିଏଫ ସୁରେଶ ପନ୍ତ ଯୋଗ ଦେଇଥିଲେ।
ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳ ପଦର୍ଶନ କରି ମାର୍ଚ୍ଚରେ ଭୁବନେଶ୍ୱରରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ମୁଖ୍ୟଅତିଥି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଖେଳାଳିମାନଙ୍କୁ ଆହ୍ବାନ ଦେଇଥିଲେ। ଅନୁଗୋଳର ଫରେଷ୍ଟ ରେଞ୍ଜର କଲେଜ ପଡ଼ିଆରେ ଆଥଲେଟିକ୍‌ ଓ ନାଲ୍‌କୋଠାରେ ଇନଣ୍ଡୋର ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୋଟ୍‌ ୩୮ଟି ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଅନୁଗୋଳ, ବାରିପଦା, ଭୁବନେଶ୍ୱର, ସମ୍ବଲପୁର, ଭବାନୀପାଟଣା, ରାଉରକେଲା, କୋରାପୁଟ, ବ୍ରହ୍ମପୁର ସର୍କଲର ଖେଳାଳିମାନେ ଯୋଗ ଦେଇଛନ୍ତି। ପ୍ରଥମେ ପୁରୁଷ ବିଭାଗର ଶହେ ମିଟ୍‌ର ଦୌଡ଼ରୁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପରେ ମହିଳା ବିଭାଗର ଶହେ ମିଟର ଦୌଡ଼ ପ୍ରତିଯୋଗିତା ହୋଇଥିଲା। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ. ଅରୁଣ କୁମାର ମିଶ୍ର, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର, ରେଢାଖୋଲ ବନଖଣ୍ଡ ଅଧିକାରୀ ସଂଗ୍ରାମ ବେହେରା ଓ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ନାଲ୍‌କୋ ଠାରେ ଆୟୋଜିତ ଇନ୍‌ଡୋର କ୍ରୀଡ଼ା ଦାୟିତ୍ୱରେ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସୌମ୍ୟକ ସାମନ୍ତରାୟ ଥିବାବେଳେ ରେଞ୍ଜର୍ସ ଟ୍ରେନିଂ କଲେଜରେ ଅନୁଷ୍ଠିତ ଆଉଟ୍‌ଡୋର କ୍ରୀଡ଼ା ଦାୟିତ୍ୱରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ରାମାସ୍ବାମୀ ପି. ରହିଛନ୍ତି। ଅନୁଗୋଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଓ କ୍ରୀଡ଼ା ଶିକ୍ଷକ ସହଯୋଗ କରୁଛନ୍ତି। ଅନୁଗୋଳ ଫରେଷ୍ଟ କଲେଜର ଡିସିଏଫ ପ୍ରଣବ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ଅନୁଗୋଳ ୱାକିଂ ପ୍ଲାନ କଞ୍ଜରଭେଟର ପି.କେ. ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

ବର୍ଷାରେ ଭିଜି ରଥ ଟାଣିଲେ ଭକ୍ତ: ତିନି ଦିନ ପରେ ମାଉସୀମା ମନ୍ଦିରରେ ପହଞ୍ଚିଲେ ରାଜନଗର ଦଧିବାମନ ଜିଉ

ପାଟଣା, ୧୮।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ରାଜନଗର ସ୍ଥିତ ଶ୍ରୀ ଦଧିବାମନ ଜୀଉଙ୍କ ଘୋଷଯାତ୍ରାରେ ଘଟିଥିବା ରଥ ଅଘଟଣର ସଫଳ ସମାଧାନ…

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri