ଜାତୀୟ ରାଜପଥରେ ରାହାଜାନି: କଣ୍ଟେନରରୁ ଲୁଟିନେଲେ ୨ କୋଟିର ସିଗାରେଟ

ଟାଙ୍ଗୀ (ଖୋର୍ଦ୍ଧା),୬ା୧୧ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଟାଙ୍ଗୀ ଥାନା ଉଗ୍ରତାରା ଛକରେ ସୋମବାର ବିଳମ୍ବିତ ରାତିରେ ଲୁଟେରାମାନେ ଏକ ବଡଧରଣର ରାହାଜାନି ଘଟାଇଛନ୍ତି। ଚାଳକଙ୍କୁ ବନ୍ଧୁକ ଦେଖାଇ ସେମାନେ ଏକ ସିଗାରେଟ୍‌ ବୋଝେଇ କଣ୍ଟେନରକୁ ନିଜ ହେପାଜତକୁ ନେଇଥିଲେ। ପରବର୍ତ୍ତୀ ସମୟରେ କଣ୍ଟେନର ଠାବ ହୋଇଥିଲେ ମଧ୍ୟ ସେଥିରେ ଥିବା ସିଗାରେଟ୍‌ ଦୁର୍ବୃତ୍ତମାନେ ଗାଏବ କରିନେଇଥିଲେ। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଲୁଟ୍‌ ହୋଇଥିବା ସିଗାରେଟ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ।
ଭଜିରୋ ସୁଲତାନ ଟବାକୋ (ଭିଏସ୍‌ଟି) କମ୍ପାନୀର ଚାର୍ମସ ସିଗାରେଟ୍‌ ବୋଝେଇ କଣ୍ଟେନର ହାଇଦ୍ରାବାଦରୁ କଲିକତା ଅଭିମୁଖେ ଯାଉଥିଲା। ଲୁଟେରାମାନେ ଟାଙ୍ଗୀ ଥାନାର ୧୬ନଂ ଜାତୀୟ ରାଜପଥ ଉଗ୍ରତାରା ଛକରେ ଉକ୍ତ କଣ୍ଟେରକୁ ଅଟକାଇଥିଲେ। ସେମାନେ ଚାଳକଙ୍କୁ ବନ୍ଧୁକ ଦେଖାଇ ଗାଡିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ପରେ ଗାଡି ଚାଳକଙ୍କ ହାତଗୋଡ ବାନ୍ଧି ଉଗ୍ରତାରା ଜଙ୍ଗଲରେ ଫିଙ୍ଗି ଦେଇ କଣ୍ଟେନରକୁ ନେଇ ପଳାଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଚାଳକ ମୁକୁଳିବା ପରେ ଚାନ୍ଦପୁର ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ମାତ୍ର ସେଠାକାର ପୋଲିସ ତାଙ୍କ ଅଞ୍ଚଳ ନୁହେଁ କହି ଫେରାଇଦେବା ପରେ ସେ ଟାଙ୍ଗୀ ଥାନାକୁ ଆସି ଅଭିଯୋଗ କରିଥିଲେ । ଗାଡିଚାଳକଙ୍କ ନାମ ରୀକ୍ୟୁ ଯାଦବ ବୋଲି ଜଣାପଡିଛି । ଟାଙ୍ଗୀ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଲୁଟ୍‌ କଣ୍ଟେନର ଟାଙ୍ଗୀ ଥାନା ଜୟମଙ୍ଗଳପୁର ନିକଟ ଫାଲକନ୍‌ ଫିଡସ୍‌ ପାଖରେ ପୋଲିସ ଠାବ କରିଛି। କିନ୍ତୁ ସେତେବେଳକୁ କଣ୍ଟେନରରୁ ସମସ୍ତ ସିଗାରେଟ୍‌ ଲୁଟ୍‌ ହୋଇଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି କମ୍ପାନୀର ଓଡିଶା ମୁଖ୍ୟ ସୁଦୀପ କସେରଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri